ETV Bharat / bharat

ଦେଶରେ ଗଚ୍ଛିତ କୋରୋନା ଟେଷ୍ଟିଂ କିଟରେ 6 ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ହେବ: ଆଇସିଏମଆର - COVID-19 outbreak

ଭାରତରେ ରହିଥିବା କୋରୋନା ପରୀକ୍ଷଣ କିଟ ଗୁଡିକରେ ଆସନ୍ତା 6 ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା କରାଯାଇପାରିବ ବୋଲି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

India has stock of COVID-19 kits to conduct tests for next 6 weeks: ICMR
ଦେଶରେ ଗଚ୍ଛିତ କୋରୋନା ଟେଷ୍ଟିଂ କିଟରେ 6 ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ହେବ: ଆଇସିଏମଆର
author img

By

Published : Apr 14, 2020, 1:41 AM IST

ନୂଆଦିଲ୍ଲୀ: ଭାରତରେ ରହିଥିବା କୋରୋନା ପରୀକ୍ଷଣ କିଟ ଗୁଡିକରେ ଆସନ୍ତା 6 ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା କରାଯାଇପାରିବ ବୋଲି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ କୁହାଯାଇଛି ।

ଆଇସିଏମଆର ବୈଜ୍ଞାନିକ ଡକ୍ଟର ଗଙ୍ଗାଖେଡକର କହିଛନ୍ତି, ‘ଗତକାଲି ପର୍ଯ୍ୟନ୍ତ ଆମେ 2,06,212 COVID-19 ପରୀକ୍ଷା କରିଛୁ । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆଜି ଆମେ ଯେଉଁ ଭାବରେ ପରୀକ୍ଷା କରୁଛୁ, ଆମ ପାଖରେ କିଟ ରହିଛି ଯାହା ଦ୍ବାରା ଆମେ ଆଗାମୀ ଛଅ ସପ୍ତାହ ପାଇଁ ସହଜରେ ପରୀକ୍ଷା କରିପାରିବା ।’

ସେ କହିଛନ୍ତି, ଏପ୍ରିଲ 15ରେ କୋରୋନା କିଟ ଓ ସାମଗ୍ରୀ ଚାଇନାରୁ ଆସିବ । ଏହା ଦ୍ବାରା କୋରୋନା ପରୀକ୍ଷଣ ଆହୁରି ସହଜ ହେବ । ସେହିପରି ଏପ୍ରିଲ 12 ପର୍ଯ୍ୟନ୍ତ ସାରା ଦେଶରେ 2,06,212 କୋରୋନା ରକ୍ତ ନମୁନା ପରୀକ୍ଷା କରାଯାଇଛି ବୋଲି ଆଇସିଏମଆର ବୈଜ୍ଞାନିକ ଡକ୍ଟର ଗଙ୍ଗାଖେଡକର ପ୍ରକାଶ କରିଛନ୍ତି ।

ଭାରତରେ ମୋଟ କୋରୋନା ପଜିଟିଭ ମାମଲା 9,352କୁ ବୃଦ୍ଧି ପାଇଛି । ଏଥିରେ 324 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 980 ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.