ETV Bharat / bharat

ଭାରତ ଆକ୍ସନରେ ଘାଇଲା ପାକିସ୍ତାନ, ଟ୍ରମ୍ପଙ୍କ କଥାରେ ଏକମତ ଇମ୍ରାନ - ମଧ୍ୟସ୍ଥତା

ରାଷ୍ଟ୍ରପତି  ଟ୍ରମ୍ପ କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।  ଏହି ସମସ୍ୟାର ସମାଧାନ ପାଇଁ ଏହା ହେଉଛି ଉପଯୁକ୍ତ ସମୟ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ।

ଫାଇଲ ଫଟୋ
author img

By

Published : Aug 4, 2019, 11:36 PM IST

ଇସଲାମାବାଦ: କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପୁଣିଥରେ ଆମେରିକା ନିକଟରେ ଗୁହାରି କରିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାର ସମୟ ଆସିଯାଇଛି ବୋଲି ସେ ଟ୍ବିଟ କରି କହିଛନ୍ତି ।

imran khan
ଫଟୋ ସୌଜନ୍ୟ: ଟ୍ବିଟର@ImranKhanPTI

ସେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । କାରଣ କାଶ୍ମୀରରେ ଏବେ ସ୍ଥିତି ଅସମ୍ଭାଳ ହେଉଛି ଏବଂ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ କରୁଛନ୍ତି।

ଏହାପରେ ସେ ଆଉ ଏକ ଟ୍ବିଟ କରି କହିଛନ୍ତି, କାଶ୍ମୀର ବାସୀଙ୍କ ପାଇଁ ଦୁଃଖର ଲମ୍ବା ରାତିକୁ ସମାପ୍ତ କରିବାର ସମୟ ଆସି ଯାଇଛି। ସେ ମିଳିତ ଜାତିସଂଘର ସୁରକ୍ଷା ପରିଷଦକୁ ନିଜର ଅଧିକାରକୁ ଉପଯୋଗ କରିବାକୁ ଅପିଲ କରିଛନ୍ତି ଏବଂ କାଶ୍ମୀରରେ ଶାନ୍ତି ସ୍ଥାପନ ପାଇଁ କୌଣସି ମହତ୍ଵପୂର୍ଣ୍ଣ ପଦକ୍ଷେପ ଉଠାଇବାକୁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କାଶ୍ମୀରର ଶାନ୍ତିପୂର୍ଣ୍ଣ ଓ ନ୍ୟାୟପୂର୍ଣ୍ଣ ଚୁକ୍ତିନାମା ହିଁ ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନ ପାଇଁ ଏକ ମାତ୍ର ମାର୍ଗ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଅନୁଯାୟୀ କାଶ୍ମୀର ଲୋକଙ୍କୁ ଆତ୍ମନିର୍ଣ୍ଣୟର ଅଧିକାର ପ୍ରଦାନ କରିବା ଉଚିତ । ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନ ଏବଂ ସୁରକ୍ଷା ପାଇଁ ଏକ ମାତ୍ର ମାର୍ଗ ହେଉଛି କାଶ୍ମୀରର ସ୍ଥାୟୀ ସମାଧାନ ।

Intro:Body:

ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ହେଉଛନ୍ତି କିଶୋର କୁମାର।ଆଜି ତାଙ୍କର ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ସଙ୍ଗୀତ ମାଧ୍ୟମରେ ତାଙ୍କ ଦ୍ବାରା ଗାୟନ କରାଯାଇଥିବା ସଙ୍ଗୀତ ପରିବେଷଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶିଳ୍ପୀମାନେ।ଆଉ ଯାହାର ମାଦକତା ଉପସ୍ଥିତ ଦର୍ଶକମଣ୍ଡଳୀଙ୍କୁ ସେହି ସଙ୍ଗୀତର ତାଳେ ତାଳେ ଝୁମିବାକୁ ବାଧ୍ୟ କରିଥିବା ଦେଖିବାକୁ ମିଳିଛି।

Body:କିଶୋର କୁମାରଙ୍କ ପବିତ୍ର ଜୟନ୍ତୀ ଅବସରରେ ଏନ୍ଡିଭର ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିଲା କିଶୋର କୁମାର ସଙ୍ଗୀତ ସନ୍ଧ୍ୟା।ବିଗତ ଦିନ ପରି ଏଥର ମଧ୍ୟ ଚତୁର୍ଥ ବର୍ଷ ପାଇଁ ଡ଼ଃ ଅଚ୍ୟୁତାନନ୍ଦ ମିଶ୍ର ଓ ଟ୍ରଷ୍ଟ ର ସଭାପତି ନୀତିଶ କୁମାର ବେହେରାଙ୍କ ଉଦ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଅଛି।ଚଳିତ ବର୍ଷ ଏହି ସାଂସ୍କୃତିକ ସଂଧ୍ୟାରେ ଡ଼ଃ ଅଚ୍ୟୁତାନନ୍ଦ ମିଶ୍ର ଓ ତାଙ୍କ ସାଥି ବରଦା ପ୍ରସନ୍ନ ପଟ୍ଟନାୟକ,ଜ୍ୟୋତିର୍ମୟୀ,ଋତୁପର୍ଣ୍ଣ ଓ କୌଶିକ ପ୍ରମୁଖ ଶିଳ୍ପୀମାନେ ଉଭୟ ଏକକ ଓ ଦୈତ୍ୟ ସଙ୍ଗୀତ ପରିବେଷଣ କରିଥିଲେ।

Conclusion:ଆଜିର ସନ୍ଧ୍ୟାରେ ଅତିଥିଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ ଇଶାନ କୁମାର ପାତ୍ର,କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷା ପ୍ରୀତି ରାୟ,ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଡ଼ ଚିତ୍ତରଞ୍ଜନ ପାଂଣି,ସଂସ୍କୃତିବିଭାଗ ଶାସନସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ଅନ୍ୟ ଅତିଥିମାନେ ଯୋଗ ଦେଇ ସନ୍ଧ୍ୟାର ଉଦ୍ଘାଟନ କରିବା ସହିତ କିଶୋର କୁମାରଙ୍କ ସଙ୍ଗୀତ ବିଷୟରେ ସ୍ମୃତିଚାରଣ କରିଥିଲେ।ପରେ ପରେ ଜୀବନ କେ ଦୀପ,ପ୍ୟାର ଦିୱାନା ହୋତା ହେ,ଗମ କା ଫସାନା,ଗୀତ ଗାତାହୁଁ,ପ୍ୟାର ହୁଆ ହେ ଜବ ସେ ଭଳି ଅନେକ ସଙ୍ଗୀତ ରେ ପ୍ରେକ୍ଷାଅଳୟକୁ ଗୁଞ୍ଜରିତ କରିଥିଲେ।

ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭୁବନେଶ୍ୱର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.