ETV Bharat / bharat

ଭାରତରେ କୋରୋନା କାଳ, 24 ଘଣ୍ଟାରେ 14,933 ଆକ୍ରାନ୍ତ, 312 ମୃତ - ଭାରତରେ କୋରୋନା ସଂକ୍ରମିତ

ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 4,40,215ରେ ପହଁଞ୍ଚିଲାଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ 24 ଘଣ୍ଟାରେ 312 ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ଖବର ପଢନ୍ତୁ...

ଭାରତରେ କୋରୋନା କାଳ, 24 ଘଣ୍ଟାରେ 14,933 ଆକ୍ରାନ୍ତ, 312 ମୃତ

author img

By

Published : Jun 24, 2020, 7:36 AM IST

ନୂଆଦିଲ୍ଲୀ: ଉତ୍କଟ ରୂପ ନେଉଛି କୋରୋନା । ଦିନକୁ ଦିନକୁ ଭୟଙ୍କର ହେଉଛି ମହାମାରୀର ସ୍ଥିତି। ସେଥିମଧ୍ୟରୁ ସାଙ୍ଘାତିକ ଅବସ୍ଥା ଦେଇ ଗତି କରୁଛି ଭାରତ। ଔଷଧ ନବାହାରିଲେ ଆଗାମୀ ସମୟ କଣ ହେବ ତାହା ବଢୁଥିବା ଆକ୍ରାନ୍ତ ଓ ମୃତ୍ୟୁହାରରୁ ସ୍ପଷ୍ଟ ଅନୁମେୟ।

ଗତ କିଛି ଦିନ ହେବ ଭାରତର ଦୈନିକ ସଂକ୍ରମଣ ହାର 15 ହଜାର କ୍ଲବରେ ସାମିଲ ହେଉଛି। ସେହି ହିସାବରେ ମୃତ୍ୟୁହାର ମଧ୍ୟ କ୍ଷୀପ୍ର ଗତିରେ ବଢି ଚାଲିଛି। ବୁଧବାର ପୁନର୍ବାର ପୂର୍ବ ରେକର୍ଡକୁ ବଳବତ୍ତର ରଖି 24 ଘଣ୍ଟାରେ ସର୍ବାଧିକ 14933 ଜଣ ସଂକ୍ରମିତ ବାହାରିଛନ୍ତି। ଏହାକୁ ମିଶାଇ ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 4,40,215ରେ ପହଁଞ୍ଚିଲାଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ସେହିପରି ମୃତ୍ୟୁ ସଂଖ୍ୟା 312 ନୂଆ କୋରୋନା ମୃତ୍ୟୁ ସହ ଦେଶରେ ସର୍ବମୋଟ 14,011 ଜଣ ଏବେ ସୁଦ୍ଧା ପ୍ରାଣ ହରାଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 2,48,189 ରେ ପହଞ୍ଚିଛି ଯାହା ସୁସ୍ଥ ହାରର 56.37 ପ୍ରତିଶତ ଅଟେ।

ବର୍ତ୍ତମାନ ଦେଶରେ 1,78,014 ସକ୍ରିୟ ମାମଲା ରହିଛି ଏବଂ ସମସ୍ତେ ଡାକ୍ତରୀ ତତ୍ତ୍ବାବଧାନରେ ଅଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। 4.74 ମୃତ୍ୟୁହାର ସହ ବିଶ୍ୱରେ 91 ଲକ୍ଷ ଛୁଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ବ୍ରାଜିଲ,ରଷ ପରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.