ETV Bharat / bharat

ଧାରା 370 ଉଚ୍ଛେଦ ପରେ ଆକ୍ରମଣାତ୍ମକ ହୋଇଉଠିଛି ଚୀନ ! - ଜାମ୍ମୁ କାଶ୍ମୀରରେ ଚାଇନାର ଆକ୍ରମଣର ପ୍ରଭାବ

ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଜୁନ 15 ତାରିଖ ରାତିରେ ଗଲୱାନ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଗଠନ କରିବା ଏବଂ ମହାମାରୀ ସମୟରେ ଚାଇନା ଆକ୍ରମଣ କିଭଳି ସ୍ଥାନୀୟ ଲୋକଙ୍କ ଜୀବନରେ ପ୍ରଭାବ ପକାଇଛି ସେନେଇ ଅଧିକ ପଢନ୍ତୁ...

ଲଦାଖ ଏବଂ ଜାମ୍ମୁ କାଶ୍ମୀରରେ ଚାଇନାର ଆକ୍ରମଣର ପ୍ରଭାବ

author img

By

Published : Aug 5, 2020, 7:15 AM IST

ଶ୍ରୀନଗର: ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଐତିହାସିକ ପଦକ୍ଷେପ ମଧ୍ୟରେ ଜମ୍ମୁ-କାଶ୍ମୀରରୁ ଧାରା 370 ଓ 35(କ)କୁ ଉଚ୍ଛେଦ । ଏହି ଧାରା ଅନୁଯାୟୀ, ଜମ୍ମୁ-କାଶ୍ମୀରକୁ ଯେଉଁ ସ୍ବତନ୍ତ୍ର ମାନ୍ୟତା ଦିଆଯାଇଥିଲା ତାହାକୁ ହଟାଇ ଦିଆଯାଇଛି । ଆଜି ଏହି ଧାରା 370 ଉଚ୍ଛେଦ ବର୍ଷେ ପୂରିଛି । ଏଥିସହ ଜମ୍ମୁ-କାଶ୍ମୀରରୁ ଲଦାଖକୁ ଅଲଗା କରି ଦୁଇଟି ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଗଢିଉଠିଛି । ଏହି ନବ ଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଏବେ ଚାଇନ ଅଶାନ୍ତି ସୃଷ୍ଟି କରିଛି ।

ଲଦାଖ ଏବଂ ଜାମ୍ମୁ କାଶ୍ମୀରରେ ଚାଇନାର ଆକ୍ରମଣର ପ୍ରଭାବ
ଲଦାଖ ଏବଂ ଜାମ୍ମୁ କାଶ୍ମୀରରେ ଚାଇନାର ଆକ୍ରମଣର ପ୍ରଭାବ

ଗଲୱାନ ଘାଟିରେ ଭାରତୀୟ ସେନା ଓ ଚୀନ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ କେବଳ 1999 କାର୍ଗିଲ ଯୁଦ୍ଧକୁ ପୁର୍ନଜୀବିତ କରିନଥିବା ବରଂ ଲଦାଖ ଓ ଜମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା । ସ୍ଥାନୀୟ ଲୋକମାନେ କୋରୋନା ମହମାରୀ ଯୋଗୁଁ ସମ୍ପୂର୍ଣ୍ଣ ଲକଡାଉନ ପରିସ୍ଥିତିରୁ ଅତିକ୍ରମ କରିସାରିଥିବାବେଳେ ଏବେ ପୁଣି ଆଉ ଏକ ଜଟିଳ ପରିସ୍ଥିତିର ସମ୍ମୁଖୀ ହେବାକୁ ଯାଉଛନ୍ତି । ମହାମାରୀ ମଧ୍ୟରେ ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଘୋଷଣା କରିବା ଏବଂ ଚାଇନାର ଆକ୍ରମଣ ସେମାନଙ୍କ ଜୀବନରେ କିପରି ପ୍ରଭାବ ପକାଇଛି ତାହାର ଏକ ସାରାଂଶ ଉପରେ ନଜର ପକାନ୍ତୁ ।

