ନୂଆଦିଲ୍ଲୀ: ବଢିବାରେ ଲାଗିଛି ସୀମାରେ ଉତ୍ତେଜନା । ଲଦ୍ଦାଖର ବାସ୍ତବ ନିୟନ୍ତ୍ରଣ ରେଖା(LAC)ର ପିଙ୍ଗଙ୍ଗ ହ୍ରଦ ନିକଟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଯାହାକୁ ଦୃଷ୍ଟିରେ ରଖି ପାଙ୍ଗଙ୍ଗର ନିକଟରେ ଅଧିକ ସଂଖ୍ୟାରେ ସେନା ଠୁଳ କରୁଛି ଭାରତ ।
ଗତ 48 ଘଣ୍ଟା ମଧ୍ୟରେ ପିଙ୍ଗଙ୍ଗ ହ୍ରଦ ନିକଟରେ ଉତ୍ତେଜନାତ୍ମକ ପରିସ୍ଥିତି ବଢିବାରେ ଲାଗିଛି । ଏପରିକି ପାଙ୍ଗୋଙ୍ଗର ହ୍ରଦର ପଶ୍ଚିମ ପଟୁ ଚୀନ ସେନା କବ୍ଜା କରିବାକୁ ଲାଗିଥିବା ମିଡିଆ ରିପୋର୍ଟ କହୁଛି । କୌଣସି ବି ପରିସ୍ଥିତିର ଦୃଢ ଜବାବ ଦେବାକୁ ସୀମାରେ ସେନା ଠୁଳ କରୁଛି ଭାରତ ।
ସୂଚନା ମୁତାବକ, ଗତ 29-30ରେ ସୀମାରେ ଦୁଇ ଦେଶର ସେନା ମୁହାଁମୁହିଁ ହେବା ପରେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପଟର ଉଚ୍ଚ ପର୍ବତରେ ଭାରତୀୟ ଯବାନକୁ ମୁତୟନ କରାଯାଇଛି । ସେପଟେ ବାରମ୍ବାର ସୀମାରେ କବ୍ଜା କରିବାକୁ ଅହରହ ଚେଷ୍ଟା ଜାରି ରଖିଛି ଡ୍ରାଗନ ସେନା ।