ETV Bharat / bharat

ଆତଙ୍କବାଦୀ ଆକ୍ରମଣକୁ ରୋକିବାକୁ ଭାରତର ଯଥେଷ୍ଟ ସାମର୍ଥ୍ୟ ରଖିଛି: ରାଜନାଥ ସିଂହ - ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଦେଶରୁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଭାରତ ପାଖରେ ଯଥେଷ୍ଟ ସାମର୍ଥ୍ୟ ଅଛି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅଧିକ ପଢନ୍ତୁ...

ଦେଶରୁ ଆତଙ୍କବାଦକୁ ମୂଳପୋଛ କରିବ ଭାରତ
ଦେଶରୁ ଆତଙ୍କବାଦକୁ ମୂଳପୋଛ କରିବ ଭାରତ
author img

By

Published : Dec 30, 2020, 9:49 AM IST

ନୂଆଦିଲ୍ଲୀ: ଆମ ସ୍ବାଭିମାନ ଉପରେ ଆକ୍ରମଣକୁ ଆମେ ବରଦାସ୍ତ କରିବୁ ନାହିଁ । ପୁରୁଣା ଭାରତ ଆଉ ନାହିଁ ସେବେର ଭାରତ ଆଉ ଏବେର ଭାରତ ଭିତରେ ବହୁର ପାର୍ଥ୍ୟକ ରହିଛି । ଦେଶରୁ ଆତଙ୍କବାଦକୁ ମୂଳପୋଛ କରିବ ଭାରତ । ଭାରତ ଉପରେ ହେଉଥିବା ଆତଙ୍କବାଦୀ ଆକ୍ରମଣକୁ ରୋକିବାକୁ ଭାରତର ଯଥେଷ୍ଟ ସାମର୍ଥ୍ୟ ରଖିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଦେଶରୁ ଆତଙ୍କବାଦକୁ ମୂଳପୋଛ କରିବ ଭାରତ

ଗତ କିଛି ମାସ ହେବ ପାକିସ୍ତାନ ସୀମାରେ କୁଖ୍ୟାତ କାର୍ଯ୍ୟକଳାପ ଘଟାଇଛି । ସୀମାରେ ପ୍ରାୟ ତିନିଶହରୁ ଚାରିଶହ ଥର ଅସ୍ତ୍ର ବିରୋଧୀ ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଏହର ଉଚିତ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ । ପୂର୍ବରୁ ଯେତେବେଳେ ବି ଭାରତର ସ୍ବାଭିମାନ ଉପରକୁ କେହି ଆକ୍ରମଣ କରିଛି ଭାରତ ତାର ଉପଯୁକ୍ତ ଜବାବ ଦେଇଛି । 2014 ପରେ ଭାରତରେ ହୋଇଥିବା ସମସ୍ୟାକୁ ବୁଦ୍ଧିମାନର ସହିତ ସମାଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେ ଆହୁରି କହିଛନ୍ତି ଜାମ୍ମୁ-କାଶ୍ମୀର ସୀମାରୁ ମୂଳ ପୋଛ ହେବ ଆତଙ୍କବାଦ । ଆତଙ୍କବାଦଙ୍କ ସମସ୍ତ ଯୋଜନାକୁ ପଣ୍ଡ କରିବାର ସମ୍ପୂର୍ଣ୍ଣ କ୍ଷମତା ରଖିଛି ଭାରତୀୟ ସେନାବାହିନୀ । 2016ରେ ସୀମାରେ ହୋଇଥିବା ଉରି ସର୍ଜିକାଲ ଷ୍ଟ୍ରାଇକ ଓ 2019ରେ ପୁଲୱାମା ଆକ୍ରମଣ ଏହାର ଜ୍ବଳନ୍ତ ଉଦାହରଣ । ସୀମାରେ ଆତଙ୍କବାଦଙ୍କ କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ । ସମୟ ଆସିଲେ ଭାରତ ତାର ଉପଯୁକ୍ତ ଜବାବ ଦେବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ସାକ୍ଷତକାରରେ ଚାଷୀ ଆନ୍ଦୋଳନ ଉପରେ ପ୍ରଶ୍ନର ଉତ୍ତର ରଖି ରାଜନାଥ ସିଂ କହିଛନ୍ତି ଆମେ କେବେ ଚାଷୀଙ୍କ ବିରୁଦ୍ଧରେ ଯାଇନାହୁଁ । ମୁଁ ଓ ପ୍ରଧାନମନ୍ତ୍ରୀ ଗୋଟିଏ ଗରିବ ଚାଷୀ ମାଆର ଗର୍ଭରୁ ଜନ୍ମ ନେଇଛୁ । ଚାଷୀମାନଙ୍କ ଦୁଃଖ ଆମ ଦୁଃଖ । ଚାଷୀଙ୍କ ପ୍ରତି ଆମେ ସର୍ବଦା ସମ୍ବେଦନଶୀଳ । ଚାଷୀଙ୍କ ସମୃଦ୍ଧି ହେଲେ ହିଁ ଦେଶର ସମୃଦ୍ଧି ହେବ ବୋଲି କହିଛନ୍ତି ରାଜନାଥ ସିଂ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.