ଜମ୍ମୁ-କାଶ୍ମୀରରେ ଉପରେ ପ୍ରଭାବ

ଗତ ମାସରେ ଉତ୍ତର କାଶ୍ମୀରର ହନ୍ଦୱାଡା ଏବଂ ସୋପୋରା ଅଞ୍ଚଳରେ ଦୁଇଟି ପୃଥକ ଗୁଳି ବିନିମୟରେ କରି ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଯବାନ ଶହୀଦ ହୋଇଥିଲେ । ଏହି ଅଞ୍ଚଳରେ ପୁଣି ଥରେ ବିଦ୍ରୋହ ସୃଷ୍ଟି ହୋଇଥିବା ନେଇ ସେନା ଅଧିକାରୀ ଦାବି କରିଛନ୍ତି ।

ଯଦି ବର୍ତ୍ତମାନ ସମୟ ରେ ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ଆଗକୁ LAC ରେ ଅନେକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ପାକିସ୍ତାନ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି ପାଇଁ ବିଭିନ୍ନ ଷଡଯନ୍ତ୍ର କରିବା ସହ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବ । ଯେଉଁଥିପାଇଁ ଭାରତକୁ ବର୍ତ୍ତମାନ ଏହାର ଦୀର୍ଘସ୍ଥାୟ ସମାଧାନ ପାଇଁ କର୍ଯ୍ୟ କରିବାକୁ ପଡିବ । ଏଥିପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମୀକ୍ଷା କରିବା ସହ ଆଗକୁ ଆସିବାକୁ ଥିବା ଆହ୍ବାନ ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରଣନୀତି କରୁଛନ୍ତି ବୋଲି ଇଟିଭି ଭାରତକୁ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ।

ମେ 9 ତାରିଖରେ, ଏନଏସଏ ଅଜିତ ଡୋଭାଲ ଦିଲ୍ଲୀରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସମୟରେ ସେନାଙ୍କୁ ପ୍ରସ୍ତୁତ ରହିବାକୁ ଆହ୍ବାନ କରିଥିଲେ । ଗଲୱାଲ ଘାଟୀରେ ଚାଲିଥିବା ବିବାଦକୁ ସମାଧାନ କରିବାକୁ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି । ତେଣୁ ଏଥିପ୍ରତି କୌଣସି ଭୟଭୀତ ହେବାର ନାହିଁ ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି ।

ସେନା ବିଶେଷଜ୍ଞ ଜୟ କୁମାର ବର୍ମା କହିଛନ୍ତି , ପରିସ୍ଥିତି ଯେତେ ଖରାପ ହେଉ ନା କାହିଁକି ସର୍ବଦା ଆମ ସେନାକୁ ପ୍ରସ୍ତୁତ ରହିବାକୁ ପଡିବ । ଏହାର ଅର୍ଥ ନୁହେଁ ବିଦ୍ରୋହ, ଅସ୍ତ୍ରବିରତି ଉଲ୍ଲଙ୍ଘନ କିମ୍ବା ସେନାଙ୍କୁ ହତ୍ୟା କରିବା । ଭାରତୀୟ ସେନା LAC ଓ LOC ରେ ଅପରେସନ ବେଳେ ଆତଙ୍କବାଦ ଦ୍ବାରା ଶୀକାର ହେବା ବ୍ୟତୀତ ସ୍ଥାନୀୟ ଭୌଗଳିକ ଓ ପରିବେଶର ମଧ୍ୟ ଶୀକାର ହେଉଛନ୍ତି । LAC ଓ LOC ସ୍ଥିତିର ପାଗ ପରିବେଶ ସେନାକୁ ଅନେକ ସମୟ ରେ ବିପଦରେ ପକାଉଛି । ସେହି ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳରେ ସରକାର ଭିତ୍ତିଭୂମିକୁ ପ୍ରାଧାନ୍ୟ ଦେଉଛନ୍ତି ।

ଶ୍ରୀନଗରରେ ଅବସ୍ଥିତ ପର୍ଯ୍ୟବେକ୍ଷକମାନଙ୍କ ଅନୁସାରେ, ଏଲଏସିର ବିକାଶ ସହ ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ସିଧାସଳଖ ଲିଙ୍କ ରହିଛି । ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ମଧ୍ୟରେ କ୍ରୋଧ, କାଶ୍ମୀର ଉପରେ ପାକିସ୍ତାନ ସରକାରଙ୍କ କ୍ରମାଗତ ବିବୃତ୍ତି ଏବଂ ଲଦାଖରେ ଉତ୍ତେଜନା ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ ସହିତ ଜଡିତ।

