ETV Bharat / bharat

IIT ମାଡ୍ରାସର ପୋର୍ଟେବଲ ହସ୍ପିଟାଲ: ସ୍କ୍ରିନିଂ ଠାରୁ ଆଇସୋଲେସନ ସବୁ ଉପଲବ୍ଧ

ଆଇଆଇଟି ମାଡ୍ରାସ ଓ ଷ୍ଟାର୍ଟ ଅପ୍ ମଡୁଲସ୍ ହାଉସିଂର ମିଳିତ ପ୍ରୟାସରେ ନିଆରା ତଥା ପ୍ରଶଂସନୀୟ ସଫଳତା । ମିଳିତ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି ସହଜ, ସରଳ ଭାବେ ସ୍ଥାନାନ୍ତରିତ କରାଯାଉଥିବା ପୋର୍ଟେବଲ ହସ୍ପିଟାଲ । ଏହାର ବିଶେଷତ୍ବ ହେଲା ଯେ, ଏହାକୁ କେବଳ 4 ଘଣ୍ଟା ମଧ୍ୟରେ 2 ଜଣଙ୍କ ଦ୍ବାରା ଯେକୌଣସି ସ୍ଥାନରେ ପ୍ରସ୍ତୁତ ହୋଇପାରିବ ।

author img

By

Published : Jul 16, 2020, 6:40 PM IST

IIT ମାଡ୍ରାସର ପୋର୍ଟେବଲ ହସ୍ପିଟାଲ
IIT ମାଡ୍ରାସର ପୋର୍ଟେବଲ ହସ୍ପିଟାଲ

ଚେନ୍ନାଇ: କୋରୋନା ସହ ଲଢେଇରେ ଆଇଆଇଟି ମାଡ୍ରାସ ଓ ଷ୍ଟାର୍ଟ ଅପ୍ ମଡୁଲସ୍ ହାଉସିଂର ମିଳିତ ପ୍ରୟାସରେ ନିଆରା ତଥା ପ୍ରଶଂସନୀୟ ସଫଳତା । ମିଳିତ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି ସହଜ, ସରଳ ଭାବେ ସ୍ଥାନାନ୍ତରିତ କରାଯାଉଥିବା ପୋର୍ଟେବଲ ହସ୍ପିଟାଲ । ଏହାର ବିଶେଷତ୍ବ ହେଲା ଯେ, ଏହାକୁ କେବଳ 4 ଘଣ୍ଟା ମଧ୍ୟରେ 2 ଜଣଙ୍କ ଦ୍ବାରା ଯେକୌଣସି ସ୍ଥାନରେ ପ୍ରସ୍ତୁତ ହୋଇପାରିବ । ପୋର୍ଟେବଲ୍ ହସ୍ପିଟାଲ୍ ମେଡିକ୍ୟାବ କୋରୋନା ବିରୋଧରେ ଲଢେଇରେ ଏକ ଗେମଚେଞ୍ଜର ଭାବେ ପ୍ରମାଣିତ ହୋଇପାରେ । ଏହା ମଧ୍ୟମରେ କୋରୋନା ରୋଗୀଙ୍କୁ ଚିହ୍ନଟ , ସ୍କ୍ରିନିଂ କରିବା , ଆଇସୋଲେସନ ଓ ଚିକିତ୍ସାରେ ସାହୟତା କରିବ ।

IIT ମାଡ୍ରାସର ପୋର୍ଟେବଲ ହସ୍ପିଟାଲ
IIT ମାଡ୍ରାସର ପୋର୍ଟେବଲ ହସ୍ପିଟାଲ

ନିକଟରେ କେରଳର ୱାୟନାଡରେ ଏହାକୁ ଲଞ୍ଚ କରାଯାଇଥିଲା । ଯେଉଁଠାରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହାର ୟୁନିଟ୍ ସ୍ଥାପନ କରାଯାଇଥିଲା । ଏହିପରି ମାଇକ୍ରୋ ହସ୍ପିଟାଲଗୁଡିକର ବିକାଶ ପଛରେ ଉଦ୍ଦେଶ୍ୟ ଥିଲା ସ୍ମାର୍ଟ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ, ଯାହା ଦେଶର ସହର କିମ୍ବା ଗାଁର ଯେକୌଣସି ସ୍ଥାନରେ ସହଜରେ ପରିଚାଳିତ ହୋଇପାରିବ ।

