ETV Bharat / bharat

ଶଶିକଳାଙ୍କ ୧୬୦୦ କୋଟିର ବେନାମୀ ସମ୍ପତ୍ତି ଜବତ

ମଙ୍ଗଳବାର ଶଶିକଳାଙ୍କ ବାସଭବନସ୍ଥିତ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇଛି । ଆୟକର ବିଭାଗ ସୂତ୍ରୁ ଅନୁସାରେ ଏହି ରେଡ୍‌ରେ 1600କୋଟିର ଅବୈଧ ସମ୍ପତ୍ତି ଜବତ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Nov 5, 2019, 7:40 PM IST

ଫାଇଲ ଫଟୋ

ଚେନ୍ନାଇ: ପୂର୍ବତନ ଏଆଇଡିଏମ୍‌କେ ନେତ୍ରୀ ତଥା ଜୟଲଳିତାଙ୍କ ପ୍ରମୁଖ ସହଯୋଗୀ ଭି.କେ. ଶଶୀକଳାଙ୍କୁ ଶକ୍ତ ଝଟକା ଦେଇଛି ଆୟକର ବିଭାଗ । ମଙ୍ଗଳବାର ତାଙ୍କ ବାସଭବନସ୍ଥିତ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇଛି । ଆୟକର ବିଭାଗ ସୂତ୍ର ଅନୁସାରେ ଏହି ରେଡ୍‌ରେ 1600କୋଟିର ଅବୈଧ ସମ୍ପତ୍ତି ଜବତ କରାଯାଇଛି।

ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ବେନାମୀ ନେଣଦେଣ ଅଧିନିୟମ ପ୍ରାବଧାନ ଅନୁଯାୟୀ ଏହି ସମ୍ପତ୍ତିକୁ ଜବତ କରିଛି ଆୟକର ବିଭାଗ । ଏହି ରେଡ୍‌ରେ ଚେନ୍ନାଇ, ପୁଡୁଚେରୀ, ତାମିଲନାଡୁ ଓ କୋଏମ୍ବାଟୁର ସମେତ ୨୭ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ରେଡ କରାଯାଇଥିଲା।

Properties worth about Rs. 1,600 crores, belonging to VK Sasikala sized
ଫଟୋ ସୌଜନ୍ୟ: ଏଏନଆଇ

ବିମୁଦ୍ରୀକରଣ ସମୟରେ ପୁରୁଣା ଟଙ୍କାକୁ ବ୍ୟବହାର କରାଯାଇ ଛଦ୍ମ ନାମରେ ପ୍ରାୟ ୧୫୦୦କୋଟି ଟଙ୍କାର ସମ୍ପତ୍ତି କ୍ରୟ କରାଯାଇଥିବା ସୂଚନା ରହିଥିଲା। ଏହି ଆଧାରରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତଙ୍କୁ ଭ୍ରଷ୍ଟାଚାର ମାମଲାରେ 4ବର୍ଷର ସଜା ଶୁଣାଇଛନ୍ତି । ୨୦୧୭ରୁ ଭିକେ ଶଶିକଳା ଜେଲ୍‌ରେ ଅଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.