ETV Bharat / bharat

ବିନା ଚିକିତ୍ସାରେ କୋରୋନାରେ ସୁସ୍ଥ ହେଲେ ଦିଲ୍ଲୀର 46 ବର୍ଷୀୟ ବ୍ୟକ୍ତି - ଦିଲ୍ଲୀର ସେରୋ ସର୍ଭେ ରିପୋର୍ଟ

ଏହି ସର୍ଭେ ଅଧୀନରେ ଲୋକଙ୍କ ରକ୍ତ ନମୁନା ନିଆଯାଏ। ପରେ ଏହି ନମୁନାରୁ ଜଣାପଡେ ଯେ ,କେତେ ଲୋକଙ୍କ ଶରୀରରେ କୋରୋନା ଭୁତାଣୁ ପାଇଁ ଆଣ୍ଟିବଡି ତିଆରି ହୋଇଛି । କୋରୋନା ସଂକ୍ରମଣ ବିଷୟରେ ସବିଶେଷ ଜାଣିବାକୁ କେନ୍ଦ୍ର ସରକାର ଦେଶର 11ଟି ପ୍ରମୁଖ ସହରର କଣ୍ଟେନମେଣ୍ଟ ଜୋନରେ ଏହି ସେରୋ ସର୍ଭେ କରିଥିଲେ।

coronavirus
ବିନା ଚିକିତ୍ସାରେ କୋରୋନାରେ ସୁସ୍ଥ
author img

By

Published : Jul 23, 2020, 1:15 PM IST

ନୂଆଦିଲ୍ଲୀ: ଦୁଇଦିନ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସ ସମ୍ବନ୍ଧରେ ଏକ ସର୍ଭେ ରିପୋର୍ଟ ଆସିଥିଲା । ଯେଉଁଥିରେ ପାଖାପାଖି 23.48 ପ୍ରତିଶତ ଲୋକ କୋରୋନା ଭାଇରସ କବଳରେ ଶିକାର ହୋଇଥିଲେ। ଏହି ସର୍ଭେ ନମୁନା ସଂଗ୍ରହ ଆଧାରରେ କରାଯାଇଥିଲା। ଦିଲ୍ଲୀର ଜନସଂଖ୍ୟା ପ୍ରାୟ 2 କୋଟି ରହିଥିବାବେଳେ ଏହି ସର୍ଭେ ଅନୁଯାୟୀ, ଦିଲ୍ଲୀର ପ୍ରାୟ 46 ଲକ୍ଷ ଲୋକଙ୍କର କୋରୋନା ସଂକ୍ରମଣ ହୋଇଥିଲା। ତେବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ, ଦିଲ୍ଲୀର ଲୋକମାନେ ନିଜେ କିପରି ସୁସ୍ଥ ହୋଇଗଲେ?

ସେରୋ ସର୍ଭେ କ’ଣ?

ଏହି ସର୍ଭେ ଅଧୀନରେ ଲୋକଙ୍କ ରକ୍ତ ନମୁନା ନିଆଯାଏ। ପରେ ଏହି ନମୁନାରୁ ଜଣାପଡେ ଯେ, କେତେ ଲୋକଙ୍କ ଶରୀରରେ କୋରୋନା ଭୁତାଣୁ ପାଇଁ ଆଣ୍ଟିବଡି ତିଆରି ହୋଇଛି । କୋରୋନା ସଂକ୍ରମଣ ବିଷୟରେ ସବିଶେଷ ଜାଣିବାକୁ କେନ୍ଦ୍ର ସରକାର ଦେଶର 11ଟି ପ୍ରମୁଖ ସହରର କଣ୍ଟେନମେଣ୍ଟ ଜୋନରେ ଏହି ସେରୋ ସର୍ଭେ କରିଥିଲେ। ଯାହାର ଉଦ୍ଦେଶ୍ୟ ଥିଲା, ଏହି ସ୍ଥାନଗୁଡିକର ଜନସଂଖ୍ୟା ଉପରେ କୋରୋନା କେତେ ପ୍ରଭାବ ପକାଇଛି ତାହା ଆକଳନ କରିବା । ଲୋକମାନେ ଉଚ୍ଚ ରୋଗ ପ୍ରତିରୋଧକ ଶକ୍ତିରୁ ସୁସ୍ଥ ହୁଅନ୍ତି!

ତେବେ ସେରୋ ସର୍ବେକ୍ଷଣର ରିପୋର୍ଟ ଅନୁସାରେ, ଦିଲ୍ଲୀର ଅନେକ ଲୋକଙ୍କ ମଧ୍ୟରେ ଉଚ୍ଚ ଇମ୍ୟୁନିଟି ବା ପ୍ରତିରୋଧକ ଶକ୍ତି ତିଆରି ହୋଇସାରିଛି । ଯେଉଁଥିପାଇଁ ସେମାନେ ବିନା ଚିକିତ୍ସାରେ ମଧ୍ୟ ସୁସ୍ଥ ହୋଇଯାଉଛନ୍ତି । ଏଭଳି ପରିସ୍ଥିତିରେ ଆସନ୍ତା ଦିନମାନଙ୍କରେ ଏଠାରେ ନୂଆ କୋରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧିରେ ବ୍ରେକ ଲାଗିବାର ସମ୍ଭାବନା ରହିଛି । ଏମିତିରେ ବି ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 1,227 ନୂଆ କୋରୋନା ସଂକ୍ରମଣ ରିପୋର୍ଟ ଆସିବା ପରେ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1,26,323କୁ ବୃଦ୍ଧି ପାଇଛି। ଜୁନ ମାସରେ ପ୍ରତିଦିନ ଏଠାରେ 3 ହଜାରରୁ ଅଧିକ ମାମଲା ଆସୁଥିଲା ।

ଏହାକୁ ନେଇ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି ଯେ, ଦିଲ୍ଲୀ ଏବେ ନିଜ କୋରୋନାର ସର୍ବୋଚ୍ଚ ସ୍ତରକୁ ସମ୍ଭବତଃ ପାର୍ କରି ସାରିଛି । ଏବେ ଦିଲ୍ଲୀର ସଂକ୍ରମଣଙ୍କ ସଂଖ୍ୟାକୁ ଦେଖିଲେ ଏଥିରୁ ଜଣାପଡୁଛି । ତେବେ ସର୍ବୋଚ୍ଚ ସଂକ୍ରମଣ ପାର କରିବାର ଅର୍ଥ ଏଇୟା ନୁହେଁ କି, ଆମେମାନେ କୋରୋନା ସୁରକ୍ଷା ମାମଲାରେ ଅଣଦେଖା କରିବା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.