ETV Bharat / bharat

ଗିଲଗିଟ -ବାଲ୍ଟିସ୍ତାନରେ ବୌଦ୍ଧ କଳାକୃତି ନଷ୍ଟ: ଭାରତର ନିନ୍ଦା

ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ଅଧିକୃତ ଗିଲଗିଟ -ବାଲ୍ଟିସ୍ତାନରେ ବୈଦ୍ଧ ସ୍ମାରକୀ ଭାଙ୍ଗିବାକୁ ଦୃଢ ନିନ୍ଦା କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତର 'ଗିଲଗିଟ -ବାଲ୍ଟିସ୍ତାନ' ଅଞ୍ଚଳରେ ଅବସ୍ଥିତ ଏକ ଅମୂଲ୍ୟ ଭାରତୀୟ ବୌଦ୍ଧ ସ୍ଥଳର ଅପମାନ ତଥା ନଷ୍ଟକୁ ନେଇ ଆମେ ଦୃଢ ଆପତ୍ତି ଏବଂ ଉଦବେଗ ପ୍ରକାଶ କରିଛୁ।

author img

By

Published : Jun 3, 2020, 8:28 PM IST

ବୌଦ୍ଧ କଳାକୃତି ନଷ୍ଟ
ବୌଦ୍ଧ କଳାକୃତି ନଷ୍ଟ

ନୂଆଦିଲ୍ଲୀ: ପାକ୍‌ ଅଧିକୃତ ଗିଲଗିଟ-ବାଲ୍ଟିସ୍ତାନରେ ବୌଦ୍ଧ କଳାକୃତି କ୍ଷୟକ୍ଷତି ହେବାର ସୂଚନା ମିଳିଛି । ଏହି ଘଟଣାକୁ ନେଇ ବର୍ତ୍ତମାନ ଭାରତ ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନକୁ ତାଗିଦ କରିବା ସହ ଉଦବେଗ ପ୍ରକାଶ କରିଛି ।

ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ଅଧିକୃତ ଗିଲଗିଟ -ବାଲ୍ଟିସ୍ତାନରେ ବୈଦ୍ଧ ସ୍ମାରକୀ ଭାଙ୍ଗିବାକୁ ଦୃଢ ନିନ୍ଦା କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତର 'ଗିଲଗିଟ -ବାଲ୍ଟିସ୍ତାନ' ଅଞ୍ଚଳରେ ଅବସ୍ଥିତ ଏକ ଅମୂଲ୍ୟ ଭାରତୀୟ ବୌଦ୍ଧ ସ୍ଥଳର ଅପମାନ ତଥା ନଷ୍ଟକୁ ନେଇ ଆମେ ଦୃଢ ଆପତ୍ତି ଏବଂ ଉଦବେଗ ପ୍ରକାଶ କରିଛୁ। ଏହି ଅଞ୍ଚଳ ଭାରତର ଅଂଶରେ ଆସିଛି କିନ୍ତୁ ପାକିସ୍ତାନ ଏହାକୁ ବେଆଇନ ଭାବେ ଦଖଲ କରିଛି ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବୌଦ୍ଧ ସ୍ମାରକୀ ଧ୍ବଂସ ହେବା ସହ ଭାରତର ସେହି ଅଞ୍ଚଳରେ ଧାର୍ମିକ ତଥା ସାଂସ୍କୃତିକ ଅଧିକାର ତଥା ସ୍ବାଧୀନତାର ଉଲ୍ଲଂଘନ କରାଯିବା ଅତ୍ୟନ୍ତ ଚିନ୍ତାର ବିଷୟ।

ସୂଚନାନୁସାରେ, ଗିଲଗିଟ -ବାଲ୍ଟିସ୍ତାନର ଚିଲାସ ଅଞ୍ଚଳରେ 800 ଖ୍ରୀଷ୍ଟାବ୍ଦର ବୌଦ୍ଧ ପଥର ଏବଂ କଳାକୃତି ନଷ୍ଟ ହୋଇଯାଇଥିଲା ଏବଂ ସେମାନଙ୍କ ଉପରେ ପାକିସ୍ତାନୀ ପତାକା ଅଙ୍କନ କରାଯାଇଥିଲା। ପ୍ରତ୍ନତତ୍ତ୍ବାତିକ ଦୃଷ୍ଟିକୋଣରୁ ଏହି ଖୋଦନ ଏବଂ କଳାକୃତିଗୁଡ଼ିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ଶ୍ରୀବାସ୍ତବ କହିଛନ୍ତି ଯେ ପ୍ରାଚୀନ ସଭ୍ୟତା ଏବଂ ସାଂସ୍କୃତିକ ଐତିହ୍ୟକୁ ଅପମାନ କରୁଥିବା ଏଭଳି ଘଟଣା ନିନ୍ଦନୀୟ। ଏହି ଅମୂଲ୍ୟ ପ୍ରତ୍ନତାତ୍ତ୍ବିକ ଐତିହ୍ୟକୁ ତୁରନ୍ତ ପୁନଃ ସ୍ଥାପିତ କରିବାକୁ ଏବଂ ଏହାକୁ ସଂରକ୍ଷଣ କରିବାକୁ ଆମେ ବିଶେଷଜ୍ଞମାନଙ୍କୁ ଦାବି କରିଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.