ଚେନ୍ନାଇ: ସୀମା ବିବାଦ ନେଇ ଭାରତ-ଚୀନ ସେନା ମଧ୍ୟରେ ଘଟିଥିବା ହିଂସାତ୍ମକ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଦୀର୍ଘ 44 ବର୍ଷ ପରେ ଭାରତ-ଚୀନ ସୀମାରେ ରକ୍ତାକ୍ତ ସଂଘର୍ଷ ଘଟିଛି । ତେବେ ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରୁ କେ ପଲାନିଙ୍କ ସ୍ବପ୍ନ ଅଧାରେ ରହିଗଲା । ସେ ଦେଶ ବଳିଦାନ ଦେଇଥିଲାବେଳେ ଜୁନ୍ 3 ରେ ନବନିର୍ମିତ ଗୃହକୁ ଯିବାରୁ ବଞ୍ଚିତ ହେଲେ ।
ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାସ୍ଥିତ ତିରୁଦଭଡାନାଇ ସହର ନିକଟ କାଦୁକକାଲୁର ଗ୍ରାମ ନିବାସୀ 40 ବର୍ଷୀୟ କେ ପଲାନି । ତାଙ୍କର ସର୍ବଦା ସପ୍ନ ଥିଲା ଏକ ସୁନ୍ଦର ଘରେଟେ ନିର୍ମାଣ କରି ସେଠାରେ ପରିବାରଙ୍କ ସହ ବାସ କରିବେ । ଏଥିପାଇଁ ସେ ପ୍ରାୟ 17 ଲକ୍ଷ ଟଙ୍କା ଋଣ ନେଇ ରାମନ୍ତପୁରମ୍ ସହର ନିକଟରେ ନିର୍ମାଣ କରିଛନ୍ତି ଏବଂ ଆସନ୍ତା ବର୍ଷ ନିଜ ଚାକିରିରୁ ଅବସର ନେଇ ନୂତନ ଘରେ ବସବାସ କରିବାକୁ ଚାହୁଁଥିଲେ ।
ରିପୋର୍ଟରେ ଦର୍ଶାଯାଇଛି ଯେ ପଲାନି ତାଙ୍କ ଗାଁଠାରୁ 65 କିଲୋମିଟର ଦୂରରେ ଏହି ନୂତନ ଘର ନିର୍ମାଣ କରିଛନ୍ତି । ଯାହା ଦ୍ବାରା ତାଙ୍କ ପିଲାମାନେ ଏକ ଭଲ ବିଦ୍ୟାଳୟକୁ ଯାଇପାରିବେ । କିନ୍ତୁ ଏସବୁ ହେବା ପୂର୍ବରୁ ସେ ଦେଶ ପାଇଁ ଶହୀଦ ହୋଇଗଲେ ।
ପଲାନି ଦ୍ବାଦଶ ଶ୍ରେଣୀ ପରେ 18 ବର୍ଷ ବୟସରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଚାଷୀ ପରିବାର କାଲିମୁଥୁ ଏବଂ ଲୋଗମ୍ବଲଙ୍କ ଘରେ ପଲାନିଙ୍କ ଜନ୍ମ । ପଲାନିଙ୍କ ପାରିବାରିକ ପରିସ୍ଥିତି ଖରାପ ହେତୁ ସେହି ସମୟରେ ଉଚ୍ଚସ୍ତରୀୟ ଶିକ୍ଷା କରିପାରି ନଥିଲେ । ପରେ ସେ ଭାରତୀୟ ସେନାରେ ଚାକିରି ପାଇବା ପରେ ଡିସଟାନ୍ସରେ ଇତିହାସ ବିଷୟରେ ସ୍ମାତକ ହାସଲ କରିଥିଲେ ।