ETV Bharat / bharat

ବାବ୍ରୀ ମାମଲାରେ ପାକିସ୍ତାନକୁ ଆଇନା ଦେଖାଇଲା ଭାରତ - ବାବ୍ରୀ ବିଧ୍ବଂସ ମାମଲା

ଅଯୋଧ୍ୟା ବିବାଦିତ ଢାଞ୍ଚା ଧ୍ବଂସ ମାମଲାରେ ପାକିସ୍ତାନ ବୟାନର କଡା ଜବାବ ଦେଇଛି ଭାରତ । ବିବାଦୀୟ ଢାଞ୍ଚା ଧ୍ବଂସ ମାମଲାରେ ସମସ୍ତ 32 ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିବା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମୁସଲମାନମାନଙ୍କ ପୂଜାପାଠ ସ୍ଥାନଗୁଡିକର ନିରାପତ୍ତା ନିଶ୍ଚିତ କରିବାକୁ ଭାରତକୁ କହିଥିଲା । ଅଧିକ ପଢନ୍ତୁ...

ବାବ୍ରୀ ବିଧ୍ବଂସ ମାମଲାରେ ପାକିସ୍ତାନ ବୟାନର କଡା ଜବାବ ଦେଲା ଭାରତ

author img

By

Published : Oct 1, 2020, 8:37 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଅଯୋଧ୍ୟାର ବିବାଦିତ ଢାଞ୍ଚା ଧ୍ବଂସ ମାମଲାରେ ପାକିସ୍ତାନ ବୟାନର କଡା ଜବାବ ଦେଇଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଭାରତ ଏକ ପରିପକ୍ବ ଗଣତନ୍ତ୍ର ଯେଉଁଠାରେ ସରକାର ଏବଂ ନାଗରିକମାନେ ନ୍ୟାୟାଳୟ ନିଷ୍ପତ୍ତିକୁ ସମ୍ମାନ କରନ୍ତି। ପାକିସ୍ତାନରେ ଏପରି ବ୍ୟବସ୍ଥା କରାଯାଇପାରିବ ନାହିଁ । ପାକିସ୍ତାନରେ ସରକାରଙ୍କ ଚାପରେ ନାଗରିକ ଓ ନ୍ୟାୟାଳୟ ନୀରବ ରୁହନ୍ତି । ଅଯୋଧ୍ୟା ବିବାଦୀୟ ଢାଞ୍ଚା ଧ୍ବଂସ ମାମଲାରେ ସମସ୍ତ 32 ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିବା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମୁସଲମାନମାନଙ୍କ ପୂଜାପାଠ ସ୍ଥାନଗୁଡିକର ନିରାପତ୍ତା ନିଶ୍ଚିତ କରିବାକୁ ଭାରତକୁ କହିଥିଲା ।

ପୂର୍ବ ଲଦାଖର ଏଲଏସିରେ ଚୀନ ସହିତ ଜାରି ତିକ୍ତତା ପ୍ରସଙ୍ଗରେ ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଉଭୟ ଭାରତ ଏବଂ ଚୀନ ପରବର୍ତ୍ତୀ ସାମରିକ ସ୍ତରର କଥାବାର୍ତ୍ତା ଉପରେ କାର୍ଯ୍ୟ କରୁଛନ୍ତି। ଉଭୟ ପକ୍ଷ ଏଲଏସିରେ ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ପରସ୍ପର ସହ ମତାମତ ବାଣ୍ଟିଛନ୍ତି |

ଶ୍ରୀବାସ୍ତବ କହିଛନ୍ତି ଯେ ଅକ୍ଟୋବର 6 ଏବଂ 7ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଜାପାନ ଗସ୍ତ କରିବେ। ସେ ଅକ୍ଟୋବର 6ରୁ ଆରମ୍ଭ ହେବାକୁ ଥିବା ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀମାନଙ୍କର ଦ୍ବିତୀୟ ବୈଠକରେ ଯୋଗଦେବେ। ଚୀନ ସହ ଜାରି ତିକ୍ତତା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.