ETV Bharat / bharat

ଭାରତ-ପର୍ତ୍ତୁଗାଲ ମଧ୍ୟରେ 14ଟି ଚୁକ୍ତି ସ୍ବାକ୍ଷର - India and Portugal sign agreements

ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ପ୍ରତିରକ୍ଷା, ନିବେଶ, ପରିବହନ, ସଂସ୍କୃତି, ଉଦ୍ୟୋଗ ଏବଂ ଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ 14ଟି ଚୁକ୍ତି ସ୍ବାକ୍ଷର ହୋଇଛି ।

India and Portugal
ଭାରତ-ପର୍ତ୍ତୁଗାଲ
author img

By

Published : Feb 15, 2020, 12:34 PM IST

ନୂଆଦିଲ୍ଲୀ: ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ପ୍ରତିରକ୍ଷା, ନିବେଶ, ପରିବହନ, ସଂସ୍କୃତି, ଉଦ୍ୟୋଗ ଏବଂ ଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ 14ଟି ଚୁକ୍ତି ସ୍ବାକ୍ଷର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡିସୁଜାଙ୍କ ମଧ୍ୟରେ ଶୁକ୍ରବାର ଏନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନା ପରେ ଉଭୟ ଏହି ଚୁକ୍ତିରେ ହସ୍ତାକ୍ଷର କରିଥିବା ଜଣାପଡିଛି ।

ପର୍ତ୍ତୁଗାଲ ରାଷ୍ଟ୍ରପତି ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି । ସେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଶୁକ୍ରବାର ନୂଆଦିଲ୍ଲୀ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ରାଷ୍ଟ୍ରପତି ଭବନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ସେ ରାଜଘାଟ ପରିଦର୍ଶନରେ ଯାଇଥିଲେ । ଏହାପରେ ଉଭୟ ଦେଶର ନେତାଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପରସ୍ପରର ସହଯୋଗ ନେଇ ଆଲୋଚନା ହୋଇଥିଲା ।

ବୈଠକ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପର୍ତ୍ତୃଗାଲ ରାଷ୍ଟ୍ରପତି ଡିସୁଜାଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତକାର ପରେ କୋବିନ୍ଦ କହିଥିଲେ, ଭାରତ ଏବଂ ପର୍ତ୍ତୃଗାଲ ମଧ୍ୟରେ ଆର୍ଥିକ ସମ୍ବନ୍ଧ ବୃଦ୍ଧି ପାଉଛି । ଉଭୟ ଦେଶର ଦ୍ବିପାକ୍ଷିକ ବ୍ୟାପାର 1 ଆରବ ଡଲାଲ ପାର କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.