ETV Bharat / bharat

ଆଜିଠୁ ଭାରତରେ ଆନ୍ତଜାର୍ତୀୟ ବିମାନ ସେବା ଆରମ୍ଭ - ଭାରତରେ ଆନ୍ତଜାର୍ତୀୟ ବିମାନ ସେଭାରତରେ ଆନ୍ତଜାର୍ତୀୟ ବିମାନ ସେବା ଆରମ୍ଭବା ଆରମ୍ଭ

ଆମେରିକା, ଫ୍ରାନ୍ସ ସହ ଅନ୍ୟାନ୍ୟ ଦେଶକୁ ବିମାନ ସେବା ଆରମ୍ଭ କରିବ ଭାରତ । ଉଭୟ ପକ୍ଷରୁ ଚଳାଚଳ ହେବ ବିମାନ ଚଳାଚଳ। ଅଧିକ ପଢନ୍ତୁ...

ଆଜି ଠୁ ଭାରତରେ ଆନ୍ତଜାର୍ତୀୟ ବିମାନ ସେବା ଆରମ୍ଭ

author img

By

Published : Jul 17, 2020, 8:18 AM IST

ନୂଆଦିଲ୍ଲୀ: ଆଜି ଠାରୁ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ । ଏନେଇ ଆମେରିକା, ଫ୍ରାନ୍ସ ସହିତ ସ୍ବତନ୍ତ୍ର ଚୁକ୍ତି ସ୍ବାକ୍ଷର କରିଛି ଭାରତ । ଚୁକ୍ତି ଅନୁସାରେ,କିଛି ନିର୍ଦ୍ଦିଷ୍ଟ ବିମାନକୁ ଚଳାଚଳ କରିବାକୁ ଅନୁମତି ମିଳିବ । ମହାମାରୀ କୋରୋନା ପାଇଁ ସମସ୍ତ ଆନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଥିଲା ।

ଏ ସମ୍ପର୍କରେ ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରିଦୀପ ସିଂ ପୁରୀ ସୂଚନା ଦେଇଛନ୍ତି । ଆମେରିକା ଓ ଫ୍ରାନ୍ସ ସହ ହୋଇଥିବା Air Bubbles(ଏୟାର ବବଲ) ଯୁକ୍ତି ଅନୁସାରେ ଆନ୍ତର୍ଜାତୀୟ ବିମାନ ଚଳାଚଳ କରିବ । ଏହି ସମାନ ଯୁକ୍ତି ନେଇ ଜର୍ମାନୀ ଓ ବ୍ରିଟେନ ସହ ମଧ୍ୟ ବୁଝାମଣା ଚାଲିଛି ।

ଏୟାର ବବଲ ହେଉଛି ଏକ ପ୍ରକାର ଦ୍ବିପାକ୍ଷିକ ବ୍ୟବସ୍ଥା ଯେଉଁଥିରେ ଦୁଇ ଦେଶ ନିଜ ଆଡୁ ଧାର୍ଯ୍ୟ କରିଥିବା ନିୟାମକ ବ୍ୟବସ୍ଥା ଓ କଟକଣାରେ ବିମାନ ଚଳାଚଳ କରିବେ । ଚଳିତ ମାସ 18ରୁ ଜୁଲାଇ 1 ମଧ୍ୟରେ ଏୟାର ଫ୍ରାନ୍ସର 28ଟି ବିମାନ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ପ୍ୟାରିସ ମଧ୍ୟରେ ଯାତ୍ରା କରିବ । ଆମେରିକା ବିମାନ କମ୍ପାନୀ ୟୁନାଇଡେଟ ଏୟାରଲାଇନ୍ସ ଚଳିତ ମାସ 17ରୁ 31 ତାରିଖ ପର୍ଯ୍ୟନ୍ତ ଭାରତ ଓ ଆମେରିକା ମଧ୍ୟରେ 18ଟି ବିମାନ ଚଳାଇବ ।

ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ଦିନକୁ 2ଟି ବିମାନ ଉଡାଣ ପାଇଁ ଅନୁମତି ଦେବାକୁ କଥାବାର୍ତ୍ତା ଜାରି ରହିଛି । ଲୁଫଥାନସାର ବିମାନ ଉଡାଣ ପାଇଁ ଅନୁମତି ଦେବାକୁ ଜର୍ମାନୀ ମଧ୍ୟ ଅନୁରୋଧ କରିଛି ବୋଲି ହରିଦୀପ ସିଂ ପୁରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.