କାଶ୍ମୀରର ଜଣେ ବରିଷ୍ଠ ରାଜନେତା କହିଛନ୍ତି, ଯେ ଅଗଷ୍ଟ 5 ପରେ ଚୀନର ଆକ୍ରମଣାତ୍ମକ କୂଟନୈତିକ ସ୍ଥିତିକୁ ଭାରତ ସରକାର ଠିକ୍ ଭାବରେ ବିଚାର କରିପାରନ୍ତି ନାହିଁ।ଧାରା ଉଚ୍ଛେଦ ହେବା ପର ଠାରୁ କାଶ୍ମୀରର ପ୍ରସଙ୍ଗରେ ଚୀନ ଏବେ ତୃତୀୟ ପକ୍ଷ ହୋଇ ରହିଯାଇଛି । ଚୀନ ଏବେ ଲଦାଖକୁ ନିଜ ନିୟନ୍ତ୍ରଣକୁ ଆଣିବା ଚେଷ୍ଟା କରିବା ସହ କାଶ୍ମୀରକୁ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନ ହସ୍ତାନ୍ତର କରିଛି । ଏଥିସହ ଏବେ ପ୍ରତିଦିନ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବାରେ ଲାଗିଛି । ଏସବୁ ଦେଖିବା ପରେ ଜଣାପଡୁଛି ପାକିସ୍ତାନ ଓ ଚୀନ ଭାରତ ବିପକ୍ଷରେ ନୂତନ ମିଳିତ ରଣକୌଶଳ ଚଳାଇଛି ବୋଲି କାଶ୍ମୀର ଏହି ନେତା ଜଣକ କହିଛନ୍ତି ।

ଜମ୍ମୁ-କାଶ୍ମୀର ଓ ଲଦାଖରେ ସମସ୍ୟା ସୃଷ୍ଟି କରିବାରେ ଚାଇନା ଓ ପାକିସ୍ତାନ ଏକ ସମନ୍ବିତ ପ୍ରୟାସ ଜାରି ରଖିଛନ୍ତି । ହେଲେ ଏହାକୁ ଆମ ସେନା ବିଶେଷଜ୍ଞ ଦେଖିପାରୁନାହାଁନ୍ତି କିନ୍ତୁ ଅନୁଭବ କରନ୍ତି, ଯେ ଉଭୟ ଦେଶ ପରିସ୍ଥିତିକୁ ଶୋଷଣ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ଏହି ରାଜନେତାଙ୍କ ବୟାନକୁ ବର୍ମା ଖଣ୍ଡନ କରି କହିଛନ୍ତି, ପାକିସ୍ତାନ ଭିତରେ କୌଣସି ପରିବର୍ତ୍ତିନ ଆସିନାହିଁ । LoC ରେ ଗୁଳି ଚଳାଇବାରେ କିଛି ନୂଆ କଥା ନୁହେଁ ଏବଂ ଏହା ନିୟମିତ ଭାବେ ବଢିଚାଲିଛି । ଲଦାଖ ବିବାଦ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । କିନ୍ତୁ ଏହା ଏକ ସ୍ବତନ୍ତ୍ର ବିଷୟ। ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପଛରେ ଚାଇନାର ଏଭଳି ଉତ୍ତେଜନା ଭିତ୍ତି ହୀନ ।

ଜମ୍ମୁରେ ରାଜନୈତିକ କାର୍ଯ୍ୟକଳାପରେ ବିଳମ୍ବ

ମେ 21ରେ, ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଏକ ଖବରକାଗଜ ପ୍ରବନ୍ଧରେ ଘୋଷଣା କରିଥିଲେ ଯେ "ଜମ୍ମୁ-କାଶ୍ମୀରରେ ପୂର୍ଣ୍ଣ ରାଜନୈତିକ କାର୍ଯ୍ୟକଳାପକୁ ଅନୁମତି ଦେବାର ସମୟ ଆସିଛି" ଜାମ୍ମୁ କାଶ୍ମୀରରେ ଅଗଷ୍ଟ 5, 2019 ରେ ଆରମ୍ଭ ହୋଇଥିବା ପରିବର୍ତ୍ତନ ଏକ ଯୁକ୍ତିଯୁକ୍ତ ସ୍ତରରେ ପହଞ୍ଚିଛି। ନୂତନ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପକୁ ଆରମ୍ଭ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଥିବା ନେଇ ରାମ ମାଧବ ସୂଚନା ଦେଇଥିଲେ ।

ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ହେବା ପରେ ଜମ୍ମୁ-କାଶ୍ମୀରର ପୂର୍ବତନ ମନ୍ତ୍ରୀ ଅଲତାଫ ବୁଖାରୀ ଏକ ରାଜନୈତିକ ଦଳ ଗଠନ କରିଛନ୍ତି । ଏହି ଦଳର ନାମ ସେ ’ଆପନି ପାର୍ଟି’ ରଖିଛନ୍ତି । ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ, ମାର୍ଚ୍ଚ 14 ରେ ଦିଲ୍ଲୀରେ ଅଲତାଫ ବୁଖାରୀ ଏବଂ ତାଙ୍କର 24 ଜଣିଆ ପ୍ରତିନିଧୀଙ୍କ ସହ ଏକ ପରାମର୍ଶଦାତା ପରିଷଦ ଗଠନ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜୁନ ପ୍ରଥମ ସପ୍ତାହରୁ ଏହାର କାର୍ଯ୍ୟକାରିତା ଆରମ୍ଭ ହୋଇଥାନ୍ତା ହେଲେ କୋଭିଡ ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି ।

ତେବେ ବିଳମ୍ବ ପଛରେ କେତେକ ବିଶେଷଜ୍ଞ ଆଉ କିଛି କାରଣକୁ ଦର୍ଶାଇଛନ୍ତି । ଇଟିଭି ଭାରତକୁ ବରିଷ୍ଠ ସାମ୍ବାଦିକ ଭାରତ ଭୂଷଣ ଇଟିଭି ଭାରତକୁ କହିଛନ୍ତି, ଜମ୍ମୁ କାଶ୍ମୀର ପାଇଁ ଗତ ମେ 18ରେ କେନ୍ଦ୍ର ଆଣିଥିବା ନୂଆ ଆଇନକୁ ଯଦି କୋରୋନା ପାନଡେମିକ ଅଟକାଇ ପାରିଲାନି, ପରାମର୍ଶଦାତା କାଉନସିଲ ଗଠନ ପାଇଁ ପ୍ରଶାସନିକ ନିର୍ଦ୍ଦେଶ ଦେବାକୁ କାହିଁକି ବିଳମ୍ବ ? ନିଶ୍ଚିତପକ୍ଷେ ଏହି ବିଳମ୍ବରେ ଅନ୍ଯ କିଛି କାରଣ ରହିଛି ।

ଏଥିସହ ସେ ବିଶ୍ବାସ କରୁଛନ୍ତି, ଏହା ପଛରେ ନିଶ୍ଚୟ ଲାଦଖରେ ସୃଷ୍ଟି ହୋଇଥିବା ସୀମା ବିବାଦ ରହିଛି । ସେ ଆହୁରି କହିଛନ୍ତି, ପାକିସ୍ତାନ ପରି ଚୀନ ମଧ୍ୟ ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବାକୁ ନେଇ ସହଜରେ ଗ୍ରହଣ କରିନାହିଁ । ପରାମର୍ଶଦାତା ପରିଷଦ ଗଠନ ସେହି ଦିଗରେ ଏକ ପଦକ୍ଷେପ ହେବ, ଯାହା ଲୋକମାନଙ୍କର ଅଂଶଗ୍ରହଣ ମାଧ୍ୟମରେ ନିର୍ବାଚନ ମାଧ୍ୟମରେ ଲୋକଙ୍କୁ ସରକାରୀ ବ୍ୟବସ୍ଥା ଯୋଗାଇବ । ବିଶେଷ କରି କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ପ୍ରତି ଚାଇନାର ଆଗ୍ରହ ରହିଛି । ଜମ୍ମୁ-କାଶ୍ମୀରରେ ଏହି ନୀତିରେ ପରିବର୍ତ୍ତନ ଆଣିବା ସମୟରେ ମୋଦି ସରକାର ପାକିସ୍ତାନର କୌଣସି ପ୍ରତିକ୍ରିୟା ରଖିବାକୁ ସୁଯୋଗ ଦେଇନଥିଲେ । ଯାହାକୁ ନେଇ ଚୀନ ବିରକ୍ତି ଭାବ ପ୍ରକାଶ କରିଥିଲା । ତେଣୁ ଚୀନ ବିଭିନ୍ନ ଉପାୟରେ ଲଦାଖରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି ବୋଲି ସାମ୍ବାଦିକ କହିଛନ୍ତି ।

ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ଅଗଷ୍ଟ 6 ରେ ଦେଇଥିବା ଅଭିଭାଷଣରେ କହିଥିଲେ , ଜମ୍ମୁ-କାଶ୍ମୀର କହିଲେ ପାକିସ୍ତାନର ଅଧିକୃତ(ଆଜାଦ କାଶ୍ମୀର ଓ ଗିଲଗିଟ-ବାଲଟିସ୍ତାନ ସହ ଅକସାଇ ଚୀନ। ନଭେମ୍ବର 2, 2019 ଭାରତର ନୂତନ ମାନଚିତ୍ର ପ୍ରକାଶିତ ହୋଇଥିଲା । ଯେଉଁଥିରେ ଏହି ଦୁଇଟି ସ୍ଥାନକୁ ଭାରତ ବୋଲି ଦର୍ଶାଇଛି । ପୂର୍ବରୁ ମଧ୍ୟ ଭାରତ ଏହାକୁ ନିଜର ବୋଲି କହିଆସୁଛି । ତେବେ ଏପରି ସ୍ଥଳରେ ଏହା କହିବା ଓ ମାନଚିତ୍ରରେ ଦର୍ଶାଇବା ଭାରତର ଏଥି ପ୍ରତିଥିବା ଆଗ୍ରହକୁ ଇଙ୍ଗିତ କରୁଛି । ଫଳରେ ଏଥିପାଇଁ ଚୀନ ଲଦାଖରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜାଇ ଥାଇପାରେ ବୋଲି ସାମ୍ବାଦିକ କହିଛନ୍ତି ।

ଆରୋପ-ପ୍ରତ୍ୟାରୋପ

ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ, 2019 ଅନୁଯାୟୀ ଲଦାଖରେ ଏକ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠନ ହୋଇଛି । ଯେଉଁ ଠାରେ ବିଧାନସଭା ନାହିଁ । ଧାରା 370 ଉଚ୍ଛେଦ ପରେ ଲଦାଖ ସମେତ ଅନ୍ୟ ଦୁଇ ସ୍ଥାନରେ ଶାନ୍ତିର ବାତାବରଣ ରହିଥିବା ସ୍ଥାନୀୟ ପ୍ରଶାସନ ଓ ସରକାର ଦାବି କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ତିନି ଅଞ୍ଚଳ ମଧ୍ୟରୁ ଲଦାଖ ଏହାକୁ ସ୍ବାଗତ କରିଛି ।

ଲଦାଖ ବୁଦ୍ଧିଷ୍ଟ ଆସୋସିଏସନ (ଏଲବିଏ) ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ଲଦାଖବାସୀଙ୍କ ସ୍ବପ୍ନ ସାକାର କରିଛି । ଲଦାଖ ବୁଦ୍ଧିଷ୍ଟ ଆସୋସିଏସନର ସଭାପତି କହିଛନ୍ତି, ’’ଆମେ ଲଦାଖବାସୀ 1949 ମସିହାରୁ ଜମ୍ମୁ-କାଶ୍ମୀରରୁ ଅଲଗା ହୋଇ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ରହିବାକୁ ଦାବି କରିଆସୁଥିଲେ । ଗତ 7 ଦଶନ୍ଧି ମଧ୍ୟରେ ଆମେ ଅନେକ ଆନ୍ଦୋଳନ ସହ ଦାବି ମଧ୍ୟ କରିଆସୁଛି । ଆଉ ଏବେ ଏହା କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହେବା ପରେ ଆମର ସ୍ବପ୍ନ ସାକାର ହୋଇଛି । ’’

