ETV Bharat / bharat

'କ୍ଷମତାକୁ ଆସିଲେ ନିର୍ବାଚନ ଆୟୋଗଙ୍କୁ ଜେଲ ପଠାଇବୁ' - prakash ambedkar

କ୍ଷମତାକୁ ଆସିଲେ ନିର୍ବାଚନ ଆୟୋଗଙ୍କୁ ଅତିକମରେ ୨ ଦିନ ପାଇଁ ଜେଲ ପଠାଯିବ। ପୁଲୱାମା ଆକ୍ରମଣକୁ ନେଇ ଆଲୋଚନା କରିବାକୁ ଆୟୋଗ ବାରଣ କରୁଛନ୍ତି କିନ୍ତୁ ଆମେ ଆଲୋଚନା କରିବୁ। ଆମକୁ ସମ୍ବିଧାନ ଏହି ଅଧିକାର ଦେଇଛି ବୋଲି ପ୍ରକାଶ ଆମ୍ବେଦକର କହିଛନ୍ତି।

ଫାଇଲ ଫଟୋ
author img

By

Published : Apr 12, 2019, 2:34 PM IST

ନୂଆଦିଲ୍ଲୀ: ନିର୍ବାଚନ ଆସିବାରୁ ନେତାମାନେ ଯେମିତି ଭାଷାର ମର୍ଯ୍ୟାଦ ଭୁଲି ଯାଆନ୍ତି । କାହାକୁ କଣ କହିବା ଉଚିତ ତାହାର ହିତାୟତ ଜ୍ଞାନ ଭୁଲି ଯାଆନ୍ତି ନେତାଗଣ । ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି କରିବା ଠାରୁ ଆରମ୍ଭ କରି ବର୍ତ୍ତମାନ ସାମ୍ବିଧାନିକ ସଂସ୍ଥାକୁ ଟାର୍ଗେଟ କିରବାକୁ ପଛାଉ ନାହାନ୍ତି ନେତାମାନେ । ଏହି କ୍ରମରେ ଭାରତୀୟ ବହୁଜନ ମହାସଂଘ(ବିବଏମ)ର ସୁପ୍ରିମୋ ପ୍ରକାଶ ଆମ୍ବେଦକର ନିର୍ବାଚନ ଆୟୋଗଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ।

କ୍ଷମତାରେ ଆସିଲେ ନିର୍ବାଚନ ଆୟୋଗଙ୍କୁ ଅତିକମରେ ୨ ଦିନ ପାଇଁ ଜେଲ ପଠାଯିବ । ପୁଲୱାମା ଆକ୍ରମଣକୁ ନେଇ ଆଲୋଚନା କରିବାକୁ ଆୟୋଗ ବାରଣ କରୁଛନ୍ତି କିନ୍ତୁ ଆମେ ଆଲୋଚନା କରିବୁ । ଆମକୁ ସମ୍ବିଧାନ ଏହାର ଅଧିକାର ଦେଇଛନ୍ତି ବୋଲି ପ୍ରକାଶ ଆମ୍ବେଦକର କହିଛନ୍ତି ।

ତାଙ୍କର ଏହି ମନ୍ତବ୍ୟ ଆସିବା ପରେ ନିର୍ବାଚନ ଆୟୋଗ ଏହାର ରିପୋର୍ଟ ମାଗିଛନ୍ତି । ସ୍ଥାନୀୟ ଜିଲ୍ଲା ନିର୍ବାଚନ ଅଧିକାରୀ ଏହି ସକ୍ରାନ୍ତରେ ଅତିଶୀଘ୍ର ରିପୋର୍ଟ ଦେବେ ବୋଲି କହିଛନ୍ତି ।

Intro:Body:

କଂଗ୍ରେସରେ ଯୁଧିଷ୍ଠିର ଝଡ: ଟିକଟ ପ୍ରତ୍ୟାଖାନ

ପୁରୀ: କଂଗ୍ରେସରେ ଝଡ। କଂଗ୍ରେସ ଟିକେଟ ପ୍ରତ୍ୟାଖାନ କରିଛନ୍ତି ପିପିଲିର ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ । ବହୁ ବିଳମ୍ଵରେ ଟିକଟ ଯୁଧିଷ୍ଠିର ସାମନ୍ତରାୟଙ୍କୁ କଂଗ୍ରେସ ଦେଇଥିବା ପ୍ରତିବାଦରେ ସେ ଚଳିତ ନିର୍ବାଚନ ଲଢିବେ ନାହିଁ  ବୋଲି କହିଛନ୍ତି। 

କଂଗ୍ରେସରେ କୋଟି କୋଟି ଟଙ୍କାରେ ଟିକେଟ ବିକ୍ରି କରାଯାଉଛି ବୋଲି ଅଭିଯୋଗ ଆଣିବା ସହ କଂଗ୍ରେସ ତାଙ୍କୁ ଅସମ୍ମାନ ଓ କର୍ମୀ ମାନଙ୍କୁ ଅଣଦେଖା କରିଛି ବୋଲି ଅଭିଯୋଗ କରିଛନ୍ତି। କଂଗ୍ରେସ ଦଳର ସେ ଜଣେ ଶୃଙ୍ଖଳିତ କର୍ମୀ ଥିବା ବେଳେ ସଂଗଠନ ଥିବା ସତ୍ତ୍ଵେ କଣ ପାଇଁ ଶେଷ ଦିନରେ ତାଙ୍କୁ ଟିକଟ ପ୍ରଦାନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି?

କଂଗ୍ରେସରେ ଟିକେଟ ବିକ୍ରି ହେଉଛି ବୋଲି ଅଭିଯୋଗ କରିବା ସହିତ ସେ କଂଗ୍ରେସ ଛାଡିବେ ନାହିଁ କି କୌଣସି ଦଳକୁ ଯିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ ଟିକେଟ ପ୍ରତ୍ୟାଖାନ କରିଛନ୍ତି। ଏସବୁ ଘଟଣା ପାଇଁ ସିଧାସଳଖ ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି ଯୁଧିଷ୍ଠିର।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.