ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଲୋକସଭାରେ ହୋଇଛି ବିସ୍ତୃତ ଚର୍ଚ୍ଚା । ଏହି ଚର୍ଚ୍ଚାରେ ନାଗରିକତା ସଂଶୋଧନ ଆଇନ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଏହାସହ ଶାହିନବାଗ ପ୍ରଦର୍ଶନ ଉପରେ ବି ନିଜ ମତ ରଖିଛନ୍ତି ବିଜେଡି ସାଂସଦ ।
ପିନାକୀ ମିଶ୍ର କହିଛନ୍ତି, ଆମେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିଛୁ । ଶାହିନବାଗରେ 80 ବର୍ଷରୁ ଊର୍ଦ୍ଧ୍ବ ମହିଳାମାନେ ଆନ୍ଦୋଳନରେ ବସିଛନ୍ତି । ତେବେ ସିଏଏରେ ପରିବର୍ତ୍ତନ କରାଯାଉ । ଦକ୍ଷିଣ ଏସିଆର ବିଭିନ୍ନ ଦେଶ, ଯେଉଁଠି ମୁସଲିମମାନେ ସଂଖ୍ୟାଲଘୁ ଭାବେ ବାସ କରୁଛନ୍ତି, ସେମାନଙ୍କୁ ସିଏଏରେ ସାମିଲ କରିବା ନେଇ ବିଚାର କରିବାର ସମୟ ଆସିଛି । ସେ ପୁଣି କହିଛନ୍ତି ଏପରି କରିବା ଦ୍ବାରା ସରକାର ପ୍ରକୃତରେ ସେମାନଙ୍କ ପ୍ରତି ଯତ୍ନବାନ ବୋଲି ସଂଖ୍ୟାଲଘୁ ସମୁଦାୟ ଅନୁଭବ କରିବେ ।
ଗୃହ ଆରମ୍ଭରୁ କଂଗ୍ରସ ସାଂସଦମାନେ ଲୋକସଭାରେ ସାଂସଦଙ୍କ ନିଲମ୍ବନ ବିଷୟ ଉଠାଇବା ସହ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ ମୁଲତବୀ ରହିଥିଲା । ପରେ ଦିଲ୍ଲୀ ହିଂସାକୁ ନେଇ ଗୃହରେ ଚର୍ଚ୍ଚା ଚାଲିଛି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ହିଂସାକୁ ନେଇ ନିଜର ବିବୃତି ରଖିଛନ୍ତି ।
@ANI