ମେଡିକ୍ୟାବ ସମ୍ପୂର୍ଣ୍ଣ ଫୋଲଡେବଲ୍ ଏବଂ 4 ଟି ଜୋନ୍ ସହିତ ନିର୍ମିତ । ଏଥିରେ ଗୋଟିଏ ଡାକ୍ତରଙ୍କ ପାଇଁ ପ୍ରକୋଷ୍ଠ, 1 ଟି ଆଇସୋଲେସନ ରୁମ, ଗୋଟିଏ ମେଡିକାଲ ରୁମ, ଦୁଇଟି ବେଡ୍‌ ବିଶିଷ୍ଟ ଆଇସିୟୁ ରହିଛି ।

ପ୍ରାୟ 8ଘଣ୍ଟା ମଧ୍ୟରେ ଏହା 4 ଜଣଙ୍କ ଦ୍ବାରା ପ୍ରସ୍ତୁତ ହୋଇପାରିବ । ଫୋଲଡେବଲ୍ ହୋଇଥିବାରୁ ଏହାର ପରିବହନରେ ମଧ୍ୟ କମ ଖର୍ଚ୍ଚ ହୁଏ । ଆଇଆଇଟି-ଏମ ଗୁରୁବାର କହିଛି ଯେ, କେରଳରେ ଏହା ଡିପ୍ଲୟମେଣ୍ଟ ହ୍ୟାବିଟାଟ ଫର ହ୍ୟୁମାନଟିସ ଟେରବିଲ୍ଲିଗର ସେଣ୍ଟର ଫର ଇନୋଭେସନ୍ ଇନ୍ ସେଲ୍ଟରର ଅନୁମୋଦନ ପରେ ଏହାକୁ ନିୟୋଜନ କରାଯାଇଛି। ଏହି ଷ୍ଟାର୍ଟଅପ୍ ଶ୍ରୀ ଚିତ୍ରା ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (SCTIMST) ସହିତ ସହଯୋଗ କରାଯାଇଥିଲା । ଫଳରେ ଏହି ପ୍ରୋଜେକ୍ଟକୁ ସାର୍ଟିଫିକେଟ୍ ଏବଂ କଷ୍ଟମାଇଜେସନ ଠାରୁ ଇନପୁଟ୍ ନେବାରେ ସହାୟକ ରହିଥିଲା ।

ମଡ୍ୟୁଲସ୍ ହାଉସିଂର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀରାମ ରବିଚନ୍ଦ୍ରନ କହିଛନ୍ତି ଯେ, କେରଳରେ ଏହି ପାଇଲଟ୍ ପ୍ରକଳ୍ପର ଫଳାଫଳ ଆଗାମୀ ଦିନରେ ଏହାକୁ ଦେଶବ୍ୟାପୀ ସଫଳତା ପୂର୍ବକ ଲାଗୁ କରାଯାଇପାରେ । ସେ କହିଛନ୍ତି ଯେ, କୋରୋନା ପରି ମହାମାରୀ ସମୟରେ ସ୍କ୍ରିନିଂ ଏବଂ ଚିକିତ୍ସା ପାଇଁ ସ୍ମାର୍ଟ ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବହୁତ ଆବଶ୍ୟକତା ରହିଛି।

ସହରଗୁଡ଼ିକରେ ମୌଳିକ ଭିତ୍ତିଭୂମି ଅଛି, ଯାହାକୁ ସହଜରେ ଡାକ୍ତରଖାନାରେ ପରିଣତ କରାଯାଇପାରିବ । କିନ୍ତୁ, ଗ୍ରାମାଞ୍ଚଳର ସବୁ ସ୍ଥାନରେ ଏହା କରିବା ସମ୍ଭବ ନୁହେଁ । ଆବଶ୍ୟକତା ଅନୁଯାୟୀ ଗ୍ରାମଗୁଡିକରେ କମ୍ ସମୟ ନିର୍ମାଣ କରିବା ଏକ ଚ୍ୟାଲେଞ୍ଜର କମ୍ ନୁହେଁ । ଏହିପରି ସ୍ଥାନରେ, ମିଡିଆକ୍ୟାବ୍ ମାଧ୍ୟମରେ ଏହା କରୋନା ପରି ମହାମାରୀ ସହିତ ମୁକାବିଲା କରିବାରେ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.