ନୂଆଦିଲ୍ଲୀ: ଲଦାଖ ସୀମାରେ ବିବାଦ ସମାଧାନ ପାଇଁ ଆଜି ପୁଣି ଭାରତ-ଚୀନ କର୍ପସ କମାଣ୍ଡରସ୍ତରୀୟ ବୈଠକ । ଲଦାଖ ସୀମାରେ ଲାଗି ରହିଥିବା ବିବାଦକୁ ସମାଧାନ ପାଇଁ ଏହା ତୃତୀୟ ପାଇଁ ବୈଠକ ବସିବାକୁ ହେବାକୁ ଯାଉଛି । ଭାରତ ସୀମା ଛୁଶୁମାରେ ଦୁଇ ଦେଶ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ ।
ପୂର୍ବରୁ ଦୁଇଥର ଅନୁଷ୍ଠିତ ହୋଇଥିବା ବୈଠକ ଚୀନ ସୀମାନ୍ତ ମୋଲଡୋରେ ବସିଥିଲା । ସେନାକୁ ପଛକୁ ହଟାଇବା ପାଇଁ ପୂର୍ବରୁ ଦୁଇ ଦେଶ କରିଥିବା ବୁଝାମଣା ହିଁ ବୈଠକର ମୂଳ ଏଜେଣ୍ଡା ରହିବ। ଦୁଇ ଦେଶ ମଧ୍ୟରେ କିଭଳି ଶାନ୍ତି ବଜାୟୀ ରହିବ ଓ ଗଲୱାନ ଘାଟିକୁ ନେଇ ଆଲୋଚନା ହୋଇପାରେ ।
ଏହା ପୂର୍ବରୁ କମାଣ୍ଡର ସ୍ତରରେ ଶେଷ 2 ବୈଠକ ଜୁନ 6 ଓ 22ରେ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ବୈଠକରେ 14 କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଭାରତୀୟ ପ୍ରତିନିଧିତ୍ବ କରିଥିବେ ।
ସୂଚନାଯୋଗ୍ୟ, ମେ ମାସରେ ଭାରତ-ଚୀନ ମଧ୍ୟରେ ବିବାଦ ଦେଖାଦେଇଥିଲା । ଜୁନ 15-16ରେ ଦୁଇ ଦେଶର ସେନା ସହ ସଂଘର୍ଷ ଘଟି 20 ଭାରତୀୟ ଯବାନ ଶହୀଦ ହୋଇଥିଲେ । ସେବେ ଠାରୁ ଦୁଇ ଦେଶରେ ବିବାଦ ବଢିବାରେ ଲାଗିଛନ୍ତି ।