ETV Bharat / bharat

କୋରୋନା କବଳରେ କେରଳ-କର୍ଣ୍ଣାଟକ, 10 ରୋଗୀ ଚିହ୍ନଟ - corona virus

କୋରୋନା କବଳରେ କେରଳ-କର୍ଣ୍ଣାଟକ, 10 ରୋଗୀ ଚିହ୍ନଟ

author img

By

Published : Mar 10, 2020, 12:39 PM IST

Updated : Mar 10, 2020, 2:14 PM IST

12:36 March 10

କୋରୋନା କବଳରେ କେରଳ-କର୍ଣ୍ଣାଟକ, 10 ରୋଗୀ ଚିହ୍ନଟ

ଥିରୁଅନନ୍ତପୁରମ/ବେଙ୍ଗାଲୁରୁ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାରତରେ ମଧ୍ୟ ଏହି ଭାଇରସ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । କେରଳରେ ପୁଣି 6 ଜଣ କୋରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ବର୍ତ୍ତମାନ ସୁଦ୍ଧା କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଛୁଇଁଛି ।

ସେହିପରି କର୍ଣ୍ଣାଟକରେ 4 ଜଣଙ୍କ ଶରୀରରେ କୋରୋନା ପଜିଟିଭ ବାହାରିଥିବା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ ସୂଚନା ଦେଇଛନ୍ତି । ସେମାନଙ୍କ ପରିବାର ସଦସ୍ୟଙ୍କୁ ଅଲଗା ରଖାଯାଇଛି । ସମସ୍ତଙ୍କୁ ତତ୍ବାବଧାନରେ ରଖାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଭାଇରସଠୁ ନିଜକୁ ସତର୍କ ରଖିବାକୁ ସେ ନାଗରିକଙ୍କୁ ଅନୁରୋଧ କରିଛନ୍ତି ।

ଚୀନ ଓ ଅନ୍ୟ ଦେଶ ପରେ ଭାରତରେ ବି ଏହି ଭାଇରସର ପ୍ରଭାବ ଦେଖିବାକୁ ମିଳିଛି । ସୋମବାର ସୁଦ୍ଧା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 55ରେ ପହଞ୍ଚିଛି । ସେପଟେ ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4000 ଟପିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2020, 2:14 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.