ETV Bharat / bharat

ଉଦ୍ଧବଙ୍କ ପାଖରେ ନାହିଁ ବିଳାସପୂର୍ଣ୍ଣ କାର୍ ! ନାମାଙ୍କନ ପରେ ଦେଲେ 143 କୋଟିର ସମ୍ପତ୍ତି ତାଲିକା - 143 କୋଟିର ସମ୍ପତ୍ତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ

ନାମାଙ୍କନ ଭରିବାର ଦିନକ ପରେ ସମ୍ପତ୍ତି ତାଲିକା ଦେଲେ ଉଦ୍ଧବ ଠାକରେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ସମେତ ପରିବାରର ସର୍ବମୋଟ 143.26 କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି।

Maharashtra CM Uddhav Thackeray
ଉଦ୍ଧବଙ୍କ ପାଖରେ ନାହିଁ ବିଳାସପୂର୍ଣ୍ଣ କାର୍ ! ନାମାଙ୍କନ ପରେ ଦେଲେ 143 କୋଟିର ସମ୍ପତ୍ତି ତାଲିକା
author img

By

Published : May 12, 2020, 12:13 PM IST

ନୂଆଦିଲ୍ଲୀ: ନାମାଙ୍କନ ଭରିବାର ଦିନକ ପରେ ସମ୍ପତ୍ତି ତାଲିକା ଦେଲେ ଉଦ୍ଧବ ଠାକରେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ସମେତ ପରିବାରର ସର୍ବମୋଟ 143.26 କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। କିନ୍ତୁ ସେ ଦେଇଥିବା ସମ୍ପତ୍ତି ତାଲିକାରେ କୌଣସି ବିଳାସପୂର୍ଣ୍ଣ କାର ନଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଶିବସେନା ମୁଖ୍ୟ ତାଙ୍କର ପ୍ରଥମ ନିର୍ବାଚନର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହା ପୂର୍ବରୁ ଠାକରେ ଖାନଦାନର ଦାୟାଦ ବା ଉଦ୍ଧବଙ୍କ ବଡ ପୁଅ ଆଦିତ୍ୟ ଠାକରେ ପରିବାରର ପ୍ରଥମ ସଦସ୍ୟ ହୋଇଥିଲେ ଯେତେବେଳେ ସେ ୱର୍ଲିରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ତାଙ୍କର ପ୍ରଥମ ନିର୍ବାଚନ ଆଫିଡେଭିଟ୍‌ରେ ଉଦ୍ଧବ ନିଜର ବେତନ, ସୁଧ, ଡିଭିଡେଣ୍ଡ ଏବଂ ପୁଞ୍ଜି ଲାଭର ବିବରଣୀ ପ୍ରଦାନ କରିଛନ୍ତି। ଶିବସେନା ସୁପ୍ରିମୋ 4.06 କୋଟି ଟଙ୍କା ରଣ ସମେତ 15.50 କୋଟି ଟଙ୍କାର ମାଲିକ ବୋଲି ଘୋଷଣା କରିଛି।

ଏହି ତାଲିକାରେ ଉଦ୍ଧବ ତାଙ୍କର ସମସ୍ତ ଆର୍ଥିକ ସମ୍ପତ୍ତିକୁ ତାଲିକାଭୁକ୍ତ କରିଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆୟର ଉତ୍ସ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି। ସେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ତାଙ୍କ ପତ୍ନୀ ରଶ୍ମୀ ଠାକରେ, ଯିଏକି ଶିବସେନା ପାର୍ଟି ମୁଖପାତ୍ର 'ସାମାନା'ର ସମ୍ପାଦକ ମଧ୍ୟ ବିଭିନ୍ନ ବ୍ୟବସାୟରୁ ତାଙ୍କର ଆୟ ରହିଛି। ରଶ୍ମିଙ୍କ ନାଁରେ 11.44 କୋଟିର ଲୋନ ରହିଛି।

ଏହି ପ୍ରମାଣପତ୍ରରେ ଦର୍ଶାଯାଇଛି ଯେ ଠାକରେ ପରିବାରର 61,89,57,443 ଟଙ୍କା ଏବଂ 81,37,17,320 ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି । ଏହି ଆଫିଡେଭିଟରେ ଉଦ୍ଧବଙ୍କ ବ୍ୟକ୍ତିଗତ ସମ୍ପତ୍ତି 76.59 କୋଟି ଟଙ୍କା ତାଲିକାଭୁକ୍ତ ହୋଇଛି, ସେଥିମଧ୍ୟରୁ 52.44 କୋଟି ଟଙ୍କା ଅସ୍ଥାବର ଏବଂ 24.14 କୋଟି ଟଙ୍କା ବିଭିନ୍ନ କ୍ଷେତ୍ରରେ ବିନିଯୋଗ ହୋଇଛି।

ବର୍ତ୍ତମାନ ଉଦ୍ଧବ ଠାକରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ଆସନ ବୁଝାମଣାକୁ ନେଇ କଂଗ୍ରେସ ସହ ହୋଇଥିବା ମତାନ୍ତରର ସମାଧାନ ହେବା ପରେ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନ ପ୍ରତି ଥିବା ବିପଦ ମଧ୍ୟ ଟଳିଯାଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.