ETV Bharat / bharat

ଭାରତ ଚୀନ ସୀମା ବିବାଦ ପ୍ରସଙ୍ଗରେ ଆଜି ଷଷ୍ଠ କମାଣ୍ଡରସ୍ତରୀୟ ବୈଠକ - ଭାରତ ଚୀନ ସୀମା ବିବାଦ ପ୍ରସଙ୍ଗ

ଭାରତ ଚୀନ ଉତ୍ତେଜନା ପ୍ରସଙ୍ଗରେ ଆଜି ଷଷ୍ଠ କମାଣ୍ଡରସ୍ତରୀୟ ବୈଠକ । ଚୂଡାନ୍ତ ନିଷ୍ପତ୍ତି ଉପରେ ଗୁରୁତ୍ବ ଦେବ ଭାରତ । ତେବେ ପ୍ରଥମ ଥର MEA ଅଧିକାରୀ ସାମିଲ ହେବେ । ଅଧିକ ପଢନ୍ତୁ...

ଭାରତ ଚୀନ ସୀମା ବିବାଦ ପ୍ରସଙ୍ଗରେ ଆଜି ଷଷ୍ଠ କମାଣ୍ଡସ୍ତରୀୟ ବୈଠକ

author img

By

Published : Sep 21, 2020, 9:06 AM IST

ନୂଆଦିଲ୍ଲୀ: ଥମୁନି ଭାରତ ଓ ଚୀନ ମଧ୍ୟରେ ସୀମାରେ ବିବାଦ । ଉଭୟ ପକ୍ଷରୁ ଉତ୍ତେଜନା କମ୍‌ କରିବାକୁ ଆଲୋଚନା ଜାରି ରହିଛି । ଅଗଷ୍ଟରେ ନୂତନ ବିବାଦ ଉପୁଜିବା ପରେ କଥାବାର୍ତ୍ତାକୁ ବନ୍ଦ କରାଯାଇଥିଲା । ପୁଣି ଥରେ ସୋମବାର(ଆଜି) ଭାରତ ଓ ଚୀନ ମଧ୍ୟରେ ଟେବୁଲ ବୈଠକ ଅନୁଷ୍ଠିତ ହେବ । ଆଜି ସକାଳେ ଦୁଇ ଦେଶର ଷଷ୍ଠ କମାଣ୍ଡରସ୍ତରୀୟ ଆଲୋଚନାରେ ସେନା ସଂଖ୍ୟା ହ୍ରାସ କରିବା ଉପରେ ଗୁରୁତ୍ବ ଦିଆଯିବ ।

ଭାରତ ଏବଂ ଏହି ବୈଠକରେ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ(କର୍ପସ କମାଣ୍ଡର) ଓ ଚୀନ ପକ୍ଷରୁ ମେଜର ଜେନେରାଲ ଲିନ ଲିଉ(ପିଏଲଏ) ଉପସ୍ଥିତ ରହିବେ । ଏହି ବୈଠକ ମୋଲ୍ଡୋ ଅଞ୍ଚଳରେ ଅନୁଷ୍ଠିତ ହେବ।

ଆଜିର ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀ ନବୀନ ଶ୍ରୀବାସ୍ତବ ମଧ୍ୟ ଭାରତ ପକ୍ଷରୁ ଉପସ୍ଥିତ ରହିପାରନ୍ତି । ନବୀନ ଯୁଗ୍ମ ସଚିବ ଏବଂ ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଏସିଆ ବିଭାଗରେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ସେ ଚୀନ୍ ସହିତ ସୀମା ବିବାଦ ଉପରେ ଆଲୋଚନା କରୁଥିବା ପ୍ୟାନେଲର ଏକ ଅଂଶ।

ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ବ୍ୟତୀତ ମେଜର ଜେନେରାଲ ଅଭିଜିତ ବାପତ, ମେଜର ଜେନେରାଲ ପଦ୍ମ ଶେଖୱାଟ, ଦୀପକ ସେଥ (ଆଇଜି ଆଇଟିବିପି) ଏବଂ ଅନ୍ୟ ଚାରିଜଣ ବ୍ରିଗେଡିୟର୍ ଭାରତୀୟ ପ୍ରତିନିଧୀ ଦଳରେ ରହିବେ। ଭାରତୀୟ ପାର୍ଶ୍ୱରୁ ପରିସ୍ଥିତି ସଫା ହୋଇଛି ଯେ ସେମାନେ ଏକ ଇଞ୍ଚ ମଧ୍ୟ ପଛକୁ ଫେରିବେ ନାହିଁ ଏବଂ ନିଜ ଜମି ଛାଡିବେ ନାହିଁ।

ଏଥର ବାର୍ତ୍ତାଳାପରେ ଡେପସଙ୍ଗ ପ୍ରସଙ୍ଗ ମଧ୍ୟ ଉଠିପାରେ, କାରଣ ଏହି ଅଞ୍ଚଳକୁ ଚୀନ ପକ୍ଷରୁ କବଜା କରାଯାଇଛି । ଏଥିସହ ପାଙ୍ଗୋଙ୍ଗର ଉତ୍ତର ଏବଂ ଦକ୍ଷିଣ ବ୍ୟାଙ୍କରେ ଅନୁପ୍ରବେଶ ଉପରେ ମୁଖ୍ୟ ଧ୍ୟାନ ଦିଆଯିବ। ଭାରତ ପକ୍ଷରୁ ଗଲୱାନ ପରି ଏହି ଅଞ୍ଚଳରେ ପିଏଲଏ ସୈନିକମାନଙ୍କୁ ହଟାଇବାକୁ ଦାବି ହୋଇଛି। ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକ ତାହା ଏହି ଆଲୋଚନାରେ ଉଠାଯିବ ।

ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଅନେକ ଥର ସ୍ପଷ୍ଟ କରିଛନ୍ତି ଯେ ସୀମା ଖରାପ ହେବା ପଛରେ ଚୀନ୍‌ର ଜିଦ ରହିଛି, ଚୀନ୍‌ LAC ଗ୍ରହଣ କରୁନାହିଁ। ଏଭଳି ପରିସ୍ଥିତିରେ ଭାରତକୁ ପାଟ୍ରୋଲିଂରୁ କେହି ଅଟକାଇ ପାରିବେ ନାହିଁ କିମ୍ବା LAC ପରିବର୍ତ୍ତନ କରିପାରିବେ ନାହିଁ। ଏହି ପ୍ରସଙ୍ଗଗୁଡ଼ିକ ଉପରେ ଅଧିକ ଆଲୋଚନା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.