ETV Bharat / bharat

କାରଗିଲ ବିଜୟକୁ 20 ବର୍ଷ: ବୀର ଯବାନଙ୍କୁ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି

author img

By

Published : Jul 26, 2019, 8:18 AM IST

Updated : Jul 26, 2019, 9:20 AM IST

କାରଗିଲ ବିଜୟକୁ ଆଜି 20 ବର୍ଷ ପୁରିଛି । ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ମନେ ପକାଉଛି ସାରା ଦେଶ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସ । କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଏହା ଏକ ସ୍ମରଣୀୟ ଦିନ । ଠିକ୍‌ 20 ବର୍ଷ ତଳେ ଆଜିର ଦିନରେ କାରଗିଲରେ ଫରଫର ହୋଇ ଉଡିଥିଲା ତ୍ରିରଙ୍ଗା । ପଛପଟୁ ଛୁରାମାଡ କରୁଥିବା ପାକିସ୍ତାନକୁ କଡା ଜବାବ ଦେବାରେ ସଫଳ ହୋଇଥିଲା ଭାରତୀୟ ସେନା । ମନେ ପଡୁଛି ଆମ ଯବାନଙ୍କ ତ୍ୟାଗ, ବୀରତ୍ବ ଓ ସାହାସିକତାର ନିଦର୍ଶନ ।

କାରଗିଲ ଯୁଦ୍ଧ ୧୯୯୯ ମେ' ୩ରୁ ଆରମ୍ଭ ହୋଇ ଜୁଲାଇ ୨୬ରେ ଶେଷ ହୋଇଥିଲା । ପାଖାପାଖି 2 ମାସ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଦ୍ଧ କଥା ଆଜି ବି ଭାରତୀୟଙ୍କ ଭିତରେ ସ୍ମରଣୀୟ ହୋଇ ରହିଛି । ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା । ୫ ହଜାର ସୈନ୍ୟଙ୍କୁ କାର୍ଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ । ଭାରତୀୟ ସେନା ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେସନ ବିଜୟ । ୬୦ ଦିନର ଯୁଦ୍ଧ ପରେ ବିଜୟୀ ହୋଇଥିଲା ଭାରତ ।

କାରଗିଲ, ଦ୍ରାସ ଓ ଅନ୍ୟ ସେକ୍ଟରରେ ଉଡିଥିଲା ବିଜୟ ତ୍ରିରଙ୍ଗା । ତେବେ ଯୁଦ୍ଧରେ ଭାରତର ୫୨୭ ଯବାନ ଶହୀଦ ହୋଇଥିଲେ । ଏମାନଙ୍କ ମଧ୍ୟରେ ଜମ୍ମୁ ଓ କଶ୍ମୀରର ୭୧ ଜଣ ସୈନ୍ୟ ରହିଥିଲେ । ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ବ ସମ୍ମୁଖରେ ପରାଜୟ ସ୍ବୀକାର କରିଥିଲା ପାକିସ୍ତାନ । ଭାରତୀୟ ବାୟୁସେନାର ମିଗ୍‌-୨୭, ମିଗ୍‌-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିର ଉପରେ କରିଥିଲା ବୋମାମାଡ଼ ।

କାରଗିଲ ଯୁଦ୍ଧରେ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, କ୍ୟାପଟେନ୍‌ ବିକ୍ରମ ବତ୍ରା, ରାଇଫଲମ୍ୟାନ୍‌ ସଞ୍ଜୟ କୁମାର, ଗ୍ରେନେଡ଼ିୟର ଯୋଗେନ୍ଦ୍ର ସିଂ ଯାଦବ ଆଦି ଅନେକ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହି ଯୁଦ୍ଧରେ ଓଡିଶାରୁ ମଧ୍ୟ ଅନେକ ଯବାନ ଶହୀଦ ହୋଇଥିଲେ । ବ୍ରହ୍ମପୁରର ଲାନ୍ସ ନାଏକ ଏସ୍‌.ଶ୍ରୀନିବାସ ପାତ୍ର, କଟକର ଗୋପିନାଥ ମହାରଣା, କଟକର ମେଜର ଚକ୍ରପାଣି ଆଚାର୍ଯ୍ୟ ଆଦି ଓଡିଆ ପୁଅ କାର୍ଗିଲ ଯୁଦ୍ଧରେ ଦେଇଥିଲେ ନିଜ ପ୍ରାଣର ଆହୁତି ।

Intro:Body:

sdfsdf

Conclusion:
Last Updated : Jul 26, 2019, 9:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.