ETV Bharat / bharat

ସୁନା ସ୍ମଗଲିଂର ସହଜ ରାସ୍ତା ବିମାନ ବନ୍ଦର, 5 ବର୍ଷରେ 500 ଶହ କୋଟି ସୁନା ଜବତ - gold smuggling in india

ଭାରତରେ ସୁନା ସ୍ମଗଲିଂ ମାମଲା ଅଧିକ ସାମ୍ନାକୁ ଆସିଥାଏ । ବିଗତ 5 ବର୍ଷରେ 1150ରୁ ଉର୍ଦ୍ଧ୍ବ ସୁନା ସ୍ମଗଲିଂ ମାମଲା ସାମ୍ନାକୁ ଆସିଛି । 5 ବର୍ଷ ମଧ୍ୟରେ ସାମ୍ନାକୁ ଆସିଥିବା ସ୍ମଗଲିଂର ଏହି ସବୁ ମାମଲାରେ ପାଖାପାଖି 5 ଶହ କୋଟି ଟଙ୍କାର ସୁନା ଜବତ ହୋଇଛି । ଅଧିକ ପଢନ୍ତୁ...

ସୁନା ସ୍ମଗଲିଂରେ ଭାରତ ପ୍ରଥମ
ସୁନା ସ୍ମଗଲିଂରେ ଭାରତ ପ୍ରଥମ
author img

By

Published : Jan 23, 2020, 11:57 PM IST

ହାଇଦ୍ରାବାଦ: ପ୍ରାଚୀନ କାଳରୁ ସୁନାକୁ ନେଇ ଲୋକଙ୍କ ମଧ୍ୟରେ ଅଦଭୁତ ଆଗ୍ରହ ରହିଆସିଛି । ଅଧିକାଂଶ ଭାରତୀୟ ମହିଳା ସୁନା ଅଳଙ୍କାରର ପ୍ରତି ଆକର୍ଷିତ ହୋଇଥାନ୍ତି । କାରଣ ଭାରତରେ ସୁନାର ଚାହିଦା ତୁଳନାରେ ଏହାର ଉତ୍ପାଦନ କମ । ତେଣୁ ଭାରତ ସୁନା ଉତ୍ପାଦନ କରୁଥିବା ଦେଶଗୁଡିକଠାରୁ ଏହାର ଆମଦାନୀ କରାଯାଇଥାଏ । କାରଣ ଉତ୍ପାଦକ ଦେଶଗୁଡିକରେ ସୁନାର ମୂଲ୍ୟ କମ ରହିଥାଏ । ବିଶ୍ବରେ ଦୁବାଇ, ବ୍ୟାଙ୍କ୍‌କ ଓ ସିଙ୍ଗାପୁର ଭଳି କିଛି ଦେଶରେ ସୁନାର ମୂଲ୍ୟ ସବୁଠୁ ଶସ୍ତା । ଏଥିପାଇଁ ଭାରତରେ ଏହି ଦେଶଗୁଡିକରୁ ସୁନା ସ୍ମଗଲିଂ ମାମଲା ଅଧିକ ସାମ୍ନାକୁ ଆସିଥାଏ ।

ସୁନା ସ୍ମଗଲିଂରେ ଭାରତ ପ୍ରଥମ
ସୁନା ସ୍ମଗଲିଂରେ ଭାରତ ପ୍ରଥମ

ଦେଶର ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ବିଗତ 5 ବର୍ଷରେ 1150ରୁ ଉର୍ଦ୍ଧ୍ବ ସୁନା ସ୍ମଗଲିଂ ମାମଲା ସାମ୍ନାକୁ ଆସିଛି । 5 ବର୍ଷ ମଧ୍ୟରେ ସାମ୍ନାକୁ ଆସିଥିବା ସ୍ମଗଲିଂର ଏହି ସବୁ ମାମଲାରେ ପାଖାପାଖି 5ଶହ କୋଟି ଟଙ୍କାର ସୁନା ଜବତ ହୋଇଛି । ଦେଶର ଅନ୍ୟ ଏୟାରପୋର୍ଟରେ ବି ସୁନା ସ୍ମଗଲିଂର ଅନେକ ମାମଲା ସାମ୍ନାକୁ ଆସିଛି ।

