ETV Bharat / bharat

ଚୀନ୍ ସହ ଲଦାଖ ସୀମା ବିବାଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଭାରତ ଦ୍ବିଧାରେ ପଡ଼ିଛି: ଆଣ୍ଟୋନୀ

ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ଲଦାଖର ଏଲଏସିରେ ଚୀନର ପିପୁଲସ ଲିବରେସନ ଆର୍ମି ଦ୍ବାରା ସୀମା ଉଲ୍ଲଂଘନ ପ୍ରାୟ ଚାରି ମାସ ହେଲା ଜାରି ରହିଛି। ଜୁନ୍ 15ରେ ଗଲୱାନ ଉପତ୍ୟକା ଅଞ୍ଚଳରେ ପିଏଲଏ ସେନା ଦ୍ବାରା ହୋଇଥିବା ଭୟଙ୍କର ସଂଘର୍ଷରେ ଭାରତର 20 ଜଣ ଯବାନ ସହିଦ୍ ହୋଇଥିଲେ। ଅସମର୍ଥିତ ରିପୋର୍ଟରୁ ପିଏଲଏର 40 ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲେ ମଧ୍ୟ ଚୀନ୍ ଏ ସମ୍ପର୍କରେ ମୁହଁ ଖୋଲିନଥିଲା।

author img

By

Published : Sep 1, 2020, 10:58 AM IST

ଚୀନ୍ ସହ ଲଦାଖ ସୀମା ବିବାଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଭାରତ ଦ୍ବିଧାରେ ପଡ଼ିଛି: ଆଣ୍ଟୋନୀ
ଚୀନ୍ ସହ ଲଦାଖ ସୀମା ବିବାଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଭାରତ ଦ୍ବିଧାରେ ପଡ଼ିଛି: ଆଣ୍ଟୋନୀ

ନୂଆଦିଲ୍ଲୀ: ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନର ଅତିକ୍ରମଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଭାରତ ଦ୍ବିଧାରେ ପଡ଼ିବା ଭଳି ମନେ ହେଉଛି। ଏହା ଅନୁଭବ କରିଛନ୍ତି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ.ଆଣ୍ଟୋନୀ।

ଦକ୍ଷିଣ ଏସୀୟ ଦେଶଗୁଡ଼ିକର ବିଷମ ସ୍ଥିତିକୁ ଦେଖି ଏସିଆନ୍ ଡ୍ରାଗନ ଆକ୍ରମଣାତ୍ମକ ହୋଇ ପଡ଼ିଥିବା ଆଣ୍ଟୋନୀ ଯୁକ୍ତି ଦର୍ଶାଇଛନ୍ତି। “ଭାରତ କିଛି ପଦକ୍ଷେପ ନେବାକୁ ସ୍ଥିର ନିଷ୍ପତ୍ତି ନେଇ ପାରୁନଥିବା ଜାଣି ଚୀନ୍ ଆକ୍ରମଣାତ୍ମକ ହେଉଛି। ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେବାକୁ ଦୃଢ଼ ନିଷ୍ପତ୍ତି ନେଇ ପାରୁନାହାଁନ୍ତି ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି,” ବୋଲି ଆଣ୍ଟୋନୀ ଇଟିଭି ଭାରତକୁ କହିଛନ୍ତି। ଶନିବାର ଦିନ ଏଲଏସିର ପାଙ୍ଗଙ୍ଗ ସୋ ହ୍ରଦ ଅଞ୍ଚଳରେ ଚୀନ୍ ସେନା ପୁଣି ଥରେ ସୀମା ଉଲ୍ଲଂଘନ କରିଥିଲେ। ଭାରତୀୟ ଯବାନ ପାଲଟା ଆକ୍ରମଣ କରି ଏହାକୁ ବ୍ୟର୍ଥ କରି ଦେଇଛନ୍ତି। ଏହି ଘଟଣା ସମ୍ପର୍କୀତ ପ୍ରଶ୍ନର ଉତ୍ତର ଦେଇ ଆଣ୍ଟୋନୀ ଏହା କହିଛନ୍ତି।

ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ଲଦାଖର ଏଲଏସିରେ ଚୀନର ପିପୁଲସ ଲିବରେସନ ଆର୍ମି ଦ୍ବାରା ସୀମା ଉଲ୍ଲଂଗନ ପ୍ରାୟ ଚାରି ମାସ ହେଲା ଜାରି ରହିଛି। ଜୁନ୍ 15ରେ ଗଲୱାନ ଉପତ୍ୟକା ଅଞ୍ଚଳରେ ପିଏଲଏ ସେନା ଦ୍ବାରା ହୋଇଥିବା ଭୟଙ୍କର ସଂଘର୍ଷରେ ଭାରତର 20 ଜଣ ଯବାନ ସହିଦ୍ ହୋଇଥିଲେ। ଅସମର୍ଥିତ ରିପୋର୍ଟରୁ ପିଏଲଏର 40 ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲେ ମଧ୍ୟ ଚୀନ୍ ଏ ସମ୍ପର୍କରେ ମୁହଁ ଖୋଲିନଥିଲା।

