ETV Bharat / bharat

'2025 ପୂର୍ବରୁ ଭାରତ ଯକ୍ଷ୍ମା ବିରୋଧରେ ଲଢେଇ ଜିତିବ'

author img

By

Published : Jun 24, 2020, 6:47 PM IST

ଭାରତ 2025 ପୂର୍ବରୁ ଯକ୍ଷ୍ମା ବିରୋଧରେ ଲଢେଇ ଜିତିବ । ବୁଧବାର ଇଣ୍ଡିଆ ଟିବି ରିପୋର୍ଟ 2020 ପ୍ରକାଶ କରି ଏଭଳି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ
ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ 2025 ପୂର୍ବରୁ ଯକ୍ଷ୍ମା ବିରୋଧରେ ଲଢେଇ ଜିତିବ । ବୁଧବାର ଇଣ୍ଡିଆ ଟିବି ରିପୋର୍ଟ 2020 ପ୍ରକାଶ କରି ଏଭଳି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି ।

2025 ସୁଦ୍ଧା ଭାରତରୁ ଯକ୍ଷ୍ମା ଦୂର କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର 2017 ରେ ଜାତୀୟ ରଣନୈତିକ ଯୋଜନା ପ୍ରସ୍ତୁତ କରିଥିଲେ । ତେବେ 2025 ପୂର୍ବରୁ କିଛି ରାଜ୍ୟ ନିଜ ପ୍ରଦେଶରୁ ଯକ୍ଷ୍ମା ଦୂର କରିବା ନେଇ ପ୍ରତିବଦ୍ଧତା ପ୍ରକାଶ କରିଥିବା ହର୍ଷବର୍ଦ୍ଧନ କହିଛନ୍ତି । ହିମାଚଳ ପ୍ରଦେଶ 2021 ସୁଦ୍ଧା ଏଥିରୁ ମୁକ୍ତି ପାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ସିକ୍କିମ ଏବଂ ଲକ୍ଷଦ୍ୱୀପ 2022 ସୁଦ୍ଧା ପ୍ରଦେଶରୁ ଯକ୍ଷ୍ମା ଦୂର କରିବାର ଲକ୍ଷ୍ୟ ରଖିଛନ୍ତି ।

ରିପୋର୍ଟ ଅନୁଯାୟୀ, 2019 ରେ 24.04 ଲକ୍ଷରୁ ଅଧିକ ରୋଗୀଙ୍କୁ ଏନେଇ ଅବଗତ କରାଯାଇଥିଲା । ଯାହା ପୂର୍ବ ବର୍ଷ ତୁଳନାରେ 14 ପ୍ରତିଶତ ବୃଦ୍ଧି ପାଇଛି। ଯକ୍ଷ୍ମା ବିରୋଧୀ ଲଢେଇରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ହର୍ଷବର୍ଦ୍ଧନ କହିଛନ୍ତି । ମୋଟ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ପ୍ରାୟ 2.9 ଲକ୍ଷ ଲୋକ ନିଖୋଜ ଅଛନ୍ତି କିମ୍ବା ସେମାନଙ୍କ ସମ୍ପର୍କରେ ଜାଣିବାରେ ବିଫଳ ହୋଇଛନ୍ତି । ସାରା ଦେଶରେ 10 ଲକ୍ଷ ନିଖୋଜ ମାମଲା ମଧ୍ୟରୁ 7.81 ଲକ୍ଷ ମାମଲା ମିଳିଥିବା ସେ କହିଛନ୍ତି ।

ପୂର୍ବରୁ ଯକ୍ଷ୍ମା ବିରୋଧୀ ଲଢେଇ ଏକ କଠିନ କାର୍ଯ୍ୟ ଥିଲା । କିନ୍ତୁ ବର୍ତ୍ତମାନ ଏହା ଅସମ୍ଭବ ନୁହେଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । 2025 ପୂର୍ବରୁ ଆମେ ଯକ୍ଷ୍ମା ବିରୋଧୀ ଲଢେଇରେ ଜିତି ପାରିବା ବୋଲି ଦେଶବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ସେ । ଗତ ବର୍ଷ ବେସରକାରୀ ସଂସ୍ଥା ପକ୍ଷରୁ 7 ଲକ୍ଷ ମାମଲା ଚିହ୍ନଟ କରାଯାଇଥିଲା । ଯାହା 2012 ତୂଳନାରେ 3000 ଅଧିକ ରହିଥିଲା । ସଫଳତା ହାର ମଧ୍ୟ 79 ପ୍ରତିଶତରୁ 81 ପ୍ରତିଶତକୁ ବୃଦ୍ଧି ପାଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଯଦି ଦେଶ ପାଞ୍ଚ ମାସ ମଧ୍ୟରେ କୋରୋନା ଭାଇରସ ମହାମାରୀ ବିରୋଧରେ ଲଢେଇ କରିପାରିବ । ତାହାଲେ ଏହା ନିଶ୍ଚିତ ଭାବରେ ଯକ୍ଷ୍ମା ସହ ଲଢି ଜିତିପାରିବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.