ETV Bharat / bharat

କୋରୋନା : ଗୋଷ୍ଠୀ ସଂକ୍ରମଣ ଦାବିକୁ IMAର ଅସ୍ବୀକାର - corona virus community spread

ଭାରତରେ କୋରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି କି ନାହିଁ, ସେ ନେଇ ଆରମ୍ଭରୁ ବିତର୍କ ଚାଲିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପୂର୍ବରୁ ହିଁ ଗୋଷ୍ଠୀ ସଂକ୍ରମଣର କଥା କହିଥିବା ବେଳେ ବର୍ତ୍ତମାନ କିନ୍ତୁ ନିଜ କଥାକୁ ଫେରେଇ ନେଇଛି ।

ଗୋଷ୍ଠୀ ସଂକ୍ରମଣ ଦାବିକୁ IMAର ଅସ୍ବୀକାର
ଗୋଷ୍ଠୀ ସଂକ୍ରମଣ ଦାବିକୁ IMAର ଅସ୍ବୀକାର
author img

By

Published : Jul 20, 2020, 5:51 PM IST

ନୂଆଦିଲ୍ଲୀ: ଭାରତରେ କୋରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି କି ନାହିଁ, ସେ ନେଇ ଆରମ୍ଭରୁ ବିତର୍କ ଚାଲିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପୂର୍ବରୁ ହିଁ ଗୋଷ୍ଠୀ ସଂକ୍ରମଣର କଥା କହିଥିବା ବେଳେ ବର୍ତ୍ତମାନ କିନ୍ତୁ ନିଜ କଥାକୁ ଫେରେଇ ନେଇଛି । ଆଇଏମଏ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ଗୋଷ୍ଠୀ ସଂକ୍ରମଣର କଥା ଆଇଏମଏର ମୁଖ୍ୟାଳୟର ବୟାନ ନୁହେଁ।

ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ଗୋଷ୍ଠୀ ସଂକ୍ରମଣ ସମ୍ବନ୍ଧରେ ଅନୁସନ୍ଧାନ ପରେ ହିଁ ଏଜେନ୍ସି ନିଷ୍ପତ୍ତିରେ ପହଞ୍ଚିବ । ପ୍ରକାଶଥାଉକି, ରବିବାର ଆଇଏମଏ ହସ୍ପିଟାଲ ବୋର୍ଡ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ଡକ୍ଟର ଭି କେ ମୋଙ୍ଗା କହିଥିଲେ ଯେ ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି, ଯାହା ଅତ୍ୟନ୍ତ ବିପଦଜନକ ପରିସ୍ଥିତି। ବର୍ତ୍ତମାନ ଆଇଏମଏ ଦ୍ବାରା ସ୍ପଷ୍ଟୀକରଣ ଦିଆଯାଇଛି ଯେ ଯାହା ବି ବିବୃତ୍ତି ଦିଆଯାଇଛି, ଏହାକୁ ବ୍ୟକ୍ତିଗତ ବିବୃତ୍ତି ଭାବରେ ବିବେଚନା କରାଯିବା ଉଚିତ୍।

ଆଇଏମଏ ଦାବି କରିଛି ଯେ ଦେଶର କେତେକ ସହରାଞ୍ଚଳରେ କିଛି କ୍ଲଷ୍ଟର ଗଠନ କରାଯାଇଛି କିନ୍ତୁ ଗ୍ରାମାଞ୍ଚଳରେ କୌଣସି କ୍ଲଷ୍ଟର ଦେଖାଯାଇ ନାହିଁ। ଗ୍ରାମାଞ୍ଚଳରେ ଲୋକେ ଖୋଲା ଅଞ୍ଚଳରେ ରୁହନ୍ତି, ତେଣୁ ଭାଇରସ ବ୍ୟାପିବାର ଆଶଙ୍କା କମ୍ । ଗୋଷ୍ଠୀ ସଂକ୍ରମଣ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ଦେଖାଦେଇଛି । ଦିଲ୍ଲୀ ଗୋଷ୍ଠୀ ସଂକ୍ରମଣର କଥା କହୁଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଏହାକୁ ଗ୍ରହଣ କରିନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.