ETV Bharat / bharat

ଏହା ପରୀକ୍ଷଣ ସମୟ !

ଭାରତରେ ଏକ ବିରାଟ ସଙ୍କଟ ସୃଷ୍ଟି କରିଛି ମହାମାରୀ କୋରୋନା । ଯେତେ ସଂଖ୍ୟାରେ ପରୀକ୍ଷଣ କରାଯିବ ଆମ ଦେଶରେ କୋରୋନା ସ୍ଥିତି ମଧ୍ୟ ସେତେ ସ୍ପଷ୍ଟ ଭାବରେ ଜଣାପଡିବ । ଏନେଇ ଆଗାମୀ ଦିନରେ ଅଧିକ ସଂଖ୍ୟାରେ କୋରୋନା ଟେଷ୍ଟ ଉପରେ ଗୁରୁତ୍ତ୍ବ ଦିଆଯିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ବୋଲି ଜଣାପଡିଛି । ସମ୍ପୂର୍ଣ୍ଣ ପଢନ୍ତୁ...

author img

By

Published : Apr 10, 2020, 3:09 PM IST

ଏହା ପରୀକ୍ଷଣ ସମୟ !
ଏହା ପରୀକ୍ଷଣ ସମୟ !

କୋରୋନାକୁ ସର୍ବବ୍ୟାପୀ ମହାମାରୀ ଘୋଷଣା କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଲୋଚନା ଓ ବିଚାର ବିମର୍ଶ କରୁଥିବା ସମୟରେ... କୋରୋନା ସମୟ ନଷ୍ଟ କରି ନଥିଲା ଏବଂ ସେତେବେଳକୁ ବିଶ୍ବର ଅନେକ ଦେଶକୁ ନିଜ କବଳକୁ ନେଇସାରିଥିଲା । ସାରା ବିଶ୍ବରେ 13 ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ଏବଂ 70,000 ଲୋକଙ୍କୁ ମୃତ୍ୟୁମୁଖରେ ପହଞ୍ଚାଇ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା କୋରୋନା, ଭାରତର ଜନସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବିରାଟ ଏକ ସଙ୍କଟ ସୃଷ୍ଟି କରିଛି । 21 ଦିନିଆ ଲକ୍‌ଡାଉନ୍‌ ବା ତାଲାବନ୍ଦ ଅବଧିର ଏହା ଶେଷ ସପ୍ତାହ ହୋଇଥିବାରୁ ଏ ମାସ 16 ତାରିଖ ସୁଦ୍ଧା ଦେଶରେ କରୋନା ନିୟନ୍ତ୍ରଣର ରୂପରେଖ ସ୍ପଷ୍ଟ ହୋଇଯିବ ।

ଭାରତରେ ପ୍ରଥମ ପାଞ୍ଚ ଶହ ସଂକ୍ରମଣ ମାମଲା ପଞ୍ଜୀକୃତ ହେବା ପାଇଁ 55 ଦିନ ଲାଗିଥିଲା । କିନ୍ତୁ ବର୍ତ୍ତମାନ 3500 ସଂକ୍ରମଣ ମାମଲାରେ, ଗୋଟିଏ ଦିନରେ ପାଞ୍ଚ ଶହ ବୃଦ୍ଧି ପାଇଥିବା ଘଟଣାରୁ ହିଁ ସ୍ଥିତି ବିପଜ୍ଜନକ ରୂପ ନେବାକୁ ଯାଉଛି ବୋଲି ବୁଝିହୁଏ । ସଂକ୍ରମଣ ଲକ୍ଷଣ ଥିବା ସମସ୍ତ ବ୍ୟକ୍ତିଙ୍କ ଡାକ୍ତରୀ ଯାଞ୍ଚ କରାଯିବା ପରେ ହିଁ କୋରୋନା ସଂକ୍ରମଣ ବ୍ୟାପ୍ତିର ବାସ୍ତବ ରୂପରେଖ ଜାଣିହେବ ବୋଲି ବିଶେଷଜ୍ଞମାନଙ୍କ ମତାମତକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ସୀମିତ ସଂଖ୍ୟକ ପରୀକ୍ଷଣ ଉପକରଣ ବା ଟେଷ୍ଟିଂ କିଟ୍‌ ଉପଲବ୍ଧ ହେଉଥିବାରୁ, ବିଦେଶରୁ ଫେରିଥିବା ଯେଉଁ ବ୍ୟକ୍ତିମାନଙ୍କ ଶରୀରରେ ସଂକ୍ରମଣର ଲକ୍ଷଣ ରହିଥିଲା, ସେମାନଙ୍କ ପରୀକ୍ଷଣକୁ ସରକାର ପ୍ରାଥମିକତା ପ୍ରଦାନ କରିଥିଲେ ।

