ETV Bharat / bharat

ଭାରତ ଓ ଚୀନ ସୀମା ବିବାଦ: ଆଜି ଦିନ 10 ଟାରେ କମାଣ୍ଡର ସ୍ତରୀୟ ଆଲୋଚନା

author img

By

Published : Sep 2, 2020, 9:28 AM IST

ଭାରତ ଏବଂ ଚୀନ୍ ମଧ୍ୟରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା ଆଜି ସକାଳ 10 ଟାରେ ଚୁସୁଲରେ ଅନୁଷ୍ଠିତ ହେବ । ଏଥିରେ ଦକ୍ଷିଣ ପାଙ୍ଗୋଙ୍ଗ ତସୋରେ ଚାଲିଥିବା ପ୍ରସଙ୍ଗ ଉପରେ ଆଲୋଚନା ହେବ। ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଲଦାଖର ପାଙ୍ଗୋଙ୍ଗ ସୋ’ର ଦକ୍ଷିଣ କୂଳରେ ଚୀନ୍ ସେନା ଦ୍ୱାରା ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ ରୋକିବା ପରେ ଏହି ପରିସ୍ଥିତି ଉପୁଜିଛି।

ଭାରତ ଓ ଚୀନ ସୀମା ବିବାଦ: ଆଜି ଦିନ 10 ଟାରେ କମାଣ୍ଡର ସ୍ତରୀୟ ଆଲୋଚନା
ଭାରତ ଓ ଚୀନ ସୀମା ବିବାଦ: ଆଜି ଦିନ 10 ଟାରେ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଏଲଏସିରେ ବଢୁଛି ଉତ୍ତେଜନା। ପରିସ୍ଥିତି ଦିନକୁ ଦିନ ବଗିଡିବାରେ ଲାଗିଛି। ଯାହା ପୁଣି ଥରେ ଭାରତ ଓ ଚୀନ ସେନାର ବିଗ୍ରେଡ କମାଣ୍ଡର ସେନାସ୍ତରରେ ଆଲୋଚନା ପାଇଁ ବାଧ୍ୟ କରିଛି। ଆଜି ଏହି ଆଲୋଚନା ଚୁସୁଲ ଠାରେ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ । ଏଥିରେ ପୋଙ୍ଗଙ୍ଗର ଦକ୍ଷିଣ ବ୍ୟାଙ୍କ ଉପରେ ଚର୍ଚ୍ଚା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଭାରତୀୟ ସେନା ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଚୀନ ମଙ୍ଗଳବାର ପୁଣି ଥରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ଲଦ୍ଦାଖର ଚୁମାରରେ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ବି ଏହା ବିଫଳ ହୋଇଥିଲା ଏନେଇ ମଙ୍ଗଳବାର ମଧ୍ୟ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା ମଧ୍ୟ କରାଯାଇଥିଲା।

  • Brigade Commander level talks between India and China to be held again today at 10 am in Chushul/Moldo to discuss the ongoing issues along the southern bank of Pangong Tso: Indian Army Sources

    — ANI (@ANI) September 2, 2020 " class="align-text-top noRightClick twitterSection" data=" ">

ସେନା ମୁଖପାତ୍ର କର୍ଣ୍ଣେଲ ଅମାନ ଆନନ୍ଦ କହିଛନ୍ତି ଯେ, ଅଗଷ୍ଟ 29 ଓ 30 ରାତିରେ ପୂର୍ବ ଲଦାଖରେ ଚାଲିଥିବା ବିବାଦ ସମୟରେ ସାମରିକ ତଥା କୂଟନୈତିକ କାର୍ଯ୍ୟକଳାପ ସମୟରେ ସୈନ୍ୟମାନେ ପୂର୍ବ ସହମତି ଉଲ୍ଲଂଘନ କରିଥିଲେ। କିନ୍ତୁ ଭାରତୀୟ ସେନା ଏହାର କଡ଼ା ମୁକାବିଲା କରିଥିଲା । ଭାରତୀୟ ସେନା ନିଜର ସୀମାରେ ବଳ ପ୍ରଦର୍ଶନ କରିଥିଲା ।

ଫିଙ୍ଗର ଅଞ୍ଚଳ, ଗଲୱାନ୍ ଉପତ୍ୟକା, ହଟସ୍ରିଙ୍ଗସ ଏବଂ କଙ୍ଗ୍ରୁଙ୍ଗ ନାଲା ସମେତ ଚୀନ୍ ସେନା ଦ୍ୱାରା ହୋଇଥିବା କାର୍ଯ୍ୟକଳାପକୁ ନେଇ ଏପ୍ରିଲ-ମେ ମାସରୁ ଭାରତ ଏବଂ ଚୀନ୍ ବିବାଦ ଲାଗି ରହିଛି। ଗତ ତିନିମାସ ଧରି ପାଞ୍ଚ ଜଣ ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ସମେତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫଳାଫଳ ବାହାରି ପାରି ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.