ଏଥିସହ ସେ ଏହି ନିଷ୍ପତ୍ତି ନେଇଥିବା ମୋଦି ସରକାରଙ୍କୁ ପ୍ରଶଂସା କରିଥିଲେ । ବହୁତ ସରକାର ଆସିଛନ୍ତି ଏବଂ ଯାଇଛନ୍ତି । କିନ୍ତୁ କେହି ମଧ୍ୟ ତାଙ୍କର ପ୍ରତିଶୃତିକୁ ରକ୍ଷା କରିନାହାଁନ୍ତି । ପିଏମ ମୋଦି ଏହି ଐତିହାସିକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯାହା ଅତ୍ୟନ୍ତ ପ୍ରଶଂସନୀୟ ହେବା ହେବା ତାଙ୍କର ସାହସିକତା ସେ ଧନ୍ୟବାଦ ଜଣାଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, 2014ରେ ଜମ୍ମୁ-କାଶ୍ମୀରର ବିକାଶ ପାଇଁ ମୋଦି ସରକାର 80,000 କୋଟି ପ୍ୟାକେଜ ଘୋଷଣା କରିଥିଲେ । କିନ୍ତୁ ଏଥିରୁ ଲଦାଖ କିଛି ମଧ୍ୟ ପାଇଲା ନାହିଁ । ଜମ୍ମୁ-କାଶ୍ମୀରରେ ଜମ୍ମୁ, କାଶ୍ମୀର ଓ ଲଦାଖ ରହିଥିଲା । କିନ୍ତୁ ଏହାର ସମସ୍ତ ଫାଇଦା କାଶ୍ମୀରକୁ ହିଁ ମିଳିଥିଲା ।

ସେପଟେ, ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ପରେ ସ୍ଥାନୀୟ ଲୋକଙ୍କ କିଛି ଏପରି ପ୍ରତ୍ରିକ୍ରିୟା ରହିଥିଲା । ସାୱର ହୁସେନ କହିଛନ୍ତି, ’’ଏଥିରୁ କେବଳ ରାଜନେତା ମାନଙ୍କୁ ସୁବିଧା ମିଳିଛି । ସେମାନେ ଏହି ଅଞ୍ଚଳର ଲୋକଙ୍କ ବିଷୟରେ ଚିନ୍ତା କରୁନାହାଁନ୍ତି । ଆମେ ଦ୍ବନ୍ଦରେ ପଡୁଛି, ଖୁସି ନାହୁଁ । କୌଣସି ଜିନିଷରେ ସ୍ପଷ୍ଟତା ନାହିଁ ଏବଂ ଆମ ପରିସ୍ଥିତିର ସମାଧାନ ପାଇଁ କେହି କିଛି କରୁ ନାହାଁନ୍ତି। ଆଜିକୁ ବର୍ଷେ ହୋଇଗଲା କିନ୍ତୁ ଆମେ କୌଣସି ନୂତନ ନିୟମ ଉପରେ କିଛି ଜାଣି ପାରିଲୁ ନାହିଁ । ଏପରିକି ଆମ ଅମଳତନ୍ତ୍ର ପାଖରେ କୌଣସି ସୂଚନା ନାହିଁ ।’’

ସେହିଭଳି ଅନ୍ୟ ଜଣେ ଆଙ୍ଗମୋ ଦେସ୍କିତ କହିଛନ୍ତି, ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ପାଇଁ ପ୍ରସ୍ତୁତି କରୁଥିଲେ । କିନ୍ତୁ ତାଙ୍କୁ କୌଣସି ଜିନିଷ କିଛି ବୁଝା ପଡୁନାହିଁ । ସେପଟେ ଜନ ପ୍ରତିନିଧ ନିଜର ବ୍ୟକ୍ତିଗତ ଲକ୍ଷ୍ୟକୁ ପୂରଣ କରିବାରେ ଲାଗିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେମାନେ କଦାପି ଏହି ଅଞ୍ଚଳବାସୀଙ୍କ ପାଇଁ କେବେ ମଧ୍ୟ ଚିନ୍ତା କରୁନାହାଁନ୍ତି ।ଦେଶର ଜଣେ ନାଗରିକ ହେବା ଉଦ୍ଦେଶ୍ୟ ସେ ସମସ୍ତ ନିୟମ ଜାଣିବା ଉଚିତ ବୋଲି କହିଛନ୍ତି ।

