ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୁଦ୍ଧରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ପ୍ରଦର୍ଶନ ଜାରି ରହିଛି । ଭାରତ ବିରୋଧି ବିକ୍ଷୋଭ ପ୍ରଦର୍ଶନ କରିବାକୁ ନେଇ ବ୍ରିଟେନ ସରକାରଙ୍କୁ ଆପତ୍ତି ଜଣାଇଛି ଭାରତ । ଏହା ଦ୍ବାରା ଦୂତାବାସର କାର୍ଯ୍ୟ ପରିଚାଳନା କରିବାରେ ଅସୁବିଧା ହେଉଥିବା ଭାରତ ପକ୍ଷରୁ ଅଭିଯୋଗ କରାଯାଇଛି ।
ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ' ଆମେ ଏ ପ୍ରସଙ୍ଗରେ ବ୍ରିଟେନ ସରକାରଙ୍କୁ ଅବଗତ କରିସାରିଛୁ । ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଦୂତାବାସର କାର୍ଯ୍ୟ ପରିଚାଳନା କରିବାରେ ବାଧା ସୃଷ୍ଟି ହେଉଛି । ଭବିଷ୍ୟତରେ ଲଣ୍ଡନରେ ଏଭଳି ଭାରତ ବିରୋଧି ପ୍ରଦର୍ଶନ ହେବ ନାହିଁ ବୋଲି ଆମେ ଆଶା କରୁଛୁ । '
ସୂଚନାଯୋଗ୍ୟ ଯେ, ଜାନୁଆରୀ 26 ତାରିଖରେ ଶହ ଶହ ପ୍ରଦର୍ଶନକାରୀ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ପ୍ରଦର୍ଶନ କରିଥିଲେ । ଜମ୍ମୁ କଶ୍ମୀରରୁ 370 ଧାରା ଉଚ୍ଛେଦ ପ୍ରସଙ୍ଗକୁ ବିରୋଧ କରିବା ସିଏଏକୁ ପ୍ରତ୍ୟାଖାନ କରିବାକୁ ଦାବି କରିଥିଲେ ବିକ୍ଷୋଭକାରୀ । ଏହି ପ୍ରଦର୍ଶନର ଆୟୋଜନ କରିଥିଲେ ପାକିସ୍ତାନ ମୂଳର ବ୍ରିଟିସ ନାଗରିକ ।