ETV Bharat / bharat

ପାକକୁ ଭାରତର କଡା ନିନ୍ଦା, ସ୍ଥିତି ବଦଳାଇବା ପରିବର୍ତ୍ତେ ଗିଲଗିଟ-ବାଲୁଚିସ୍ତାନ ଖାଲି କର

ବେଆଇନ ଭାବେ ଭାରତର କିଛି ଅଂଶକୁ ପାକିସ୍ତାନର ଜବରଦଖଲକୁ ଭାରତ ତୀବ୍ର ନିନ୍ଦା କରିଛି । ଅଧିକ ପଢନ୍ତୁ...

author img

By

Published : Nov 2, 2020, 12:52 PM IST

ପାକକୁ ଭାରତର କଡା  ନିନ୍ଦା
ପାକକୁ ଭାରତର କଡା ନିନ୍ଦା

ନୂଆଦିଲ୍ଲୀ: ବେଆଇନ ଭାବେ ଭାରତର କିଛି ଅଂଶକୁ ପାକିସ୍ତାନର ଜବରଦଖଲକୁ ଭାରତ ତୀବ୍ର ନିନ୍ଦା କରିଛି । ଜାମ୍ମୁ-କାଶ୍ମୀର, ଲଦାଖ ସମତେ ତଥାକଥିତ ଗିଲଗିଟ-ବାଲୁଚିସ୍ତାନ ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଏହାକୁ ପାକିସ୍ତାନ ନିଜର ବୋଲି ଦାବି କରିଆସୁଛି ।

ଗିଲଗିଟ-ବାଲୁଚିସ୍ତାନକୁ ଅସ୍ଥାୟୀ ପ୍ରାଦେଶିକ ମାନ୍ୟତା ଦେବା ପାଇଁ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ପାକିସ୍ତାନ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଇମ୍ରାନ ଖାନ୍ । ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ପାକିସ୍ତାନର ବେଆଇନ ଦଖଲକୁ ଘୋଡାଇବା ପାଇଁ ଏପରି ଉଦ୍ୟମ ।

ପାକିସ୍ତାନ ଅଧିକୃତ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ମାନବ ଅଧିକାରର ଉଲ୍ଲଂଘନ, ଶୋଷଣ ଏବଂ ସ୍ବାଧୀନତାକୁ ଅସ୍ବୀକାର କରିପାରିବ ନାହିଁ ପାକିସ୍ତାନ। ମୁଖପାତ୍ର କହିଛନ୍ତି ଯେ ଏହି ଭାରତୀୟ ଅଞ୍ଚଳର ସ୍ଥିତି ବଦଳାଇବାକୁ ଚେଷ୍ଟା କରିବା ପରିବର୍ତ୍ତେ ପାକିସ୍ତାନ ଏହାର ବେଆଇନ ଦଖଲରେ ଥିବା ସମସ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରିବା ଉଚିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.