ସୁନା ସ୍ମଗଲିଂରେ ଭାରତ ପ୍ରଥମ
ସୁନା ସ୍ମଗଲିଂରେ ଭାରତ ପ୍ରଥମ

2015

ଏହି ବର୍ଷ 355 ମାମଲାରେ 450 କିଲୋଗ୍ରାମ ସୁନା ଜବତ ହୋଇଛି, ଯାହାର ମୂଲ୍ୟ 132 କୋଟି ଟଙ୍କା ଥିଲା । ସ୍ମଗଲିଂ ମାମଲାରେ 190 ଜଣ ଗିରଫ ହୋଇଥିଲେ । ଦକ୍ଷୀଣ-ପୂର୍ବ ଏସିୟ ଦେଶ ପାଇଁ ଭାରତ ସୁନା ସ୍ମଗଲିଂର ନୂଆକେନ୍ଦ୍ର ପାଲିଟିଛି ।

2016

ଦିଲ୍ଲୀ ବିମାନ ବନ୍ଦରରେ 2016ରେ ସୁନା ସ୍ମଗଲିଂର 240 ମାମଲା ସାମ୍ନାକୁ ଆସିଥିଲା । ଏଥିରେ 76.31 କୋଟି ଟଙ୍କା ମୂଲ୍ୟର 260 କିଲୋଗ୍ରାମ ସୁନା ଜବତ କରାଯାଇଥିଲା । ସ୍ମଗଲିଂ ମାମଲାରେ 100 ଜଣ ଗିରଫ ହୋଇଥିଲେ ।

2017

2017ରେ ଦିଲ୍ଲୀ ବିମାନବନ୍ଦରରେ ସୁନା ସ୍ମଗଲିଂର 215 ମାମଲା ସାମ୍ନାକୁ ଆସିଥିଲା । ଏଥିରେ 67.9 କୋଟି ଟଙ୍କା ମୂଲ୍ୟର 242.5 କିଲୋଗ୍ରାମ ସୁନା ଜବତ କରାଯାଇଥିଲା । ସ୍ମଗଲିଂ ମାମଲାରେ 143 ଜଣ ଗିରଫ ହୋଇଥିଲେ । ଏଥିରୁ କେବଳ ଏପ୍ରିଲ ମାସରେ 15ଟି ମାମଲା ଥିଲା । ଏହି ମାସ 10.27 କୋଟି ଟଙ୍କା ମୂଲ୍ୟର 32 କିଲୋଗ୍ରାମ ସୁନା ଜବତ ହୋଇଥିଲା । ଅଧିକାଂଶ ମାମଲା ସିଙ୍ଗାପୁର ଓ ବ୍ୟାଙ୍କ୍‌କରୁ ଥିଲା ।

2018

ଏହି ବର୍ଷ ସୁନା ସ୍ମଗଲିଂର 340 ମାମଲା ସାମ୍ନାକୁ ଆସିଥିଲା । ଏଥିରେ 133.83 କୋଟି ଟଙ୍କା ମୂଲ୍ୟର 402.48 କିଲୋଗ୍ରାମ ସୁନା ଜବତ କରାଯାଇଥିଲା । ସ୍ମଗଲିଂ ମାମଲାରେ 262 ଜଣ ଗିରଫ ହୋଇଥିଲେ । ଏଥିମଧ୍ୟରୁ ଦିଲ୍ଲୀ ଏୟାରପୋର୍ଟରୁ କେବଳ 133 କୋଟି ଟଙ୍କା ମୂଲ୍ୟର ସୁନା ଜବତ ହୋଇଥିଲା ।

2019

2019ରେ ଦିଲ୍ଲୀ ବିମାନବନ୍ଦରରେ ସୁନା ସ୍ମଗଲିଂର 17ଟି ମାମଲା ସାମ୍ନାକୁ ଆସିଥିଲା । ଏଥିରେ 125 କୋଟି 75 ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କରାଯାଇଥିଲା । ସ୍ମଗଲିଂ ମାମଲାରେ 33 ଜଣ ଗିରଫ ହୋଇଥିଲେ । 2020ରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ 1 ମାମଲା ସାମ୍ନାକୁ ଆସିଛି ।

