ETV Bharat / bharat

ୟୁଭି-ସି ସାନିଟାଇଜର ପ୍ରସ୍ତୁତ କଲା ଭାରତୀୟ କମ୍ପାନୀ - କୋରୋନା ଭାଇରସ

ଭାରତର ଏକ କମ୍ପାନୀ ଅଲଟ୍ରାଭାଓଲେଣ୍ଟ କଣ୍ଟାକ୍ଟଲେସ ସାନିଟାଇଜର ପ୍ରସ୍ତୁତ କରିଛନ୍ତି । ଯାହା କୋରୋନା ଯୁଦ୍ଧରେ ଅତ୍ୟନ୍ତ ସହାୟକ ପ୍ରମାଣ ହୋଇପାରେ । ଏହାକୁ ମୁମ୍ବାଇର ନିଭନ ସଲ୍ୟୁସନ କମ୍ପାନୀ ପ୍ରସ୍ତୁତ କରିଛନ୍ତି । | କମ୍ପାନୀ ଏହାର ଦୁଇଟି ପ୍ରକାର ତିଆରି କରିଛି ।

uv-c-sanitizer
ୟୁଭି-ସି-ସାନିଟାଇଜର ପ୍ରସ୍ତୁତ କଲା ଭାରତୀୟ କମ୍ପାନୀ
author img

By

Published : May 16, 2020, 10:26 AM IST

ମୁମ୍ବାଇ:କୋରୋନା ଭାଇରସ ଲଢେଇ ମଧ୍ୟରେ ଭାରତକୁ ଏକ ବଡ ସଫଳତା ମିଳିଛି । ଭାରତର ଏକ କମ୍ପାନୀ ଅଲଟ୍ରାଭାଓଲେଣ୍ଟ କଣ୍ଟାକ୍ଟଲେସ ସାନିଟାଇଜର ପ୍ରସ୍ତୁତ କରିଛନ୍ତି । ଯାହା କୋରୋନା ଯୁଦ୍ଧରେ ଅତ୍ୟନ୍ତ ସହାୟକ ପ୍ରମାଣ ହୋଇପାରେ । ଏହାକୁ ମୁମ୍ବାଇର ନିଭନ ସଲ୍ୟୁସନ କମ୍ପାନୀ ପ୍ରସ୍ତୁତ କରିଛନ୍ତି । | କମ୍ପାନୀ ଏହାର ଦୁଇଟି ପ୍ରକାର ତିଆରି କରିଛି ।

ଏହି କମ୍ପାନୀ ଅଲଟ୍ରାଭାଓଲେଟ୍ କଣ୍ଟାକ୍ଟଲେସ୍ ସାନିଟାଇଜର (ୟୁଭି-ସି-ସାନିଟାଇଜର)କୁ ଡାକ୍ତରଖାନାଗୁଡ଼ିକୁ ଯୋଗାଇବା ମଧ୍ୟ ଆରମ୍ଭ କରିଛି । ଏହା ହେଉଛି ଦେଶର ପ୍ରଥମ ୟୁଭି-ସି-ସାନିଟାଇଜର । ଏହାର ମୂଲ୍ୟ ବଜାରରେ ଉପଲବ୍ଧ ଥିହା ୟୁଭି-ସି-ସାନିଟାଇଜର ଅଧା ଅଟେ ।

ନେଭୋନ୍ ସଲ୍ୟୁସନ୍ସର ପ୍ରତିଷ୍ଠାତା ନୀରଜ ସାୱନ୍ତ କହିଛନ୍ତି, ବର୍ତ୍ତମାନ 45 ୟୁଭି-ସି-ସାନିଟାଇଜର କେତେକ ଡାକ୍ତରଖାନାକୁ ଦିଆଯାଇଛି ଏବଂ କିଛି ୟୁଭି-ସି-ସାନିଟାଇଜର ଉପରେ କାମ ଚାଲିଛି। ଏହା ଚାଇନାର ୟୁଭି-ସି-ସାନିଟାଇଜର ମଡେଲ ଉପରେ ଆଧାରିତ ।

