ETV Bharat / bharat

ଭାରତ-ଚୀନ ସୀମାରେ ହାଇଆଲର୍ଟ: ଆଇଟିବିପିର 180 ପୋଷ୍ଟରେ ସତର୍କତା

author img

By

Published : Jun 17, 2020, 12:57 PM IST

ଲଦାଖର ଗଲୱାନ ଉପତ୍ୟକାରେ ଚୀନର ବିଶ୍ୱାସଘାତକତା ପରେ ଭାରତ-ଚୀନ ସୀମାରେ ଥିବା ସମସ୍ତ ପୋଷ୍ଟରେ ହାଇ ଆଲର୍ଟ ଘୋଷଣା କରାଯାଇଛି । ଉତ୍ତରପ୍ରଦେଶ, ହିମାଚଳ, ଅରୁଣାଚଳ ପ୍ରଦେଶ ଓ ଲଦାଖ ଭଳି ଚୀନ ସୀମାବର୍ତ୍ତୀ ରାଜ୍ୟଗୁଡିକର ସମସ୍ତ ଆଇଟିବିପି ପୋଷ୍ଟରେ ସତର୍କତା ସୂଚନା ଜାରି କରାଯାଇଛି।

india-china border issue
ଭାରତ-ଚୀନ ସୀମାରେ ହାଇଆଲର୍ଟ

ଜାମ୍ମୁ: ଲଦାଖର ଗଲୱାନ ଉପତ୍ୟକାରେ ଚୀନର ବିଶ୍ୱାସଘାତକତା ପରେ ଭାରତ-ଚୀନ ସୀମାରେ ଥିବା ସମସ୍ତ ପୋଷ୍ଟରେ ହାଇ ଆଲର୍ଟ ଜାରି କରାଯାଇଛି । ଉତ୍ତରପ୍ରଦେଶ, ହିମାଚଳ, ଅରୁଣାଚଳ ପ୍ରଦେଶ ଓ ଲଦାଖ ଭଳି ଚୀନ ସୀମାବର୍ତ୍ତୀ ରାଜ୍ୟଗୁଡିକର ସମସ୍ତ ଆଇଟିବିପି ପୋଷ୍ଟରେ ସତର୍କତା ସୂଚନା ଜାରି କରାଯାଇଛି । ତେବେ ଆଇଟିବିପି କର୍ମଚାରୀମାନେ ଚୀନର ଗତିବିଧି ଉପରେ ନଜର ରଖିବା ପାଇଁ ଅନେକ ସ୍ଥାନରେ LRP (ଲଙ୍ଗ୍ ରେଞ୍ଜ୍ ପେଟ୍ରୋଲିଂ) ଓ SRP (ସର୍ଟ ରେଞ୍ଜ୍ ପେଟ୍ରୋଲିଂ) ସଂଖ୍ୟା ବୃଦ୍ଧି କରିଛନ୍ତି । ସୀମାରେ ଚୀନର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଉଛି।

ପ୍ରକାଶଥାଉକି, ଭାରତ-ଚୀନ ସୀମାରେ ନଜର ରଖିବା ଆଇଟିବିପିର ଦାୟିତ୍ବ । ଗଲୱାନରେ ଚୀନର ବିଶ୍ୱାସଘାତକତା ଫଳରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହା ପରେ ଉତ୍ତରପ୍ରଦେଶ, ହିମାଚଳ, ଅରୁଣାଚଳ ପ୍ରଦେଶ ଓ ଲଦାଖରେ ଥିବା ଭାରତ-ଚୀନ ସୀମାରେ ଥିବା 180 ରୁ ଅଧିକ ସୀମା ଆଉଟପୋଷ୍ଟକୁ ସତର୍କ କରାଯାଇଛି । ନିକଟରେ, ଆଇଟିବିପି ଲଦାଖର ସୀମା ପୋଷ୍ଟରେ 1500 ଅତିରିକ୍ତ କର୍ମଚାରୀ ନିୟୋଜିତ କରିଥିଲା ।

ଏହି ସମୟରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ଯେ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ର ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚାହୁଁଛି ଓ ଚୀନ ତରଫରୁ ଏହି ସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରିବା ସମୟରେ ସୋମବାର ହିଂସାତ୍ମକ ସଂଘର୍ଷ ଘଟିଛି।

ବୈଦେଶିକ ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ‘ ଏଲଏସିର ସ୍ଥିତିକୁ ଏକପାଖିଆ ଭାବେ ବଦଳାଇବାକୁ ଚୀନ ପକ୍ଷରୁ ଉଦ୍ୟମ ହୋଇଛି । ଏହି ସଂଘର୍ଷରେ ଉଭୟ ଦଳର ଯବାନ ଆହତ ହୋଇଛନ୍ତି ’। ସେ ଚୀନକୁ ନିନ୍ଦା କରିବା ସହ କହିଛନ୍ତି ଯେ ଉଚ୍ଚ ସ୍ତରରେ ହୋଇଥିବା ଚୁକ୍ତିନାମାକୁ ଚୀନ ପକ୍ଷ ଭାଙ୍ଗି ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.