ETV Bharat / bharat

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1500 ପାର୍

ରାଜଧାନୀ ଦିଲ୍ଲୀ ବର୍ତ୍ତମାନ କୋରୋନା କବଳରେ । ସରକାରଙ୍କ ସମସ୍ତ ଉଦ୍ୟମ, ପ୍ରତିନ୍ଧକ ସତ୍ତ୍ବେ ଦେଶରେ ରାଜଧାନୀରେ କୋରୋନା ସଂକ୍ରମଣ 1500 ଅତିକ୍ରମ କରିଛି ।

corona cases in delhi
ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
author img

By

Published : Apr 14, 2020, 11:25 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବର୍ତ୍ତମାନ କୋରୋନା କବଳରେ । ସରକାରଙ୍କ ସମସ୍ତ ଉଦ୍ୟମ, ପ୍ରତିବନ୍ଧକ ସତ୍ତ୍ବେ ଦେଶରେ ରାଜଧାନୀରେ କୋରୋନା ସଂକ୍ରମଣ 1500 ଅତିକ୍ରମ କରିଛି ।

ଦିଲ୍ଲୀରେ ଏପର୍ଯ୍ୟନ୍ତ 1510 ଜଣ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ 24 ଘଣ୍ଟା ମଧ୍ୟରେ ଏଠାରେ 356ଟି ନୂଆ ମାମଲା ରିପୋର୍ଟ ହୋଇଛି। ଦିଲ୍ଲୀର ଗୋଟିଏ ଦିନରେ ଏହା ସବୁଠୁ ଅଧିକ ମାମଲା । ମୋଟ 356ଟି ମାମଲା ମଧ୍ୟରୁ କେବଳ ମରକାଜ ସହ 325 ଜଡିତ । ନିଜାମୁଦ୍ଦିନ ମାମଲାରେ ଏ ପର୍ଯ୍ୟନ୍ତ 1071 ପଜିଟିଭ୍ ମାମଲା ସାମ୍ନାକୁ ଆସିଲାଣି । ଏହାସହ ଗତ 24 ଘଣ୍ଟା ମଧ୍ୟରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଦିଲ୍ଲୀରେ କୋରୋନାରେ ମୋଟ ମୃତ୍ୟୁ ସଂଖ୍ୟା 28ରେ ପହଞ୍ଚିଛି। ଏଥି ସହିତ 30 ଜଣ କରୋନା ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି।

ପ୍ରକାଶଥାଉକି, ପ୍ରତିଦିନ ବାହାରୁଥିବା କୋରୋନା ସଂଖ୍ୟା ହ୍ରାସ ହେଉଥିବା ଦେଖାଯାଇଥିଲା । ଦିଲ୍ଲୀ ସରକାର ଏହାକୁ ଅପରେସନ୍ ‘ସିଲଡ୍’ ସହିତ ଯୋଡିଛନ୍ତି ଏବଂ କହିଛନ୍ତି ଯେ ହଟସ୍ପଟ୍ ଅଞ୍ଚଳ ଗୁଡିକ ଚିହ୍ନଟ ଏବଂ ସିଲ୍ ହୋଇଛି । ଏଠାରେ ସକାରାତ୍ମକ ପ୍ରଭାବ ଦେଖିବା ଆରମ୍ଭ ହୋଇଛି। ସୋମବାର ମଧ୍ୟ ହଟସ୍ପଟ୍ ଘୋଷଣା କରାଯାଇଥିଲା ଏବଂ ସିଲ୍ ହୋଇଥିବା ସ୍ଥାନ ସଂଖ୍ୟା ବୃଦ୍ଧି ପାଇ 47ରେ ପହଞ୍ଚିଥିଲା। କିନ୍ତୁ ଆଜିର ଏହି ରିପୋର୍ଟ ଅନ୍ୟ କିଛି ଚିତ୍ର ଉପସ୍ଥାପନା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.