ETV Bharat / bharat

କୋରୋନାରେ ଯାଇଛି 93ରୁ ଉର୍ଦ୍ଧ୍ବ ଡାକ୍ତରଙ୍କ ଜୀବନ: IMA

କୋରୋନା ମହାମାରୀ ବିରୋଧରେ ଲଢେଇ କରୁଥିବା ଆଗଧାଡିର ଯୋଦ୍ଧା ମାନେ ନିଜ ଜୀବନକୁ ଖାତିର ନକରି ଆକ୍ରାନ୍ତ ସେବା କରିବାରେ ଲାଗିଛନ୍ତି । ଯାହାଦ୍ବାରା କେତେକ ଏଥିରେ ସଂକ୍ରମଣ ହୋଇ ଜୀବନ ହାରୁଛନ୍ତି । ଅଧିକ ପଢନ୍ତୁ...

କୋରୋନାରେ ଯାଇଛି 93ରୁ ଉର୍ଦ୍ଧ୍ବ ଡାକ୍ତରଙ୍କ ଜୀବନ: IMA
କୋରୋନାରେ ଯାଇଛି 93ରୁ ଉର୍ଦ୍ଧ୍ବ ଡାକ୍ତରଙ୍କ ଜୀବନ: IMA
author img

By

Published : Jul 14, 2020, 12:45 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଦେଶରେ ଅତି କମରେ 93 ଜଣ ଡାକ୍ତର କୋରୋନା ଯୁଦ୍ଧରେ ପ୍ରାଣ ହରାଇଛନ୍ତି। ଡାକ୍ତର ସଂଗଠନ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) କହିଛି ଯେ, କୋରୋନା କାରଣରୁ ମୃତ୍ୟୁବରଣ କରିଥିବା ଏହି ଡାକ୍ତରମାନେ ଡ୍ୟୁଟିରେ ଥିବାବେଳେ କୋରୋନାରେ ସଂକ୍ରମିତ ହୋଇଥିଲେ କିମ୍ବା ଅନ୍ୟାନ୍ୟ କାରଣରୁ କୋରୋନାରେ ସଂକ୍ରମଣ ହୋଇଥିଲେ।

ଆଇଏମଏ ମୁଖ୍ୟ ଡକ୍ଟର ରାଜନ ଶର୍ମା କହିଛନ୍ତି ଯେ, ସର୍ବଶେଷ ତଥ୍ୟ ଅନୁଯାୟୀ 93 ଡାକ୍ତରଙ୍କ ମୃତ୍ୟୁ ହୋଇଥିବାବେଳେ 1279 ଡାକ୍ତର ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ଡାକ୍ତରଙ୍କ ମଧ୍ୟରେ 771 ରହିଛନ୍ତି, ଯେଉଁମାନଙ୍କ ବୟସ 35 ବର୍ଷରୁ କମ । ଆଉ 247 ଜଣ ଡାକ୍ତର ଅଛନ୍ତି ଯେଉଁମାନଙ୍କ ବୟସ 35 ବର୍ଷରୁ ଅଧିକ। 261 ଡାକ୍ତର ଅଛନ୍ତି ଯେଉଁମାନେ କୋରୋନା ସଂକ୍ରମିତ ଏବଂ ସେମାନଙ୍କର ବୟସ 50 ବର୍ଷରୁ ଅଧିକ ।

ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ତଥ୍ୟ ଏହି ସଂକ୍ରମଣର ତଥ୍ୟରେ ଅନ୍ତର୍ଭୁକ୍ତ ନାହିଁ। ଡାକ୍ତର ରାଜନ ଶର୍ମା କହିଛନ୍ତି ଯେ, ତାଙ୍କ ସଂଗଠନ ଡାକ୍ତରଙ୍କ ମୃତ୍ୟୁକୁ ନେଇ ଏକ ଯାଞ୍ଚ ରିପୋର୍ଟ ପ୍ରସ୍ତୁତ କରୁଛି। ଯେଉଁଥିରେ ଡାକ୍ତରଙ୍କ ମୃତ୍ୟୁର କାରଣ ଏବଂ ପରିସ୍ଥିତି ଅନୁଧ୍ୟାନ କରାଯିବ। ସେ କହିଛନ୍ତି ଯେ, ସାଧାରଣ ଅଭ୍ୟାସ ସମୟରେ କେତେ ଡାକ୍ତର ମୃତ୍ୟୁ ଘଟିଛି । ଆଉ କେତେଜଣ ରେସିଡେଣ୍ଟ ଶ୍ରେଣୀର ଅଟନ୍ତି । ଏହି ସମସ୍ତ ଆକଳନକୁ ତର୍ଜମା କରାଯାଉଛି ।

ଆଇଏମଏର କୋଚି ଶାଖାର ସଭାପତି ଡାକ୍ତର ରାଜୀବ ଜୟଦେବନ ମଧ୍ୟ କୋରୋନା କାରଣରୁ ଡାକ୍ତରଙ୍କ ମୃତ୍ୟୁ ଏବଂ କାରଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ଜୟଦେବନ ଦାବି କରିଛନ୍ତି ଯେ, ଏପ୍ରିଲ 8 ରୁ ଜୁଲାଇ 9 ପର୍ଯ୍ୟନ୍ତ କୋରୋନା ଯୋଗୁଁ 108 ଡାକ୍ତରଙ୍କ ମୃତ୍ୟୁ ଘଟିଛି।

ଡାକ୍ତର ଜୟଦେବନଙ୍କ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଡାକ୍ତରଙ୍କ ମୃତ୍ୟୁର 23 ପ୍ରତିଶତ ମହାରାଷ୍ଟ୍ରର, ତାମିଲନାଡୁରେ 16 ପ୍ରତିଶତ ଡାକ୍ତରଙ୍କ ମୃତ୍ୟୁ ଘଟିଛି। 11 ପ୍ରତିଶତ ଗୁଜୁରାଟ ଏବଂ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି। ଉତ୍ତରପ୍ରଦେଶରେ 9 ପ୍ରତିଶତ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଅନୁସନ୍ଧାନ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ 55.5 ପ୍ରତିଶତ 60 ବର୍ଷରୁ କମ, 30 ପ୍ରତିଶତ ଡାକ୍ତର 50 ବର୍ଷରୁ କମ ଏବଂ 21 ପ୍ରତିଶତ ଡାକ୍ତର 40 ବର୍ଷରୁ କମ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.