ETV Bharat / bharat

ଭାରତ-ଚୀନ ସୀମା ବିବାଦ: ପାଙ୍ଗୋଙ୍ଗ-ଗୋଗ୍ରାରେ କମିନି ଅସନ୍ତୋଷ

ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ହ୍ରାସ ପାଇଛି କିନ୍ତୁ ଚୀନ୍ ସୈନ୍ୟ ପଛକୁ ଯିବାକୁ ନାରାଜ୍ । ପାଙ୍ଗୋଙ୍ଗ ଓ ଗୋଗ୍ରା ଅଞ୍ଚଳରେ ଚୀନ ସେନା ଏପର୍ଯ୍ୟନ୍ତ ପଛକୁ ଫେରିନାହାଁନ୍ତି ।

author img

By

Published : Jul 29, 2020, 3:45 PM IST

ଭାରତ-ଚୀନ ସୀମା ବିବାଦ
ଭାରତ-ଚୀନ ସୀମା ବିବାଦ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ହ୍ରାସ ପାଇଛି କିନ୍ତୁ ଚୀନ୍ ସୈନ୍ୟ ପଛକୁ ଯିବାକୁ ନାରାଜ୍ । ପାଙ୍ଗୋଙ୍ଗ ଓ ଗୋଗ୍ରା ଅଞ୍ଚଳରେ ଚୀନ ସେନା ଏପର୍ଯ୍ୟନ୍ତ ପଛକୁ ଫେରିନାହାଁନ୍ତି । ଯଦିଓ ଯବାନଙ୍କ ନିୟୋଜନ ହ୍ରାସ ପାଇଛି, ତଥାପି ଉଭୟ ଦେଶର ଯବାନ ଏବେବି ସେଠାରେ ଉପସ୍ଥିତ ଅଛନ୍ତି ।

ଫିଙ୍ଗର-4 ର ରିଜ୍ ଅଞ୍ଚଳରେ ଚୀନ ସେନା ମୁତୟନ ରହିଛି । ସେ ଫିଙ୍ଗର-4ରୁ ପଛକୁ ଫେରି ଫିଙ୍ଗର-5ର ଲାୱ-ଲଶକର ସହିତ ଉପସ୍ଥିତ ଅଛନ୍ତି । ତେବେ ଗଲୱାନ୍ ଓ ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରେ ଦ୍ବିତୀୟ ପର୍ଯ୍ୟାୟ ଅସନ୍ତୋଷ ଶେଷ ହୋଇଛି । ଉଭୟ ଦେଶର ସେନା ନିଜ ଯବାନଙ୍କୁ ପଛକୁ ଫେରିବାକୁ କହିଛନ୍ତି ।

ଅନ୍ୟପକ୍ଷେ ମଙ୍ଗଳବାର ଚୀନ ଦାବି କରିଛି ଯେ ଅଧିକାଂଶ ବିବାଦୀୟ ଅଞ୍ଚଳରେ ଅସନ୍ତୋଷ ଶେଷ ହୋଇଛି । ଗ୍ଲୋବାଲ ଟାଇମ୍ସ ଚୀନ ବୈଦେଶିକ କାର୍ଯ୍ୟାଳୟକୁ ଚିଠି ଲେଖିଛି ଯେ PP 14, 15 ଓ 17A ରୁ ଅସନ୍ତୋଷ ସମାପ୍ତ ହୋଇଛି । ଗ୍ଲୋବାଲ ଟାଇମ୍ସ ଦାବି କରିଛି ଯେ ପାଙ୍ଗୋଙ୍ଗ ହ୍ରଦର ଫିଙ୍ଗର ଅଞ୍ଚଳରେ ଏପର୍ଯ୍ୟନ୍ତ ଅସନ୍ତୋଷ ଶେଷ ହୋଇନାହିଁ। ଖୁବ ଶୀଘ୍ର 2 ଦେଶର କୋର କମାଣ୍ଡରଙ୍କ ମଧ୍ୟରେ ଆଉ ଏକ ସିରିଜ୍ ଆଲୋଚନା ଆରମ୍ଭ ହେବ ।

ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସୁରୁଖୁରୁରେ ଚାଲିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କମାଣ୍ଡର ସ୍ତରୀୟ ଆଲୋଚନାରେ ପଞ୍ଚମ ରାଉଣ୍ଡରେ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତି ଚାଲିଛି । ଏପର୍ଯ୍ୟନ୍ତ ସୀମା ସମ୍ପର୍କ ଆଲୋଚନା ଓ ସମନ୍ବୟ ଉପରେ 4 ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ଓ 3 ଟି ବୈଠକ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.