ETV Bharat / bharat

13ଟି ଦେଶ ପାଇଁ 169 ସାଇକ୍ଲୋନର ନାମକରଣ କଲା ଭାରତୀୟ ପାଣିପାଗ ବିଭାଗ - ସାଇକ୍ଲୋନର ନାମକରଣ କଲା ଭାରତୀୟ ପାଣିପାଗ ବିଭାଗ

ଘୂର୍ଣ୍ଣଝଡ ଆସିବା ପୂର୍ବରୁ ନାମକରଣ କଲା ଭାରତୀୟ ପାଣିପାଗ ବିଭାଗ । 13ଟି ଦେଶ ପାଇଁ 169 ନାମର ତାଲିକା ପ୍ରସ୍ତୁତ କରିଛି ପାଣିପାଗ ବିଭାଗ ।

ସାଇକ୍ଲୋନର ନାମକରଣ କଲା ଭାରତୀୟ ପାଣିପାଗ ବିଭାଗ

author img

By

Published : Apr 29, 2020, 6:06 PM IST

ନୂଆଦିଲ୍ଲୀ: ଉତ୍ତର-ଭାରତ, ବଙ୍ଗୋପମହାସାଗର ଓ ଭାରତ ମହାସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପୂର୍ବରୁ ନାମକରଣ କଲା ଭାରତୀୟ ପାଣିପାଗ ବିଭାଗ । ବିଶ୍ବବ୍ୟାପୀ 6ଟି ଆଞ୍ଚଳିକ ବିଶେଷଜ୍ଞ ପାଣିପାଗ କେନ୍ଦ୍ର( RSMCs) ଓ 5ଟି ଟ୍ରିପିକାଲ ସାଇକ୍ଲୋନ ୱାର୍ଣ୍ଣିଂ ସେଣ୍ଟର (TCWCs) ପକ୍ଷରୁ ଘୂର୍ଣ୍ଣଝଡ ସମ୍ବନ୍ଧୀୟ ଆଡଭାଇଜରି ଜାରି କରିଥାଏ । ଏହା ସହ ଏହାର ନାମକରଣ କରିଥାଏ ।

RSMCର ଏହି 6ଟି କେନ୍ଦ୍ର ମଧ୍ୟରୁ ଗୋଟିଏ ଭାରତୀୟ ପାଣିପାଗ ବିଭାଗ । ଯିଏ କି 13ଟି ଦେଶର ବାତ୍ୟା କିମ୍ବା ଘୂର୍ଣ୍ଣିଝଡ ବିଷୟରେ ଆଡଭାଇଜରି ଜାରି କରିଥାଏ । ଯେଉଁଥିରେ ଭାରତ, ଇରାନ, ମାଲଦ୍ବୀପ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦି ଆରବ,ଶ୍ରୀଲଙ୍କା, ଥାଇଲାଣ୍ଡ ଓ ୟୁଏଇ ସହ ୟେନେମ ରହିଛି । 13ଟି ଦେଶ ପାଇଁ ପ୍ରତ୍ୟେକ 13ଟି ଲେଖାଏଁ 169 ସାଇକ୍ଲୋନର ନାମ ରହିଛି । ଭାରତ ପାଇଁ ଗତି, ତେଜ,ମୁରାସୁ, ଆଗ, ଭ୍ୟୋମ, ଝର, ପ୍ରବାହ, ନୀର, ପ୍ରଭଜନ, ଘୂର୍ଣ୍ଣି,, ଅମ୍ବୁଦ, ଜଲାଧି ଓ ଭେଗା ରହିଛି । ବାଂଲାଦେଶ ପାଇଁ କେତେକ ନାମ ହେଉଛି ନିସର୍ଗ, ବିପର୍ଯ୍ୟୟ, ଅର୍ଣ୍ଣବ ଏବଂ ଉପକୁଲ |

ବିଭିନ୍ନ ମହାସାଗରରେ ସୃଷ୍ଟି ହେଉଥିବା ଟ୍ରପିକାଲ୍ ସାଇକ୍ଲୋନ୍ ଗୁଡିକ ସଂପୃକ୍ତ RSMC ଏବଂ TCWC ଦ୍ୱାରା ନାମିତ । ବଙ୍ଗୋପସାଗର ଏବଂ ଆରବ ସାଗର ସମେତ ଉତ୍ତର ଭାରତ ମହାସାଗର ପାଇଁ ଆରଏସଏମସି, ନୂଆଦିଲ୍ଲୀ ଟ୍ରପିକାଲ୍ ସାଇକ୍ଲୋନ୍ ପାଇଁ ଏହି ନାମ ପ୍ରଦାନ କରିଛି ବୋଲି IMD ପ୍ରକାଶ କରିଛି।

@ians

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.