ରାୟପୁର: କୋରୋନା ମୁକାବିଲା ପାଇଁ ଛତିଶଗଡରେ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ରାୟପୁର ଠାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଉଛି । ବିଜାପୁର ଜିଲ୍ଲାରେ 800 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। କେହି ସେମାନଙ୍କୁ ଭେଟି ପାରିବେ ନାହିଁ ଏବଂ ସେମାନେ ମଧ୍ୟ କାହାକୁ ଭେଟି ପାରିବେ ନାହିଁ ।
ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜନତା କର୍ଫ୍ୟୁ ପୂର୍ବରୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ କାମକରୁଥିବା ଶ୍ରମିକମାନେ ବିଜାପୁରକୁ ଫେରିଥିଲେ। ଏହି ଶ୍ରମିକମାନଙ୍କୁ ନିଜ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଅନ୍ୟ ସ୍ଥାନରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନ କରାଯାଉଛି ।
@IANS