କୋରୋନା ଚାରିଟି ପର୍ଯ୍ୟାୟରେ ବ୍ୟାପିବ ବୋଲି ଧାରଣା ଥିବାରୁ ବିଦେଶ ଫେରନ୍ତା ବ୍ୟକ୍ତି ଏବଂ ସେମାନଙ୍କ ଘନିଷ୍ଠ ବନ୍ଧୁମାନଙ୍କୁ ପୃଥକ୍‌ ବାସରେ ରଖାଗଲା ଏବଂ ଆବଶ୍ୟକ ରୋଗ ଚିହ୍ନଟ ପରୀକ୍ଷଣ କରାଗଲା । କୋରୋନା ବ୍ୟାପ୍ତିର ଶୃଙ୍ଖଳ ତିନି ସପ୍ତାହ ମଧ୍ୟରେ ଛିନ୍ନ ହେବ ବୋଲି ଧରିନେଇ ମାର୍ଚ୍ଚ 24 ତାରିଖରେ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କଲେ । ଇତ୍ୟବସରରେ, ଏହି ଭୂତାଣୁର ମୁକାବିଲା ଲାଗି ସ୍ବାସ୍ଥ୍ୟସେବା କର୍ମୀ ଏବଂ ଦରକାର ହେଉଥିବା ଡାକ୍ତରୀ ଚିକିତ୍ସା ଭିତ୍ତିଭୂମି ପ୍ରସ୍ତୁତ କରିବା ଦିଗରେ ଆବଶ୍ୟକ ବନ୍ଦୋବସ୍ତକୁ ସୁନିଶ୍ଚିତ କରାଗଲା ।

କର୍ଣ୍ଣାଟକର 22 ଜଣ ଏବଂ ମହାରାଷ୍ଟ୍ରର 11 ପ୍ରତିଶତ ସଂକ୍ରମିତ ବ୍ୟକ୍ତି ବିଦେଶରୁ ଫେରି ନଥିଲେ କି ବିଦେଶ ଫେରନ୍ତା ଲୋକଙ୍କ ସହ ସେମାନଙ୍କର ସଂପର୍କ ନଥିଲା ବୋଲି ଜଣାପଡ଼ିବା ପରେ ଦେଶରେ କୋରୋନା ସଂକ୍ରମଣ ମହାମାରୀ ରୂପରେ ବ୍ୟାପୁଛି ବୋଲି ଗୁରୁତର ଆଶଙ୍କା ପ୍ରକାଶ ପାଇଛି । ତେଣୁ, ସଂକ୍ରମଣ ଲକ୍ଷଣ ଥିବା ସବୁ ଲୋକଙ୍କର ବ୍ୟାପକ ପରୀକ୍ଷଣ ଏବଂ ରୋଗ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କର ତୁରନ୍ତ ଚିକିତ୍ସା କରାଯିବା ନିହାତି ଆବଶ୍ୟକ । ସାରା ବିଶ୍ବରେ କାଶ, ଜ୍ବର, ଋତୁକାଳୀନ ଶାରୀରିକ ପ୍ରତିକ୍ରିୟାଜନିତ ବିକାର ବା ସିଜନାଲ ଆଲର୍ଜି ଏକ ସାଧାରଣ କଥା । ବିଭିନ୍ନ ଅନୁଧ୍ୟାନରୁ ପ୍ରକାଶ ଯେ, କୋରୋନା ସଂକ୍ରମଣ ଆରମ୍ଭରୁ ବି ସେଇ ଏକାଭଳି ଲକ୍ଷଣମାନ ପ୍ରକାଶ ପାଏ, କିନ୍ତୁ ପୁଷ୍ଟିହୀନତା, ବୟସାଧିକ୍ୟ ଏବଂ ଡାଏବେଟିସ୍‌, ଉଚ୍ଚ ରକ୍ତଚାପ ପ୍ରଭୃତି ଭଳି ପୁରୁଣା ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହାର ସଂକ୍ରମଣ ମାରାତ୍ମକ ରୂପରେ ବ୍ୟାପିଥାଏ ।

