ରାଞ୍ଚି: ଆରମ୍ଭ ହୋଇଛି ଛଠ ପର୍ବ । ଏଥିପାଇଁ ରାଜ୍ୟର ଅନେକ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି । ତେବେ ଔରଙ୍ଗାବାଦ ଜିଲ୍ଲାରେ ଥିବା ସୂର୍ଯ୍ୟ ମନ୍ଦିରର ଏହି ପୂଜାରେ ଅନେକ ମହତ୍ତ୍ବ ରହିଥିବା ଜଣାପଡ଼ିଛି । ବିଶ୍ବର ଏକ ମାତ୍ର ମନ୍ଦିର ଭାବେ ଏହି ମନ୍ଦିରର ପଶ୍ଚିମମୁଖି ଅଟେ ।
ସେପଟେ ଏହି ମନ୍ଦିରରେ ସୂର୍ଯ୍ୟଦେବତା 3ଟି ରୂପରେ ରହିଥିବା ଜଣାପଡ଼ିଛି । ଏଠାରେ ସୂର୍ଯ୍ୟଦେବତା ବ୍ରହ୍ଣା, ବିଷ୍ଣୁ ଓ ମହେଶ୍ବରଙ୍କ ରୁପରେ ରହିଥାନ୍ତି । ତେବେ ଏନେଇ ମନ୍ଦିରର ପୂଜାରୀ ଏନେଇ କହିଛନ୍ତି, ଏହି ମନ୍ଦିର ସର୍ବପୁରାତନ ମନ୍ଦିରର ମଧ୍ୟରୁ ଅନ୍ୟତମ । ଏହି ମନ୍ଦିର ତ୍ରେତୟା ଯୁଗର 12 ଲକ୍ଷ 16 ହଜାର ବର୍ଷ ପରେ ଇଲାଙ୍କ ପୁତ୍ର ରାଜା ଏଲ ଏହାକୁ ନିର୍ମାଣ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଏହି ମନ୍ଦିରରେ ଥିବା ସୂର୍ଯ୍ୟ କୁଣ୍ଡର ଜଳରେ ରୋଗୀଙ୍କ ରୋଗ ମଧ୍ୟ ନିବାରଣ ହୋଇଥାଏ । ବିଶ୍ବାସ ରହିଛି ଯେ ଯେକୌଣସି ଶ୍ରଦ୍ଧାଳୁ ଏଠାରେ ମାନସିକ କରିଥାଏ ତାହାର ମାନସିକ ପୁରଣ ହୋଇଥାଏ । ଫଳରେ କାର୍ତ୍ତିକ ମାସରେ ପଡ଼ୁଥିବା ଛଠ ପର୍ବ ଅବସରରେ ଏଠାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ ବୋଲି ଜଣାପଡ଼ିଛି ।
ତେବେ କାର୍ତ୍ତିକ ମାସ ସମୟରେ ଏଠାରେ ଅନେକ ମେଳାର ଆୟୋଜନ କରାଯାଇଥାଏ । ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ପୋଲିସମାନେ ମଧ୍ୟ ନିୟୋଜିତ ହୋଇଥାନ୍ତି । କେବଳ ପୋଲିସ କର୍ମଚାରୀ ନୁହନ୍ତି, ଡାକ୍ତରୀ ଦଳଙ୍କ ମଧ୍ୟ ନିୟୋଜିତ କରାଯାଇଥାଏ । ତେବେ ପ୍ରଶାସନ ପକ୍ଷରୁ ଏହି ସମୟରେ ଅନେକ ସୁବିଧାର ମଧ୍ୟ ଉପଲବ୍ଧ କରାଯାଇଥାଏ ।