କେଉଁଠି ସବୁଠୁ ମିଳେ କମ ମୂଲ୍ୟର ସୂନା

ବିଶ୍ବର ସବୁଠୁ କମ ମୂଲ୍ୟର ସୁନା ଦୁବାଇରେ ମିଳିଥାଏ । ଏଠାରେ ସୁନାର ମୂଲ୍ୟ ଅନ୍ୟ ଦେଶର ତୁଳନାରେ 15 ପ୍ରତିଶତ କମ ରହିଛି । ଦୁବାଇରେ ସୁନା କ୍ରୟ ଉପରେ ଇମ୍ପୋର୍ଟ ଡ୍ୟୁଟି ଲାଗୁ ହୋଇନଥାଏ । ଏଥିପାଇଁ ସୁନା ବ୍ୟବସାୟୀ କୌଣସି ବି ଦେଶରୁ ଟ୍ୟାକ୍ସ ଫ୍ରି ସୁନା ମଗାଇଥାନ୍ତି । ଏଠାରେ ସୁନା ଅଳଙ୍କାରରେ ମଧ୍ୟ କମ ଟ୍ୟାକ୍ସ ଦେବାକୁ ପଡେ ।

ସୁନା ସ୍ମଗଲିଂରେ ଭାରତ ପ୍ରଥମ
ସୁନା ସ୍ମଗଲିଂରେ ଭାରତ ପ୍ରଥମ

ବିଦେଶରୁ କେତେ ସୁନା ଆଣିପାରିବେ ଆପଣ

ଯଦି ଆପଣ ବିଦେଶରୁ ସୁନା ଆଣିବାକୁ ଚାହୁଁଥାନ୍ତି, ତେବେ ଏଥିପାଇଁ କିଛି ନିୟମ ରହିଛି । ଏହି ନିୟମ ପାଳନ କରିବା ଯରୁରୀ । ବିମାନବନ୍ଦରରେ ଯାଞ୍ଚ କରାଯାଇଥାଏ । ଯଦି ଅବୈଧ ରୂପେ ସୁନା ଅଣାଯାଉଥାଏ ତେବେ ଏହାକୁ ପୋଲିସ ଜବତ କରିନିଏ । 1 ବର୍ଷ ବିଦେଶରେ ରହିସାରିଥିବା ସାଧାରଣ ନାଗରିକ 50 ହଜାର ପର୍ଯ୍ୟନ୍ତ ସୁନା ଅଳଙ୍କାର ଆଣିପାରିବ । ଅନ୍ୟପକ୍ଷେ ଏହି ନିୟମ ମହିଳାଙ୍କ କ୍ଷେତ୍ରରେ କିଛିଟା କୋହଳ ରହିଛି । ମହିଳାମାନେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନା ଅଳଙ୍କାର ଆଣିପାରିବାର ନିୟମ ରହିଛି । ସୁନାର ବିସ୍କୁଟ ଓ ସ୍ବର୍ଣ୍ଣ ମୁଦ୍ରା ପାଇଁ ଟ୍ୟାକ୍ସ ଦେବାକୁ ପଡିଥାଏ । ଟ୍ୟାକ୍ସ ଫ୍ରି ସୁନା ଆଣିବା ଉପରେ 10.3 ପ୍ରତିଶତ କର ଦେବାକୁ ପଡିଥାଏ । କୌଣସି ବି ବ୍ୟକ୍ତି 1 କିଲୋଗ୍ରାମରୁ ଅଧିକ ସୁନା ଆଣିପାରିବ ନାହିଁ ।

