ETV Bharat / bharat

ବଢିଲା ଲାଲୁଙ୍କ ଅଡୁଆ, ଜବତ ହେବ ବେନାମି ସମ୍ପତ୍ତି

ଖୁବଶୀଘ୍ର ଜବତ ହେବ ଲାଲୁଙ୍କ ବେନାମି ସମ୍ପତ୍ତି । ଲାଲୁ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟଙ୍କ ନାମରେ ଥିବା ବେନାମି ସମ୍ପତ୍ତିକୁ ଜବତ କରିବ ଆୟକର ବିଭାଗ ।

author img

By

Published : Jun 22, 2019, 3:16 PM IST

ଫାଇଲ ଫଟୋ

ପାଟଣା: ବଢୁଛି ଲାଲୁଙ୍କ ଅଡୁଆ । ଖୁବ୍ ଶୀଘ୍ର ଜବତ ହେବ ଲାଲୁ ଓ ତାଙ୍କ ପତ୍ନୀ ନାମରେ ଥିବା ବେନାମି ସମ୍ପତ୍ତି । ଅବୈଧ ବ୍ୟାଙ୍କ ଖାତା ସମେତ ଫେୟାର ଗ୍ରୋ ହୋଲଡିଂ ପ୍ରାଇଭେଟ୍ ଲିମିଟେଡ୍ ସହ ଜଡିତ ଥିବା ବଙ୍ଗଳାକୁ ଜବତ କରିବା ପ୍ରକ୍ରିୟା ଆରମ୍ଭ କରିଛି ଆୟକର ବିଭାଗ ।

ମିଳିଥିବା ସୂଚନା ଅନୁସାରେ, ଲାଲୁଙ୍କ ପାଇଁ ଏହା ଥିଲା ଆୟକର ବିଭାଗର ଶେଷ ନୋଟିସ୍ । ପୂର୍ବରୁ ମଧ୍ୟ ଲାଲୁଙ୍କ ସମେତ ତାଙ୍କ ପରିବାର ନାଁରେ ଥିବା ବେନାମି ସମ୍ପତ୍ତି ଜବତ ପାଇଁ ଅବଗତ କରିଥିଲା । କିନ୍ତୁ ଏଥର ଆଉ ନୋଟିସ୍ ନୁହେଁ ସିଧାସଳଖ ଆକ୍ସନ ନେବାକୁ ସଜବାଜ ହେଉଛି ଆୟକର ବିଭାଗ ।

ପ୍ରକାଶ ଯେ, ବିମୁଦ୍ରୀକରଣ ସମୟରେ ଲାଲୁ ଯାଦବ ଶ୍ରମିକଙ୍କ ନାମରେ ବ୍ୟାଙ୍କରେ ଖାତା ଖୋଲି ଟଙ୍କା ଜମା କରିଥିଲେ । ସେ ସମୟରୁ ହିଁ ଲାଲୁଙ୍କ ବେନାମି ସମ୍ପତ୍ତିକୁ ଜବତ କରିବାକୁ ଲାଗି ପଡିଛି ବିଭାଗ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.