ନୂଆଦିଲ୍ଲୀ: ଦୀର୍ଘ ଦଶନ୍ଧି ପରେ ଭାରତ-ଚୀନ ସୀମାରେ ତିକ୍ତତା ପରିସ୍ଥିତି ସୃଷ୍ଟି ହୋଇଛି । ସୋମବାର ଲଦାଖ ନିକଟ ଗଲୱାନ ଉପତ୍ୟକା ନିକଟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତର 20 ଯବାନ ଶହୀଦ ହୋଇଛନ୍ତି । ଏଥିରେ ଭାରତୀୟ ସେନାର ଜଣେ କମାଣ୍ଡିଂ ଅଫିସର ଅନ୍ତର୍ଭୁକ୍ତ ଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସେନା ଦ୍ବାରା ଏହା ନିଶ୍ଚିତ ହୋଇଥିଲା ଓ ବର୍ତ୍ତମାନ ସମସ୍ତ ଶହୀଦଙ୍କ ନାମ ପ୍ରକାଶ ପାଇଛି। ନିମ୍ନରେ ସେମାନଙ୍କ ନାମ-
1. କର୍ଣ୍ଣଲ୍ ସନ୍ତୋଷ ବାବୁ-ହାଇଦ୍ରାବାଦ
2. ସବ୍ ନୁଦୁରାମ ସୋରେନ-ମୟୁରଭଞ୍ଜ
3. ସବ୍ ମନ୍ଦୀପ ସିଂ- ପଟିଆଲା
4. ସବ୍ ସତନମା ସିଂ-ଗୁରୁଦାସପୁର
5. ହାବିଲଦାର କେ ପଲାନୀ-ମଦୁରୈ
6. ହାବିଲଦାର ସୁନୀଲ କୁମାର-ପାଟନା
7. ହାବିଲଦାର ବିପୁଲ ରୟ- ମେରଟ
8. ଦୀପକ କୁମାର-ରେୱା
9. ଯବାନ ରାଜେଶ ଓରାଙ୍ଗ-ବିରଗୁମ୍
10. ଯବାନ କୁନ୍ଦନ କୁମାର ଓଝା- ସାହିବଗଞ୍ଜ
11. ଯବାନ ଗଣେଶ ରାମ- କଙ୍କେର
12. ଯବାନ ଚନ୍ଦ୍ରକାନ୍ତ ପ୍ରଧାନ-କନ୍ଧମାଳ
13. ଯବାନ ଅଙ୍କୁଶ-ହାମିରପୁର
14. ଯବାନ ଗୁରବିନ୍ଦର-ସଙ୍ଗରୁର୍
15. ଯବାନ ଗୁରୁତେଜ ସିଂ- ମାନସା
16. ଯବାନ ଚନ୍ଦନ କୁମାର-ଭୋଜପୁର
17. ଯବାନ କୁନ୍ଦନ କୁମାର- ଶାହରସା
18. ଯବାନ ଅମନ୍ କୁମାର- ସମସ୍ତିପୁର
19. ଯବାନ ଜୟ କିଶୋର ସିଂ- ବୈଶାଳୀ
20. ଯବାନ ଗଣେଶ ହଂସଦା-ପୂର୍ବ ସିଂଘଭୂମୀ
ଦେଶର ବିଭିନ୍ନ ପ୍ରାନ୍ତରୁ ଯବାନ ଶହୀଦ ହୋଇଛନ୍ତି । ଏହି ତାଲିକାରେ ଓଡିଶାର 2 ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ପ୍ରକାଶଥାଉକି, ଜୁନ 15-16 ରାତିରେ ଲଦାଖ ନିକଟ ଗଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏଥିରେ ଭାରତର 20 ଜଣ ଯବାନଙ୍କ ସମେତ ଜଣେ କମାଣ୍ଡିଂ ଅଫିସର ଶହୀଦ ହୋଇଛନ୍ତି।
ଏହା ବ୍ୟତୀତ ଚୀନ ମଧ୍ୟ ଏଥିରେ ବଡ କ୍ଷତି ସହିଛି । ଚୀନର ଜଣେ କମାଣ୍ଡିଂ ଅଫିସରଙ୍କ ସମେତ ପ୍ରାୟ 40 ଜଣ ଯବାନଙ୍କ ମୃତ୍ୟୁ ହୋଇଛି ।
@ANI