ETV Bharat / bharat

ବିଶ୍ବର ଶ୍ରେଷ୍ଠ 300 ସମବାୟ ସମିତି ମଧ୍ୟରେ IFFCO ନମ୍ବର ୱାନ

author img

By

Published : Jan 21, 2021, 6:39 PM IST

IFFCO ଦୁନିଆର ଶ୍ରେଷ୍ଠ 300 ସମବାୟ ସମିତି ମଧ୍ୟରେ 1 ନମ୍ବର ବୋଲି ଏକ ସରକାରୀ ବିବୃତ୍ତିରୁ ଜଣାପଡିଛି । 36,000ରୁ ଅଧିକ ସଦସ୍ୟ ସମବାୟ ସମିତି ଏବଂ ପ୍ରାୟ 7 ବିଲିୟନ ଡଲାରର ଗୋଷ୍ଠୀ କାରବାର କରୁଥିବା IFFCO ଦୁନିଆର ସବୁଠୁ ବଡ ସହଯୋଗୀ ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି । ଅଧିକ ପଢନ୍ତୁ...

IFFCO is Number 1 among top 300 cooperatives of the world
ବିଶ୍ବର ଶ୍ରେଷ୍ଠ 300 ସମବାୟ ସମିତି ମଧ୍ୟରେ IFFCO ନମ୍ବର ୱାନ

ନୂଆଦିଲ୍ଲୀ: ଭାରତୀୟ କୃଷକ ସାର ସମବାୟ ଲିମିଟେଡ୍ (IFFCO)ସାମଗ୍ରିକ କାରବାରରେ 125 ତମ ସ୍ଥାନରୁ 65 ତମ ସ୍ଥାନକୁ ଆସିଛି । ଏହାସହିତ ସମ୍ପ୍ରତି ବିଶ୍ବର 300 ଅଗ୍ରଣୀ ସମବାୟ ସମିତି ମଧ୍ୟରେ ଇଫକୋ ଶୀର୍ଷ ସ୍ଥାନରେ ରହିଛି ବୋଲି ଏକ ସରକାରୀ ବିଜ୍ଞପ୍ତିରୁ ସୂଚନା ମିଳିଛି । ଏହି ମାନ୍ୟତା ମୁଣ୍ଡପିଛା ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ହେଉଥିବା କାରବାରର ଅନୁପାତ ଉପରେ ଆଧାରିତ ବୋଲି ଜଣାପଡିଛି ।

ଏହି ମାନ୍ୟତାରୁ ଜଣାପଡିଛି ଯେ IFFCO ଜିଡିପି ଏବଂ ଜାତୀୟ ଅର୍ଥନୈତିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ଦେଉଛି । ଆନ୍ତର୍ଜାତୀୟ ଦ୍ବାରା ପ୍ରକାଶିତ ନବମ ବାର୍ଷିକ ବିଶ୍ୱ ସମବାୟ ମନିଟର (ଡବ୍ଲୁସିଏମ୍) ରିପୋର୍ଟର 2020 ସଂସ୍କରଣ ଅନୁଯାୟୀ ଏହା ଦେଶର ଅର୍ଥନୈତିକ କ୍ଷେତ୍ରକୁ ସୁଦୃଢ କରୁଛି ବୋଲି IFFCO ପକ୍ଷରୁ କୁହାଯାଇଛି । ଏହି ସଫଳତା ଇଫକୋର ସମସ୍ତ କର୍ମଚାରୀଙ୍କ ପାଇଁ ଗୌରବର ବିଷୟ ବୋଲି ଇଫ୍‌କୋର ଏମଡି ଡକ୍ଟର ୟୁ.ଏସ ଅୱସ୍ଥି କହିଛନ୍ତି ।

ଗୁରୁବାର ଆୟୋଜିତ ହୋଇଥିବା ଏକ ଆନ୍ତର୍ଜାତୀୟ ୱେବିନାର୍ ସମୟରେ ଆନ୍ତର୍ଜାତୀୟ କୋଅପରେଟିଭ୍ ଆଲିଆନ୍ସ (ଆଇସିଏ) ଏବଂ ୟୁରୋପୀୟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ କୋଅପରେଟିଭ୍ ଆଣ୍ଡ ସୋସିଆଲ୍ ଏଣ୍ଟରପ୍ରାଇଜେସ୍ (ୟୁରିସି) ୱାର୍ଲ୍ଡ କୋଅପରେଟିଭ୍ ମନିଟରର 2020 ସଂସ୍କରଣକୁ ଲଞ୍ଚ କରିଛି । ଏହି ରିପୋର୍ଟ ସର୍ବବୃହତ ସମବାୟ ସମିତିର ଆର୍ଥିକ ତଥା ସାମାଜିକ ପ୍ରଭାବ ଏବଂ ବିଶ୍ବବ୍ୟାପୀ ପାରସ୍ପରିକ ପ୍ରଭାବକୁ ଦୃଷ୍ଟିରେ ରଖି ଟପ୍ 300 ରାଙ୍କିଙ୍ଗର ତାଲିକା ପ୍ରସ୍ତୁତ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.