ଯେତେବେଳେ ତାଙ୍କୁ ଲଦାଖକୁ କାଶ୍ମୀରରୁ ଅଲଗା କରିବାକୁ ଚାହୁଁଥିଲେ କି ବୋଲି ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ, "ଏହା ଦ୍ବାରା କଣ ହେବ? ସାଧାରଣ ଲଦାଖୀ ବିକାଶ, ଉନ୍ନତ ଶିକ୍ଷା ଏବଂ ଚିକିତ୍ସା ସୁବିଧା ଆବଶ୍ୟକ କରେ। ଆମର ସାକ୍ଷରତା ହାର କମ୍। ଏଠାରେ ଅନେକ ସମସ୍ୟା ରହିଛି ଯାହାକୁ ସମାଧାନ କରାଯିବା ଆବଶ୍ୟକ ରହିଛି। କାଶ୍ମୀରରେ କୌଣସି ଅସୁବିଧା ନଥିଲା କିନ୍ତୁ ଦୁର୍ନୀତି ଭରି ରହିଥିଲା। ତେଣୁ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ପରିବର୍ତ୍ତେ ଗଠନମୂଳକ ପଦକ୍ଷେପ ନେଇ ଏହି ପ୍ରସଙ୍ଗଗୁଡିକ ସମାପ୍ତ ହୋଇଥାନ୍ତା। "

ଚଳିତ ବର୍ଷ ଏପ୍ରିଲ ମାସରେ ଲାଗୁ ହୋଇଥିବା ନୂଆ ନିୟମର ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ଏଥିପ୍ରତି ଲଦାଖ ପ୍ରଶାସନର ନୀରବତା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସହ ଆକ୍ରୋଶ ଦେଖିବାକୁ ମିଳିଛି ।

ଏନେଇ ଇଟିଭି ଭାରତ ସ୍ଥାନୀୟ ପ୍ରଶାସନ ଓ ରାଜନେତାମାନଙ୍କ ଠାରୁ ଏହାର ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲେ । ମାତ୍ର ଏହା ସଠିକ ସମୟ ନୁହେଁ କହି ଏହାକୁ ଏଡାଇ ଦେଇଥିଲେ ।

ଲଦାଖ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠନ ହୋଇଛି । ଏବେ ଆମକୁ ପୁରା ଶୂନରୁ ସବୁକିଛି ଆରମ୍ଭ କରିବାକୁ ହେବ । ଜାମ୍ମୁ କାଶ୍ମୀର ପୋଲିସ ବଦଳରେ ଲଦାଖ ପୋଲିସ ପରି ଅନେକ ଜିନିଷକୁ ଆମେ ଶୀଘ୍ର ଟ୍ରାକ୍ କରିଛୁ । ସେହିପରି ଗାଡି ପଞ୍ଜିକରଣ ପାଇଁ "JK" ବଦଳରେ "LA ' ବ୍ୟବାହର କରିବା ଆରମ୍ଭ କରିଛି। ଅନ୍ୟାନ୍ୟ ଅନେକ ପରିବର୍ତ୍ତନ କରାଯାଉଛି । ଏଥିପାଇଁ ସମୟ ଲାଗିବ ଏବଂ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ସ୍ଥାନୀୟ ପ୍ରଶାସନୀକ ବରିଷ୍ଠ ଅଧିକାରୀ ଇଟିଭି ଭାରରକୁ କହିଛନ୍ତି ।

ଲଦାଖ ବିବାଦ

ଲଦାଖ ସୀମାକୁ ନେଇ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ବିବାଦକୁ କୂଟନୈତିକ ସ୍ତରରେ ସମାଧାନ କରିବାକୁ ପ୍ରୟାସ ଜାରି ରହିଛି । ଭାରତୀୟ ସେନାର ଓ ଚୀନ ସେନା ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ବରିଷ୍ଠ କମାଣ୍ଡର ପକ୍ଷରୁ ସେନାପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି । ଲଦାଖ ଅଞ୍ଚଳବାସୀଙ୍କୁ ଏବେ ଶାନ୍ତିର ଆବଶ୍ୟକତା ରହିଛି ।

