ETV Bharat / bharat

କୋରୋନା ସଙ୍କଟ: ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗୋଆ ବିଧାୟକ ଖାଉଣ୍ଟେ - ପୋରଭୋରିମ୍ ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ବିଧାୟକ ରୋହନ ଖାଉଣ୍ଟେ

କୋରୋନାକୁ ନେଇ ଗୋଆରେ ଅବସ୍ଥା ଏବେ ଖରାପ ହେବାରେ ଲାଗିଛି। ଏନେଇ ପୋରଭୋରିମ୍ ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ବିଧାୟକ ରୋହନ ଖାଉଣ୍ଟେ ରାଜ୍ୟରେ COVID-19 ପରିସ୍ଥିତିର ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଅଧିକ ପଢନ୍ତୁ...

କେରେନା ସଙ୍କଟ: ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗୋଆର ବିଧାୟକ ଖାଉଣ୍ଟେ

author img

By

Published : Jun 11, 2020, 2:59 PM IST

ପାନାଜୀ: ଗୋଆର ପୋରଭୋରିମ୍ ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ବିଧାୟକ ରୋହନ ଖାଉଣ୍ଟେ ରାଜ୍ୟରେ COVID-19 ପରିସ୍ଥିତିର ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ତାଙ୍କ କହିବାନୁସାରେ ଗୋଆ ସରକାର ଏଭଳି ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି। କୋରୋନା ସକ୍ରିୟ ସଂଖ୍ୟା ଜୁନ୍ 8 ରେ 330 ରୁ ବୃଦ୍ଧି ପାଇ ଜୁନ୍ 10 ରେ 387ରେ ପହଞ୍ଚି ଗୋଆରେ ଅବସ୍ଥା ଖରାପ ହେବାରେ ଲାଗିଛି। ତେଣୁ ସେ ପ୍ରଧାନମନ୍ତ୍ରୀଙ୍କୁ ପରିଚାଳନା କରିବାକୁ ଅନୁରୋଧ କରିଛନ୍ତି ।

ସୂଚନାଥାଉକି, ଗୋଆରେ ପ୍ରତି ମିଲିୟନରେ COVID ରୋଗର ଅନୁପାତ ଜାତୀୟ ହାରଠାରୁ ଅଧିକ ଅଟେ। WHO ମାନଦଣ୍ଡ ଅନୁଯାୟୀ ଏହା ଗୋଆ ଜନସାଧାରଣଙ୍କ ମନରେ ଗଭୀର ଭୟ ସୃଷ୍ଟି କରିଛି ବୋଲି ଖାଉଣ୍ଟେ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି। ତେବେ ଗୋଆରେ ଏଭଳି ସଙ୍କଟ ପରିସ୍ଥିତିର ମୁକାବିଲା ପାଇଁ ହଟ୍ସପଟ ଅଞ୍ଚଳ ଏବଂ ମହାରାଷ୍ଟ୍ର ସହିତ ସୀମା ବନ୍ଦ , ଟେଷ୍ଟ କିଟ୍, ରେଲୱେ ଆଇସୋଲେସନ କୋଚ ଏବଂ ମେଡିକାଲ୍ ବାହିନୀ ସହ ସମସ୍ତ ଜରୁରୀ ସାମଗ୍ରୀକୁ କାର୍ଯ୍ୟକାରୀ କରିବା ପାଇଁ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ବିଧାୟକ ରୋହନ ଅନୁରୋଧ କରୁଛନ୍ତି ।

ଗୋଆରେ COVID-19ର 320 ସକ୍ରିୟ ମାମଲା ଜୁନ୍ 10 ସୁଦ୍ଧା ଥିବାବେଳେ 67 ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ରାଜ୍ୟରେ ଏଯାବତ କୋରୋନା ଜନିତ କୌଣସି ମୃତ୍ୟୁ ହୋଇନାହିଁ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.