ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୁତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବାକୁ ଯାଉଛି । ଯାହାର ପ୍ରଭାବରେ ଆସନ୍ତା 3 ଦିନ ମଧ୍ୟରେ କେରଳ ଏବଂ କର୍ଣ୍ଣାଟକର ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ଆରବ ସାଗର ଏବଂ ଲକ୍ଷଦ୍ବିପ କ୍ଷେତ୍ରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେଉଛି । ବର୍ତ୍ତମାନ ଏହା ମୁମ୍ବାଇଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ 760 କିଲୋମିଟର ଏବଂ ଗୁଜୁରାଟରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ 930 ଦୂରରେ ରହିଛି । ତେବେ ଏହା ଆସନ୍ତା 24 ଘଣ୍ଟାରେ ଅଧିକ ଶକ୍ତିଶାଳୀ ହୋଇ ଡିପ୍ ଡିପ୍ରେସନ୍ର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଜୁନ୍ 12 ତାରିଖରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ତେବେ 12 ଏବଂ 13 ଜୁନରେ ଆରବ ସାଗରରେ ପବନର ବେଗ ଘଣ୍ଟା ପ୍ରତି 110 କିମି ରହିବ ବୋଲି ଜଣା ପଡିଛି । ସେହିପରି 13 ଜୁନରେ ଗୁଜୁରାଟ ଏବଂ ମହାରାଷ୍ଟ୍ରର ତଟବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପବନର ବେଗ ପ୍ରତି 65 ରୁ 75 କିମି ରହିବ । ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପାଇଁ କେରଳ, କର୍ଣ୍ଣାଟକ, କୋଙ୍କଣ ଓ ଗୋଆ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସଜୀବିଙ୍କୁ ସମୁଦ୍ର ବାରଣ କରାଯାଇଛି ।