ETV Bharat / bharat

ପାଣିପାଗ ବିଭାଗର ଚେତାବନୀ: 6ଟି ସହରରେ ବଢିବ ତାପମାତ୍ରା

ଅସମ୍ଭାଳ ତାତି ସାଙ୍ଗକୁ ଝାଞ୍ଜି ପବନରେ ସିଝିବ ପୁରା ଉତ୍ତର ଭାରତ । ସୂଚନା ଦେଲା ପାଣିପାଗ ବିଭାଗ ।

author img

By

Published : May 29, 2019, 5:45 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ତାତିରୁ ମିଳୁନି ତ୍ରାହି । ଅସମ୍ଭାଳ ତାତିରେ ଛଟପଟ ହେଉଛି ଜନଜୀବନ । ତେବେ ସବୁଠି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆହୁରି ଭୀଷଣ ଖରା ଓ ଗରମରେ ସିଝିବେ ଲୋକେ ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ଉତ୍ତର ଭାରତର ଦିଲ୍ଲୀ, ଉତ୍ତରପ୍ରଦେଶ, ଚଣ୍ଡିଗଡ, ମଧ୍ୟପ୍ରଦେଶ, ବିହାର ଓ ରାଜସ୍ଥାନ ଭଳି କେତେକ ଅଞ୍ଚଳରେ ଭୀଷଣ ଗରମ ସହ ଝାଞ୍ଜି ପବନ ବୋହିବାର ଆଶଙ୍କା କରିଛି ପାଣିପାଗ ବିଭାଗ ।

ଏହା ସହିତ ଦିଲ୍ଲୀ ଓ ଏନସିଆରରେ ତାପମାତ୍ରାରେ ବୃଦ୍ଧି ଘଟୁଥିବା ବେଳେ ଆସନ୍ତା 3ଦିନ ଭିତରେ 45 ଡିଗ୍ରୀ ଛୁଇଁପାରେ ତାପମାତ୍ରା । ତେବେ ସବୁଠୁ ଅଧିକ ତାପମାତ୍ରା 47 ଡିଗ୍ରୀ ରେକର୍ଡ କରାଯାଇଛି ମହାରାଷ୍ଟ୍ର ଓ ରାଜସ୍ଥାନରେ । ଏହି ସମୂହର ଗୁଡିକରେ ଦିନ ବେଳା ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଅନ୍ୟପଟେ ପଶ୍ଚିମବଙ୍ଗ, ଆସାମ, ମେଘାଳୟ ଆଦି ରାଜ୍ୟରେ ଜୋରଦାର ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର କହିବାନୁଯାୟୀ, ଜୁନର ପ୍ରଥମ ସପ୍ତାହରେ ଖୁବ ଶୀଘ୍ର କେରଳ ଛୁଇଁବ ମୌସୁମୀ ।

ତେବେ ସମଗ୍ର ଉତ୍ତର ଭାରତରେ ବର୍ଷା ହେବାର କୌଣସି ସମ୍ଭାବନା ନଥିବା କହିଛି ବିଭାଗ । ପଞ୍ଜାବ, ହରିୟାଣା, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବ । ଏହାସହ ମେ 30 ଗୁରୁବାର ଆରବ ସାଗରର ଗୁଜୁରାଟ ସୀମାବର୍ତ୍ତି ଅଞ୍ଚଳରେ ଘଣ୍ଟାପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । ସେନେଇ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।

ନକଲି ବିଦେଶୀ ମଦ କାରଖାନା ଠାବ। ବିପୁଳ ପରିମାଣ ରେ ନକଲି ବିଦେଶୀ ମଦ ଜବଦ କରିଛି ଅବକାରୀ ଓ ପୋଲିସ ବିଭାଗ ।ଏହି କାର ବାର ରେ ଚାରି ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହି ନକଲି ମଦ କାରବାର ଚାଲିଥିଲା ଢେଙ୍କାନାଳ ଜିଲା ନୂଆ ଭୁବନ ଗାଁ ରେ । ଜିଲ୍ଲା ଅବକାରୀ ବିଭାଗ ଓ ଭୁବନ ପୋଲିସ ମିଳିତ ଭାବେ ଚଢ଼ାଉ କରି ନୂଆ ଭୁବନ ଗାଁ ର ଲକ୍ଷ୍ମୀଧର ସାହୁ ଘରୁ ବିପୁଳ ପରିମାଣରେ ଏହି ମଦ ନକଲି ମଦ ତିଆରି  କାରଖାନା ଠାବ କରିଥିଲା ।ଏହା ସହ କାରଖାନା ଚଳାଇଥିବା ଘର ମାଲିକ ଲକ୍ଷ୍ମୀଧର ସାହୁ ସହ ତାଙ୍କ ସହ ଯୋଗୀ ରଞ୍ଜନ ସାହୁ ,କପିଳ ସାହୁ ,ଓ ତାଙ୍କ ଭାଇ ଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହା ସହ ସେଠାରେ ମଦ ତିଆରି ରେ ବ୍ୟବର୍ହୃତ ୬୫୦ ଲିଟର ସ୍ପିରୀଟି ୮୫୦ ବୋତଲ ନକଲି ମଦ ବୋତଲ ଓ ଏକ ଗାଡି ମଧ୍ୟ ଜବଦ କରାଯାଇଛି । ଏହା ଛଡା ବୋଟଲିଙ୍ଗ ରେ ପାଇଁ ବ୍ୟାହର ହେଉଥିବା ବିଭିନ୍ନ ଯନ୍ତ୍ରପାତି ମଧ୍ୟ ଜବଦ କରିଛି ବିଭାଗ । 
Byte- ମନୋଜ ସେଠି , ଅବକାରୀ ଅଧିକ୍ଷକ ।
Visual on FTP .
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.