ETV Bharat / bharat

ଭାରତରେ କୋରୋନା ମାମଲା 6 ଲକ୍ଷ ପାର, 24 ଘଣ୍ଟାରେ 434 ମୃତ୍ୟୁ - ଭାରତରେ କୋରୋନା

ଦେଶରେ କୋରୋନା ମାମଲା 6 ଲକ୍ଷ ପାର। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 434 ମୃତ୍ୟୁ ଏବଂ 19,148 ନୂତନ କୋଭିଡ୍ 19 ମାମଲା ରିପୋର୍ଟ ହୋଇଛି।

ଭାରତରେ କୋରୋନା ମାମଲା 6 ଲକ୍ଷ ପାର, 24 ଘଣ୍ଟାରେ 434 ମୃତ୍ୟୁ

author img

By

Published : Jul 3, 2020, 9:18 AM IST

ନୂଆଦିଲ୍ଲୀ: ହୁ ହୁ ବଢୁଛି କୋରୋନା ମାମଲା। ଦେଶରେ ବ୍ରେକ ଲାଗୁନି ସଂକ୍ରମଣ ଓ ମୃତ୍ୟୁହାରରେ। ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଲୋକ ପ୍ରାଣ ହରାଉଛନ୍ତି। ତେବେ ମହାମାରୀର ମହାକାଳରେ ଲୋକେ ଅଣନିଶ୍ବାସୀ ହୋଇଗଲେଣି।

ତେବେ ଆଜି ସୁଦ୍ଧା ଦେଶରେ କୋରୋନା ମାମଲା 6 ଲକ୍ଷ ପାର କରିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତର କୋରୋନାଭାଇରସ୍ ମାମଲା 6,04,641 ରେ ରହିଛି। ଯେଉଁଥିରେ 2,26,947 ସକ୍ରିୟ ମାମଲା, 3,59,860 ଆରୋଗ୍ୟ ମାମଲା ରହିଥିବା ବେଳେ 17,834 ମୃତ୍ୟୁ ଘଟିଛି।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 434 ମୃତ୍ୟୁ ଏବଂ 19,148 ନୂତନ କୋଭିଡ୍ 19 ମାମଲା ରିପୋର୍ଟ ହୋଇଛି। ସୁସ୍ଥତା ହାରରେ 59.51 ପ୍ରତିଶତକୁ ବୃଦ୍ଧି ଘଟିଛି। ଡାକ୍ତରୀ ଅନୁସନ୍ଧାନ ସଂସ୍ଥା ଆଇସିଏମଆର ତଥ୍ୟ ଅନୁଯାୟୀ, ଜୁଲାଇ 1 ସୁଦ୍ଧା ସମଗ୍ର ଭାରତରେ କରୋନାଭାଇରସ ପାଇଁ 90.5 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ଏବଂ କେବଳ ବୁଧବାର ଦିନ କୋଭିଡ୍ ପାଇଁ 2.2 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।

ସୋମବାର ଦିନ ଭାରତ ସରକାର 'ଅନଲକ୍ ୨' ନାମକ ଏକ ସହଜ ପର୍ଯ୍ୟାୟ ଘୋଷଣା କରି ଅଧିକ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଟୀକା ଉପଲବ୍ଧ ହେବା ପରେ କୋଭିଡ୍ 19 ବିରୋଧରେ ଏହାର ଜନସଂଖ୍ୟାକୁ ଟୀକାକରଣ ପାଇଁ ଭାରତର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଅଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.