ସୁନା ସ୍ମଗଲିଂରେ ଭାରତ ପ୍ରଥମ
ସୁନା ସ୍ମଗଲିଂରେ ଭାରତ ପ୍ରଥମ

କିପରି ସ୍ଥିର ହୁଏ ସୁନାର ମୂଲ୍ୟ

ସୁନାର ମୂଲ୍ୟ ଅନେକ ବିଷୟ ଉପରେ ନିର୍ଭର କରେ । ଏହାର ସବୁଠୁ ବଡ କାରଣ ଆର୍ଥିକ ବର୍ତ୍ତମାନର ଆର୍ଥିକ ଓ ରାଜନୈତିକ ସ୍ଥିତି । ଆମଦାନୀ ନିୟମରେ ପରିବର୍ତ୍ତନ ସୁନା ମୂଲ୍ୟକୁ ପ୍ରଭାବିତ କରିଥାଏ । ସୁନା ଉତ୍ପାଦନ କରୁଥିବା ଦେଶରେ ଯଦି ଉତ୍ପାଦନ କମ ହୁଏ ତେବେ ବଜାରରେ ସୁନାର ମୂଲ୍ୟ ଉପରେ ପ୍ରଭାବ ପଡେ ।

କେଉଁଠି ମିଳେ ସବୁଠୁ ଅଧିକ ସୁନା

ଓ୍ବାର୍ଲଡ ଗୋଲ୍ଡ କାଉଁସିଲର ରିପୋର୍ଟ ଅନୁଶାରେ ସୁନା ଉତ୍ପାଦନ ମାମଲାରେ ଅନେକ ବର୍ଷରୁ ଚୀନ ପ୍ରଥମ ସ୍ଥାନରେ ରହିଛି । ଏଠାରେ 1018ରେ 304.1ଟନ ଓ 2017ରେ 440 ଟନ ସୁନା ଉତ୍ପାଦନ ହୋଇଛି । ଚୀନରେ ସୁନା ଉତ୍ପାଦନ ଦିନକୁ ଦିନ କମୁଥିବା ଦେଖିବାକୁ ମିଳୁଛି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଏଠାରେ 314 ଟନ ସୁନାର ଉତ୍ପାଦନ ହୋଇଛି । 2017ରେ ଏହି ସଂଖ୍ୟା 300 ଟନ ଥିଲା । ତେବେ ଅଷ୍ଟ୍ରେଲିଆରେ ସୁନାର ଉତ୍ପାଦନ ବିଢିଛି । ଭାରତ 1.5 ଟନ ଟନ ସୁନାର ଉତ୍ପାଦନ କରିଥାଏ । ସବୁଠୁ ଅଧିକ ସୁନା କର୍ଣ୍ଣାଟକରୁ ମିଳିଥାଏ । ସେହିପରି ଆନ୍ଧ୍ରପ୍ରଦେଶ ଦ୍ବିତୀୟ ବୃହତ୍ତମ ସୁନା ଉତ୍ପାଦକ ରାଜ୍ୟ ।

ସୁନାର ଭଣ୍ଡାର

ଓ୍ବାର୍ଲଡ ଗୋଲ୍ଡ କାଉନ୍ସିଲର ରିପୋର୍ଟ ଅନୁରେ ଭାରତ ସ୍ବର୍ଣ୍ଣ ଭଣ୍ଡାର ମାମଲାରେ ବହୁତ ପଛରେ ରହିଛି । ଭାରତ ପାଖରେ ମୋଟ 618.2ଟନ ସୁନା ରହିଛି । ଏହି ସୂଚୀରେ ସବୁଠୁ ଟପରେ ରହିଛି ଆମେରିକା । ଆମେରିକା ପାଖରେ ମୋଟ 8,133.5 ଟନ ସୁନା ରହିଛି । ସେହିପରି ଦ୍ବିତୀୟ ସ୍ଥାନରେ ଜର୍ମାନୀ (3,366.8 ଟନ) ରହିଛି । ଇଟାଲୀ ପାଖରେ 2,451.8 ଟନ, ଫ୍ରାନ୍ସ ଫାଖରେ 2,436.1 ଟନ, ଋଷିଆ ଫାଖରେ 2,219.2 ଟନ, ଚୀନ ପାଖରେ 1,936.5 ଟନ, ସ୍ବିଜରଲ୍ୟାଣ୍ଡ ଫାଖରେ 1,040 ଟନ ଓ ଜାପାନ ପାଖରେ 765.2 ଟନ ସୁନା ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.