“ଚାରି ମାସ ହେଲା ସୀମା ଅତିକ୍ରମଣ ଘଟଣା ଜାରି ରହିଛି। ଏ ଯାଏଁ ଭାରତ ସରକାର କେବେଳ ବିବୃତି ଜାରି କରି ଚାଲିଥିବା ବେଳେ ଚୀନ୍ ତା’ର ସେନା ବାହିନ ଠୁଳ କରି ଚାଲିଛି,” ବୋଲି ଆଣ୍ଟୋନୀ କହିଛନ୍ତି। ସେ କହିଛନ୍ତି, ପିଏଲଏର ସେନା ମୁତୟନ କେବଳ ଯେ ପୂର୍ବ ଲଦାଖରେ ହେଉଛି ତା ନୁହେଁ ଚୀନ୍କୁ ଲାଗି ରହିଥିବା ଅରୁଣାଚଳ ପ୍ରଦେଶ ଏବଂ ସିକ୍ମିମ ସୀମାରେ ମଧ୍ୟ ଶତ୍ରୁ ପକ୍ଷ ସେନା ଠୁଳ କରିଚାଲିଛି।

“ପିଏଲଏ ସେନା ପୂର୍ବରୁ ଯେଉଁ ସବୁ ଅଞ୍ଚଳରେ ପହରା ଦେଇ ଆସୁଥିଲେ ସେସବୁ ଅଞ୍ଚଳରେ ଭାରତୀୟ ପ୍ୟାଟ୍ରୋଲିଂ ଦଳକୁ ପ୍ରବେଶ କରାଇ ଦେଉନାହାଁନ୍ତି,” ବୋଲି ଆଣ୍ଟୋନୀ କହିଛନ୍ତି। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପିଏଲଏ ସେନା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭାରତ କୁଣ୍ଠା ପ୍ରକାଶ କରୁଥିବାରୁ ଏପରି ଏକ ଧାରଣା ସୃଷ୍ଟି ହୋଇଛି ଯେ, “ ଚୀନ୍ ଆକ୍ରମଣକୁ ସାମନା କରିବା ଲାଗି ଆମେ ଆମର ଇଚ୍ଛା ଶକ୍ତି ଦେଖାଉନାହିଁ”।

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏପରି ଯେ କୌଣସି ଆକ୍ରମଣରୁ ସାମନା କରିବାକୁ ସଦା ପ୍ରସ୍ତୁତ ଥିବା ଭାରତୀୟ ସେନା ବାହିନୀ ଜାଣିଛି । “2013ରେ ଦେପସାଙ୍ଗ ଉପତ୍ୟକାରେ ଏକ ଅନୁରୂପ ଘଟଣା ଘଟିଥିଲା, ଯେଉଁଠି ଚୀନ୍ ସେନାକୁ ଶେଷରେ ସେ ସ୍ଥାନ ଛାଡ଼ିବାକୁ ପଡ଼ିଲା ଏବଂ ଶାନ୍ତି ପ୍ରତିଷ୍ଠା ହୋଇଥିଲା,” ବୋଲି ଆଣ୍ଟୋନୀ ମନେ ପକାଇ ଦେଇଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ବାଧୀନ ୟପିଏ ସରକାରଙ୍କ ସମୟରେ ଆଣ୍ଟୋନୀ ସାତ ବର୍ଷରୁ ଅଧିକ କାଳ ଦେଶରେ ସର୍ବାଧିକ ସମୟ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବରେ ଥିଲେ।

ଭାରତର ପ୍ରତିରକ୍ଷା ପ୍ରସ୍ତୁତି ସମ୍ପର୍କରେ ପାର୍ଲାମେଣ୍ଟରେ ଏକ ବିସ୍ତୃତ ବିବୃତି ରଖି ଆଣ୍ଟୋନୀ ସ୍ବୀକାର କରିଥିଲେ ଯେ, ସେନା ବାହିନୀ, ବାୟୁସେନା ଏବଂ ନୌସେନାର କ୍ଷମତା ବଢାଇବା ସକାଶେ ପ୍ରତିରକ୍ଷା ବଜେଟ ଆକାର ବୃଦ୍ଧି କରିବାକୁ ପଡ଼ିବ। ଲଦାଖରେ ଭାରତ-ଚୀନ୍ ସୀମା ବିବାଦ ନେଇ ଅଚଳାବସ୍ଥା ସୃଷ୍ଟି ଏବଂ ପରେ ଉଭୟ ପକ୍ଷରୁ ସେନା ମୁତୟନ ନେଇ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି ଯେଉଁ ଭାଷାରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଠିକ୍ ସେହି ସ୍ବରରେ ଆଣ୍ଟୋନୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସୀମା ବିବାଦ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏତେ ତଳକୁ ଖସି ଯାଇଛି ଯାହାକି ପୂର୍ବରୁ କେବେ ବି ଦେଖାଯାଇନଥିଲା।

ଅମିତ ଅଗ୍ନିହୋତ୍ରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.