ଇଟିଭି ଭାରତକୁ ଚୁସୁଲର ଲଦାଖ ସ୍ୱୟଂଶାସିତ ହିଲ ବିକାଶ ପରିଷଦର କାଉନସିଲର କନଚୋକ ଷ୍ଟାନଜିନ କହିଛନ୍ତି ଯେ, ଏହା ଏକ ଖୁସି ଖବର ଯେ ଉଭୟ ସେନା ପକ୍ଷରୁ ସେନା ପ୍ରତ୍ୟାହାର ନେଇ ଭଲ ଖବର ଆସିଛି । ଏହି ଅଞ୍ଚଳର ଲୋକମାନେ ତାଙ୍କର ଏକମାତ୍ର ରୋଜଗାରର ଉତ୍ସ - ଚାରଣ ଭୂମିକୁ ନେଇ ଚିନ୍ତିତ ରହୁଥିଲେ । ଯଦି ଦୁଇ ଦେଶର ସେନା ମଧ୍ୟରେ ବିଫଳ ହୁଏ,ତେବେ ସେମାନେ ସେମାନଙ୍କର ଜୀବକା ହରାଇବସିବେ । କାରଣ ଚାରଣ ଭୂମି ସେମାନଙ୍କ ଲାଇଫ ଲାଇନ ।

କିନ୍ତୁ ଖୁସିର କଥା ସବୁକିଛି ଠିକ୍ ହୋଇଗଲା । ସୈନ୍ୟବାହିନୀ ନିୟୋଜନ ହୋଇ ନ ଥିବାରୁ ଲୋକଙ୍କ ମଧ୍ୟରେ ଭୟ ଏପର୍ଯ୍ୟନ୍ତ କମିନାହିଁ। 1962 ଯୁଦ୍ଧ ପରେ ଗତ କିଛି ମାସ ମଧ୍ୟରେ ସୀମାରେ ଏତେ ସଂଖ୍ୟକ ସେନାଙ୍କ ଗତିବିଧି ଦେଖିବାକୁ ମିଳିଥିଲା । ପ୍ରତିଦିନ 150-300 ସେନା ଗାଡି ଏଠାରେ ଦେଖିବାକୁ ମିଳୁଥିଲା ଯାଉଥିବାର ଦେଖି ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା ।

ତେବେ ଷ୍ଟାନଜିନ ବର୍ତ୍ତମାନର ସ୍ଥିତିକୁ ନିଶ୍ଚିତ କରିନାହାଁନ୍ତି । ସେ ଜୁନ୍ 2, 2020 ରେ ଲେହ ବିଷୟରେ କହିଥିଲେ ।କୋରଜୋକ ପରିଷଦର ଗୁରମିଦ ଡୋରଜୟ କହିଛନ୍ତି, ଦଶନ୍ଧି ଧରି ଚାଇନାର ଅନୁପ୍ରବେଶ କରିଆସୁଛି ।

ଦୁଇ ବର୍ଷ ପୂର୍ବେ ନୁରବୁ ତାମଚୋ ଠାରେ ଅନୁଷ୍ଠିତ ଧାର୍ମିକ ସ୍ଥଳରେ ପ୍ରାର୍ଥନା କରିବାକୁ ବିରୋଧ କରିଥିଲା ଚୀନ । ସେଠାକୁ ସେମାନେ ନିୟମିତ ପ୍ରାର୍ଥନା କରିବାକୁ ଯାଇଥାନ୍ତି । ଚୀନ ଦାବି କରି କହିଥିଲା, ଏହି ଅଞ୍ଚଳ ସେମାନଙ୍କ ଅଧୀନରେ ରହିଛି । ତେବେ କ୍ରମାଗତ ଆପତ୍ତି ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସେଠାରୁ ଅଟକାଇଥିଲେ ବୋଲି କହିଛନ୍ତି ଡୋରଜୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.