ETV Bharat / bharat

ଅକ୍ଟୋବର 31ରୁ ଯୁଦ୍ଧାଭ୍ୟାସ ‘ଏକ୍ସ ଶକ୍ତି-2019’ ଆରମ୍ଭ - ଅକ୍ଟୋବର 31 ରୁ ଆରମ୍ଭ ହେବ ଯୁଦ୍ଧାଭ୍ୟାସ ‘ଏକ୍ସ ଶକ୍ତି-2019’

ଭାରତ ଏବଂ ଫ୍ରାନ୍ସ ସେନା ମଧ୍ୟରେ ଅକ୍ଟୋବର 31 ତାରିଖରୁ ଆରମ୍ଭ ହେବ ଯୁଦ୍ଧାଭ୍ୟାସ ‘ଶକ୍ତି 2019’(SHAKTI-2019) । ଏହି ଯୁଦ୍ଧାଭ୍ୟାସ ସମ୍ପୂର୍ଣ୍ଣ ରୂପରେ ଆତଙ୍କବାଦ ନିରୋଧୀ ଅଭିଯାନ ଉପରେ କେନ୍ଦ୍ରିତ ରହିବ ।

ଡିଜାଇନ ଫଟୋ
author img

By

Published : Oct 25, 2019, 6:01 PM IST

ନୂଆଦିଲ୍ଲୀ: ଭାରତ ଏବଂ ଫ୍ରାନ୍ସ ସେନା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଯୁଦ୍ଧାଭ୍ୟାସ ‘ ଏକ୍ସ ଶକ୍ତି 2019’(SHAKTI-2019) । ରାଜସ୍ଥାନ ବିକାନେରର ମହାଜନ ଫିଲ୍ଡ ଫାଇରିଂ ରେଞ୍ଜରେ ହେବାକୁ ଥିବା ଏହି ଯୁଦ୍ଧାଭ୍ୟାସ ଅକ୍ଟୋବର 31 ତାରିଖରୁ ଆରମ୍ଭ ହେବ । ଏଥିରେ ଅଂଶଗ୍ରହଣ କରିବା ପାଇଁ ଫ୍ରାନ୍ସ ସେନାର ଯବାନ ଏବଂ ଅଧିକାରୀ ଅକ୍ଟୋବର 26ରେ ଭାରତ ପହଞ୍ଚିବେ ବୋଲି ସେନା ମୁଖପାତ୍ର ସମ୍ବିତ ଘୋଷ କହିଛନ୍ତି ।

ତେବେ ଏହି ଯୁଦ୍ଧାଭ୍ୟାସ ସମ୍ପୁର୍ଣ୍ଣ ରୂପରେ ଆତଙ୍କବାଦ ନିରୋଧୀ ଅଭିଯାନ ଉପରେ କେନ୍ଦ୍ରିତ ରହିବ । ଏଥିରେ ମରୁସ୍ଥଳରେ କାଉଣ୍ଟର ରେଜିମେଣ୍ଟର ଅଭ୍ୟାସ ମଧ୍ୟ କରାଯିବ ବୋଲି ସମ୍ବିତ ଘୋଷ ସୂଚନା ଦେଇଛନ୍ତି । ଏହି ଯୁଦ୍ଧାଭ୍ୟାସରେ ଭାରତ ପକ୍ଷରୁ ସପ୍ତ ଶକ୍ତି କମାଣ୍ଡ ଅଧିନର ଶିଖ ରେଜିମେଣ୍ଟ ଏବଂ ଆର୍ମ୍ଡ ବ୍ରିଗେଡର 21 ମେରିନ ଇନ୍‌ଫେଣ୍ଟ୍ରି ରେଜିମେଣ୍ଟରର ଯବାନ ଏବଂ ଅଧିକାରୀ ଅଂଶଗ୍ରହଣ କରିବେ । ତେବେ ଭାରତ ପକ୍ଷରୁ ସପ୍ତ ଶକ୍ତି କମାଣ୍ଡ ଅଧିନର ଶିଖ ରେଜିମେଣ୍ଟର ଏକ ଦଳ ଏହି ଯୁଦ୍ଧାଭ୍ୟାସର ପ୍ରତିନିଧିତ୍ବ କରିବେ । ସେହିପରି ଫ୍ରାନ୍ସ ସେନାର ପ୍ରତିନିଧିତ୍ବ ଫ୍ରାନ୍ସିସ ସେନାର ଷଷ୍ଠ ବଖ୍ତରବନ୍ଦ ବ୍ରିଗେଡର 21 ତମ ସାମୁଦ୍ରିକ ଇନ୍‌ଫ୍ରେଣ୍ଟ୍ରି ରେଜିମେଣ୍ଟର ଯବାନ କରିବେ । ଭାରତ-ଫ୍ରାନ୍ସର ଏହି ମିଳିତ ଯୁଦ୍ଧାଭ୍ୟାସରେ ଆଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯିବ ।

ଏହି ଯୁଦ୍ଧାଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଉଭୟ ଦେଶର ସେନା ମଧ୍ୟରେ ସହଯୋଗ, ସମ୍ପର୍କ ଏବଂ ଅନ୍ତର ସକ୍ରିୟତାକୁ ବୃଦ୍ଧି କରିବା ଅଟେ । ଦୀର୍ଘ 36 ଘଣ୍ଟାର ଲଗାତାର ଅଭ୍ୟାସ ପରେ ଯୁଦ୍ଧାଭ୍ୟାସ ଏକ୍ସ ଶକ୍ତି-2018 ର ସମାପନ ହେବ । ଯେଉଁଥିରେ ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିଥିବା ଯବାନ ଏକ ଗାଁରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ସହ ସେମାନଙ୍କୁ ନିପାତ କରିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.