1918ର ସ୍ପାନିଶ୍‌ ଫ୍ଳୁ ଭଳି ବିସ୍ଫୋଟକ ରୂପ ନେଉଥିବା କୋରୋନା ପ୍ରତି ଯୁବା ବର୍ଗ ସଜାଗ ରହିବା ଦରକାର ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି । ମାର୍ଚ୍ଚ ମାସରେ ହିଁ ଏହା ସତର୍କ କରାଇ ଦେଇଥିଲା ଯେ: “ସବୁ ଦେଶ ପାଇଁ ଆମର ସେଇ ଗୋଟିଏ ବାର୍ତ୍ତା ରହିଛି । ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରୀକ୍ଷଣ କର ।” ସ୍ବାସ୍ଥ୍ୟ ସଂସ୍ଥା ପକ୍ଷରୁ ଏହି ଚେତାବନୀ ଜାରି ହେଲା ବେଳକୁ, 2003ରେ SARS ସଂକ୍ରମଣ ସମୟର ଅଭିଜ୍ଞତା ଭିତ୍ତିରେ ଚୀନ୍‌, ଗତ ମାସ ଶେଷ ସୁଦ୍ଧା ତିନି ଲକ୍ଷ 20 ହଜାର ବ୍ୟକ୍ତିଙ୍କ ପରୀକ୍ଷଣ କରିସାରିଥିଲା । ପ୍ରଥମେ SARS ଭୂତାଣୁ ଚିହ୍ନଟ କରିଥିବା ହଂକଂର ଗବେଷକ ଟିମ୍‌ ସହାୟତାରେ ଚୀନ୍‌ ରୋଗ ପରୀକ୍ଷଣ କିଟ୍‌ ତିଆରି କରିଥିଲା ଏବଂ ସେଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇ ଦେଇଥିଲା । ସେତେବେଳକୁ, SARS ଅନୁରୂପ କୋରୋନାର ବିନାଶକାରୀ ଶକ୍ତି ସଂପର୍କରେ ବର୍ଲିନ୍‌ର ଜଣେ ଗବେଷକ ଆଲବର୍ଟ ଲନ୍‌ ଅନୁମାନ କରିସାରିଥିଲେ ।

