ETV Bharat / bharat

ଭାରତ-ଚୀନ ମଧ୍ୟରେ ପୁଣିଥରେ ହେବ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା - ଭାରତ-ଚୀନ ସୀମା ବିବାଦ

ଭାରତ ଏବଂ ଚୀନ ମଧ୍ୟରେ ଆସନ୍ତା ସପ୍ତାହରେ ପଞ୍ଚମ ପର୍ଯ୍ୟାୟ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହେବାର ସମ୍ଭାବନା ଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା
କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା
author img

By

Published : Jul 26, 2020, 12:30 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ବିଭିନ୍ନ ସ୍ତରୀୟ ଆଲୋଚନା ଜାରି ରହିଛି । ଇତି ମଧ୍ୟରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ସୋ ଅଞ୍ଚଳରୁ ଚୀନ ସୈନ୍ୟ ପ୍ରତ୍ୟାହାର ପାଇଁ ମଡାଲିଟି ପ୍ରସ୍ତୁତ କରିବାକୁ ଭାରତ ଏବଂ ଚୀନ ଏକ ନୂତନ ସ୍ତରୀୟ ସାମରିକ ଆଲୋଚନା କରିବାର ସମ୍ଭାବନା ପ୍ରକାଶ ପାଇଛି । ଭାରତ ଏବଂ ଚୀନ ମଧ୍ୟରେ ଆସନ୍ତା ସପ୍ତାହରେ ପଞ୍ଚମ ପର୍ଯ୍ୟାୟ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହେବାର ସମ୍ଭାବନା ଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦେଶର ସୈନ୍ୟବାହିନୀର ବରିଷ୍ଠ ସୈନ୍ୟ କମାଣ୍ଡୋମାନେ ପୂର୍ବ ଲଦାଖର ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଚାରି ରାଉଣ୍ଡ ଆଲୋଚନା କରିଛନ୍ତି । ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ପକ୍ଷ । ସୂତ୍ର ଅନୁଯାୟୀ, ସାମରିକ ଏବଂ କୂଟନୈତିକ ସ୍ତରରେ ଚାଲିଥିବା ଯୋଗଦାନ ଏବଂ ସଂଳାପ ଯୋଗୁଁ ପୂର୍ବ ଲଦାଖର 14, 15 ଏବଂ 17 ଏ ପାଟ୍ରୋଲିଂ ପଏଣ୍ଟରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୁର୍ଣ୍ଣ ହୋଇଛି ।

ଆସନ୍ତା ସପ୍ତାହରେ ଦୁଇ ସୈନ୍ୟବାହିନୀର ବରିଷ୍ଠ କମାଣ୍ଡୋଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ଉଭୟ ପକ୍ଷ ପାଙ୍ଗୋଙ୍ଗ ସୋ ହ୍ରଦ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପାଇଁ ସହମତି ପ୍ରକାଶ କରିବେ ବୋଲି ଆଶା କରାଯାଉଛି। ତେବେ ଚୀନ ସୈନ୍ୟବାହିନୀ ଗଲୱାନ୍ ଉପତ୍ୟକା ଏବଂ ଅନ୍ୟାନ୍ୟ ସଂଘର୍ଷ ସ୍ଥଳରୁ ପଛକୁ ଫେରିଛନ୍ତି । କିନ୍ତୁ ଚୀନ ସୈନ୍ୟ ଭାରତର ଇଚ୍ଛା ଅନୁଯାୟୀ ପାଙ୍ଗୋଙ୍ଗ ସୋ ଅଞ୍ଚଳର ଫିଙ୍ଗର 5 ରୁ ଫିଙ୍ଗର 8 କୁ ଫେରିନାହାନ୍ତି ବୋଲି କୁହାଯାଉଛି ।

ଶୁକ୍ରବାର ଦିନ ଉଭୟ ପକ୍ଷ ସୀମା ପ୍ରସଙ୍ଗରେ କୂଟନୈତିକ ସ୍ତରରେ ଆଉ ଏକ ରାଉଣ୍ଡ ଆଲୋଚନା କରିଛନ୍ତି । ଆଲୋଚନା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଦ୍ୱିପାକ୍ଷିକ ଚୁକ୍ତି ଏବଂ ପ୍ରୋଟୋକଲ ଅନୁଯାୟୀ ସୈନ୍ୟମାନଙ୍କର ଶୀଘ୍ର ଏବଂ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଜରୁରୀ ଅଟେ। ଚୀନ ପକ୍ଷକୁ ଭାରତ ଏକ ଦୃଢ ବାର୍ତ୍ତା ଦେଇଛି ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଜୁଲାଇ 5ରେ ପ୍ରାୟ ଦୁଇ ଘଣ୍ଟା ଧରି ଟେଲିଫୋନିକ୍ ବାର୍ତ୍ତାଳାପ କରିଥିଲେ । ଏହାପରେ ଏହି ଅଞ୍ଚଳର ଉତ୍ତେଜନା ହ୍ରାସ ହୋଇଥିଲା । ଡୋଭାଲ୍ ଏବଂ ୱାଙ୍ଗଙ୍କ ମଧ୍ୟରେ ଆଲୋଚନା ପରେ ଉଭୟ ପକ୍ଷ ଜୁଲାଇ 6 ରୁ ସନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ ।

ସେପଟେ ଗତ ସପ୍ତାହରେ ପୂର୍ବ ଲଦାଖ ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ସୀମା ବିବାଦର ସମାଧାନ ପାଇଁ ଚୀନ ସହ ଚାଲିଥିବା ଆଲୋଚନାରେ ଅଗ୍ରଗତି ହୋଇଛି । କିନ୍ତୁ ଏହାର ସମାଧାନ ହୋଇପାରିବ କି ନାହିଁ ତାହାର ଗ୍ୟାରେଣ୍ଟି ଦିଆଯାଇପାରିବ ନାହିଁ । ଜୁନ୍ 15 ରେ ଗଲୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି 20 ଜଣ ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ପୂର୍ବ ଲଦାଖରେ ଉତ୍ତେଜନା ବଢିଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.