ETV Bharat / bharat

ଭାରତର ସର୍ବୋଚ୍ଚ ବିଶ୍ବବିଦ୍ୟାଳୟ ତାଲିକାରେ ‘IIT ବମ୍ବେ’ - ଭାରତର ସର୍ବୋଚ୍ଚ ବିଶ୍ବବିଦ୍ୟାଳୟ ତାଲିକାରେ IIT ବମ୍ବେ ସାମିଲ

ବିଶ୍ୱର 200ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ସର୍ବୋଚ୍ଚ ବିଶ୍ୱବିଦ୍ୟାଳୟ ଭାବରେ ସ୍ଥାନ ପାଇଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ବମ୍ବେ।

ଭାରତର ସର୍ବୋଚ୍ଚ ବିଶ୍ବବିଦ୍ୟାଳୟ ତାଲିକାରେ IIT ବମ୍ବେ ସାମିଲ

author img

By

Published : Jun 10, 2020, 10:29 AM IST

ନୂଆଦିଲ୍ଲୀ: ବିଶ୍ୱର 200 ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ସର୍ବୋଚ୍ଚ ବିଶ୍ୱବିଦ୍ୟାଳୟ ଭାବରେ ସ୍ଥାନ ପାଇଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ବମ୍ବେ,। କ୍ୟୁଏସ ୱାର୍ଲ୍ଡ ୟୁନିଭରସିଟି ରାଙ୍କିଙ୍ଗ୍ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି । ତେବେ ଶ୍ରେଷ୍ଠ 200ରେ ଥିବା ଅନ୍ୟ ଦୁଇଟି ଭାରତୀୟ ଅନୁଷ୍ଠାନ ହେଉଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁ ଏବଂ ଆଇଆଇଟି ଦିଲ୍ଲୀ।

ଏହି ର଼୍ୟାଙ୍କିଙ୍ଗ୍ 6 ଟି ସୂଚକାଙ୍କ ଉପରେ ଆଧାରିତ କରି ସ୍ଥିର କରାଯାଇଛି। ସେଗୁଡିକ ହେଲା ଏକାଡେମିକ୍ ପ୍ରତିଷ୍ଠା, ନିଯୁକ୍ତିଦାତା ପ୍ରତିଷ୍ଠା, ଅଧ୍ୟାପକ, ଅଧ୍ୟାପିକ , ଛାତ୍ର ଅନୁପାତ, ଆନ୍ତର୍ଜାତିକ ଅଧ୍ୟାପକ ଅନୁପାତ ଏବଂ ଆନ୍ତର୍ଜାତିକ ଛାତ୍ର ଅନୁପାତ ଇତ୍ୟାଦି।

ଆଇଆଇଟି ବମ୍ବେ 172 ତମ ସ୍ଥାନରେ ଥିବାବେଳେ ଆଇଆଇଏସିସି 185 ତମ ଏବଂ ଆଇଆଇଟି ଦିଲ୍ଲୀ 193 ତମ ସ୍ଥାନରେ ରହିଛି । ସମୁଦାୟ 21 ଟି ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଶ୍ରେଷ୍ଠ 1000 ରେ ଅଛନ୍ତି। ଆଇଆଇଏସସି ଭାରତର ସର୍ବୋତ୍ତମ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭାବରେ 100/100 ସ୍କୋର ସହିତ ‘ଅଧ୍ୟାପିକାଙ୍କ ସାଇଟେସନ୍’ ସୂଚକାଙ୍କରେ ସ୍ଥାନିତ ହୋଇଛି। ଶ୍ରେଷ୍ଠ 500 ରେ ଥିବା ଅନ୍ୟ ଆଇଆଇଟିଗୁଡ଼ିକ ହେଉଛି: ମାଡ୍ରାସ (275), ଖରଗପୁର (314), କାନପୁର (350), ରୁର୍କି (383) ଏବଂ ଗୌହାଟି (470) ।

ରାଙ୍କିଂ ସ୍ଥିର କରିଥିବା ବିଶ୍ବବିଦ୍ୟାଳୟର କହିବା ଅନୁଯାୟୀ, ଭାରତୀୟ ଗୁଣାତ୍ମକ ଶିକ୍ଷା ଗବେଷଣା ଗୁଣରେ ଅଧିକ ଭଲ ପ୍ରଦର୍ଶନ କରିଥାଏ କିନ୍ତୁ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକ ଏକାଡେମିକ୍ ସ୍ଥିତି, ଶିକ୍ଷାଦାନ କ୍ଷମତା ଏବଂ ଆନ୍ତର୍ଜାତୀୟକରଣ ସ୍ତର ବୃଦ୍ଧି କରିବାରେ ବିଫଳ ହେଉଛନ୍ତି।

ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବିଶ୍ୱର ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ ଭାବରେ ସ୍ଥାନିତ ହୋଇଛି, ତା’ପରେ ଷ୍ଟାନଫୋର୍ଡ ୟୁନିଭରସିଟି ଦ୍ବିତୀୟ ଏବଂ ହାୱାର୍ଡ ୟୁନିଭରସିଟି ତୃତୀୟରେ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.