ତେଣୁ ଦୂରଦର୍ଶିତାର ସହିତ ଜର୍ମାନୀ ଫେବ୍ରୁଆରୀ ଶେଷ ସୁଦ୍ଧା 4 କୋଟି ରୋଗ ଚିହ୍ନଟ କିଟ୍‌ ପ୍ରସ୍ତୁତ କରିସାରିଥିଲା । ସପ୍ତାହକୁ 15 ଲକ୍ଷ କିଟ୍‌ ପ୍ରସ୍ତୁତ କରିବାର କ୍ଷମତା ରଖୁଥିବା ଜର୍ମାନୀ ପ୍ରତି ଦିନ 30 ହଜାର ଲୋକଙ୍କ ପରୀକ୍ଷଣ କରି ପ୍ରଭାବଶାଳୀ ଢଙ୍ଗରେ କୋରୋନାର ମୁକାବିଲା କରୁଛି । ପ୍ରଥମ ପର୍ଯ୍ୟାୟରେ ହିଁ କୋରୋନା ଭୂତାଣୁ ଚିହ୍ନଟ କରିବା ସହିତ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ପ୍ରଦାନ କରି ଜର୍ମାନୀ ଆତ୍ମବିଶ୍ବାସର ସହ ଆଗକୁ ବଢୁଛି । ଫ୍ରାନ୍ସରେ 82,000 ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିଲେ ଏବଂ ମୃତ୍ୟୁସଂଖ୍ୟା ସାଢ଼େ ଛଅ ହଜାରକୁ ଟପିଗଲାଣି । ଜର୍ମାନୀରେ 91 ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲେ ହେଁ ମୃତ୍ୟୁସଂଖ୍ୟା 1,275ରେ ସୀମିତ ରହିବା ଘଟଣାରେ ହିଁ ଏହାର ସଫଳତାର ରହସ୍ୟ ପ୍ରତିପାଦିତ ହୋଇଛି । ଦକ୍ଷିଣ କୋରିଆ ମଧ୍ୟ ସେଇ ସମାନ ରଣକୌଶଳ ଅବଲମ୍ବନ କରିଥିଲା । ପ୍ରଥମେ ଯଥାଶୀଘ୍ର ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରୀକ୍ଷଣ ଏବଂ ତା’ପରେ ଅବଶିଷ୍ଟ ସଂକ୍ରମିତ ଲୋକଙ୍କ ଜୀବନରକ୍ଷା ଭଳି ଦ୍ବୈତ ମୁକାବିଲା ଯୋଜନା ହିଁ ଭାରତ ପାଇଁ ଉପଯୋଗୀ ହେବ ।

ଭାରତୀୟ ଭେଷଜ ଗବେଷଣା ପରିଷଦ ଅନୁସାରେ, କୋରୋନାର ଅନ୍ଧକାର ସହ ଲଢ଼ିବା ପାଇଁ ଏପ୍ରିଲ୍‌ 5 ତାରିଖରେ ସାରା ଦେଶରେ ମହମବତୀ ଆଲୋକ ଜାଳିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ ଦେବା ବେଳକୁ ସାରା ଦେଶରେ ରୋଗ ଚିହ୍ନଟ ସକାଶେ ମୋଟ 89,534 ଜଣ ବ୍ୟକ୍ତିଙ୍କ ପରୀକ୍ଷଣ କରାଯାଇଥିଲା ! ପୂର୍ବରୁ କରୋନାକୁ ‘ଋତୁକାଳୀନ ସର୍ଦ୍ଦି ଓ ଫ୍ଲୁ ତୁଳନାରେ ଅଧିକ କିଛି ନୁହେଁ’ବୋଲି କହି ଯୁକ୍ତରାଷ୍ଟ୍ର ଆମେରିକା ଏଡ଼ାଇ ଦେଇଥିଲା । ଏବେ ଏହା ପ୍ରତିଦିନ ଏକ ଲକ୍ଷ ପରୀକ୍ଷଣ କରି ମୃତ୍ୟୁସଂଖ୍ୟା ରୋକିବାକୁ କଠିନ ସଂଗ୍ରାମ କରୁଛି । ଏକ ସଶକ୍ତ ରଣକୌଶଳ ପ୍ରସ୍ତୁତିରେ ଅବହେଳା ନ କରିବା ଦିଗରେ ଏହା ଆମ ପାଇଁ ଏକ ପୂର୍ବ ଚେତାବନୀ ଭଳି ହେବା ଉଚିତ । ଭାରତର ବିଭିନ୍ନ ସ୍ଥାନରେ ଅତିମାତ୍ରାରେ କୋଭିଡ୍‌ ସଂକ୍ରମିତ ଅଞ୍ଚଳ ଚିହ୍ନଟ କରିସାରିଥିବା ସରକାର, ଏବେ ସେହି ସବୁ ସ୍ଥାନରେ କଠୋର ଭାବରେ ଲକ୍‌ଡାଉନ୍‌ ବ୍ୟବସ୍ଥା ଲାଗୁ କରି ଏବଂ ବ୍ୟାପକ ଯାଞ୍ଚ ପରୀକ୍ଷଣ କରି ଏହି ରୋଗ ସଂକ୍ରମଣକୁ ହ୍ରାସ କରିବାକୁ ମନସ୍ଥ କରିଛନ୍ତି ।