ନେଭୋନ୍ ସଲ୍ୟୁସନ୍ ଅନୁଯାୟୀ, ଭାରତରେ କେବଳ ଏହି କମ୍ପାନୀର ୟୁଭି-ସି-ସାନିଟାଇଜର ଉପଲବ୍ଧ । ନୀରଜ ସାୱନ୍ତ କହିଛନ୍ତି ଯେ, ଡିଆରଡିଓ ପ୍ରୋଟୋଟାଇପ୍ ସାନିଟାଇଜର ପ୍ରସ୍ତୁତ କରିଛନ୍ତି କିନ୍ତୁ ଏହା ବଜାରରେ ଉପଲବ୍ଧ ନାହିଁ।

ଏଥିସହ ସେ କହିଛନ୍ତି, ନେଭୋନ କମମ୍ପାନୀ ଗତ ମାର୍ଚ୍ଚ ମାସରୁ ହିଁ ୟୁଭି-ସି-ସାନିଟାଇଜର ଉପରେ କାମ ଆରମ୍ଭ କରିଥିଲା । କିନ୍ତୁ ୟୁଭି ଉତ୍ପାଦ ଉପରେ ପ୍ରଥମ କାମ କରିସାରିଛନ୍ତି । ତେବେ ୟୁଭି-ସି-ସାନିଟାଇଜରର ମୂଲ୍ୟ 4 ହଜାର ଅଟେ । ଏହା ଗ୍ଲୋବାଲ ମାର୍କେଟରେ ଉପଲବ୍ଧ ୟୁଭି-ସି-ସାନିଟାଇଜର ଠାରୁ ସାମାନ୍ୟ ବଡ ଅଟେ ।

ସାୱନ୍ତ କହିଛନ୍ତି ଯେ, ୟୁଭି-ସି-ସାନିଟାଇଜର ଦୁଇ ପ୍ରକାର ମଡେଲ ବିକଶିତ କରାଯାଇଛି । ପ୍ରଥମଟି ପୋର୍ଟାବଲ୍ ଫର୍ମାଟ୍, ଯାହା ସର୍ବସାଧାରଣ ସ୍ଥାନରେ ବ୍ୟବହାର କରାଯାଇପାରିବ । ଦ୍ୱିତୀୟଟି ମେଡିକାଲ ଫର୍ମାଟ ପାଇଁ ଅଟେ । ଯାହା ଦ୍ବାରା ଏନ-95 ମାସ୍କ ମଧ୍ୟ ସାନିଟାଇଜ କରାଯାଇ ପୁନଃ ବ୍ୟବହାର କରାଯାଇପାରିବ ।

ଏଥିସହ ସେ କହିଛନ୍ତି, ୟୁଭି-ସି-ସାନିଟାଇଜର ଠିକ୍ ଭାବରେ ସେଟ୍ କରାଗଲେ ଏହା ବ୍ୟବହାର ଉପଯୋଗୀ ହୋଇଥାଏ । ଏହାକୁ ସେ କିପରି ପ୍ରସ୍ତୁତ କଲେ ତାହାର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ସାର୍ବଜନୀନ ଭାବରେ ଉପଲବ୍ଧ ଡବ୍ଲୁଏଚଓ ଏବଂ ସିଡିସି ୱେବସାଇଟରୁ ସେ ସାର୍ସ କୋରୋନୋ ଭାଇରସର ଡାଟା ଡାଉନଲୋଡ୍ କରିଥିଲେ । ସେ କୋରୋନା ଭାଇରସକୁ ମାରିବା ପାଇଁ କେତେ ପରିମାଣ ଅଲଟ୍ରାଭାଓଲେଟ୍ ରଶ୍ମି ଆବଶ୍ୟକ ତାହା ଉପରେ ରିସର୍ଚ୍ଚ କରିଥିଲେ । ଏହାପରେ ସେ ଡିଭାଇସ୍ ଡିଜାଇନ୍ କରିଥିଲେ । ଏହାପରେ ଏକ ଗଣମାଧ୍ୟମକୁ ସାୱନ୍ତ ଏକ ସାର୍ଟିଫିକେଟ୍ ପଠାଇଥିଲେ । ଯେଉଁଥିରେ ୟୁଭି-ସି ସାନିଟାଇଜର ବ୍ୟବହାର କରିବାକୁ ଅନୁମତି ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.