ଭାରତୀୟ ଭେଷଜ ଗବେଷଣା ସଂସ୍ଥାର କହିବା ଅନୁସାରେ, ଏହା ପ୍ରତି ତିନିଦିନରେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ପରୀକ୍ଷଣ ସଂଖ୍ୟାକୁ ଦୁଇଗୁଣ କରିଦେବ, କରୋନା ସଂକ୍ରମଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ କ୍ଷେତ୍ରରେ ଟିବି ପରୀକ୍ଷଣ ଉପକରଣ ବ୍ୟବହାର କରାଯିବ ଏବଂ ପନ୍ଦର ମିନିଟ୍‌ ଭିତରେ କରାଯାଇପାରୁଥିବା ପରିଣାମ କେନ୍ଦ୍ରିକ ଆଣ୍ଟିବଡି ଟେଷ୍ଟ୍‌କୁ ବ୍ୟାପକ ଭାବରେ କାର୍ଯ୍ୟକାରୀ କରାଯିବ । ସରକାର କୋରୋନା ପରୀକ୍ଷଣ ବାବଦରେ 4,500 ଟଙ୍କା ଫି ଦେବାକୁ ପଡ଼ିବ ବୋଲି ସ୍ଥିର କରିଛନ୍ତି ଏବଂ ଏହି ପରୀକ୍ଷଣ ପାଇଁ କେତେକ ବେସରକାରୀ ସଂସ୍ଥାକୁ ମଧ୍ୟ ଅନୁମତି ଦେଇଛନ୍ତି । ଭବିଷ୍ୟତରେ ଆବଶ୍ୟକତାର ଚାପ ସମ୍ଭାଳିବା ପାଇଁ ଏସବୁ ହୁଏତ ପର୍ଯ୍ୟାପ୍ତ ହୋଇ ନପାରେ । ତେଣୁ, ତାଲୁକା ସ୍ତର ପର୍ଯ୍ୟନ୍ତ ରୋଗ ପରୀକ୍ଷଣ ସୁବିଧା ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନେବା ଲାଗି ଖ୍ୟାତିପ୍ରାପ୍ତ ବେସରକାରୀ ପରୀକ୍ଷାଗାରକୁ ଉତ୍ସାହିତ କରିବା ଆବଶ୍ୟକ । ଆସନ୍ତା ମାସ ନଅ ତାରିଖ ସୁଦ୍ଧା କୋରୋନା ସଂକ୍ରମଣର ଗତି ସ୍ଥିର ହୋଇଯିବ ବୋଲି ଆଶା କରିବା ଭଲକଥା । ହେଲେ ଏହି ସମୟ ମଧ୍ୟରେ, କୌଣସି ଅଦୃଷ୍ଟ ବିପତ୍ତିର ସମ୍ମୁଖୀନ ହେବା ପାଇଁ ବ୍ୟାପକ ପରୀକ୍ଷଣ ଏବଂ ଚିକିତ୍ସା ଲାଗି ବ୍ୟବସ୍ଥା ପ୍ରସ୍ତୁତ କରିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.