ନୂଆଦିଲ୍ଲୀ: ଭାରତୀୟ ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଟ୍ରେନ୍ ବିଳମ୍ବ ହେଲେ ଯାତ୍ରୀଙ୍କୁ ରିଫଣ୍ଡ ହେବ ଟଙ୍କା । ଆଇଆରସିଟିସିର ଏହି ନୂଆ ନିୟମ ଲକ୍ଷ୍ନୌ-ନୂଆଦିଲ୍ଲୀ ରୁଟ୍ରେ ଚାଲୁଥିବା ତେଜସ ଏକ୍ସପ୍ରେସ ପାଇଁ ଲାଗୁ ହୋଇଛି । ଯଦି ଟ୍ରେନ ଘଣ୍ଟାଏ ବିଳମ୍ବରେ ଆସେ ତେବେ ଯାତ୍ରୀମାନଙ୍କୁ ରେଳବିଭାଗ ଟଙ୍କା ରିଫଣ୍ଡ କରିବ ।
ଯଦି ଘଣ୍ଟାଏ ବିଳମ୍ବରେ ଟ୍ରେନ୍ ଆସେ ତେବେ ଯାତ୍ରୀମାନଙ୍କୁ 100 ଟଙ୍କା ଓ 2 ଘଣ୍ଟାରୁ ଅଧିକ ବିଳମ୍ବ ହେଲେ 250ଟଙ୍କା ରିଫଣ୍ଡ କରାଯିବ ।
ଏହି ବିଳାସପୂର୍ଣ୍ଣ ଟ୍ରେନ୍ ଆଗମୀ ଅକ୍ଟୋବର 4 ତାରିଖରେ ଆରମ୍ଭ ହେବ । ତେବେ ଏହା ସପ୍ତାହକୁ 6 ଦିନ ଚାଲିବ । ନୂଆଦିଲ୍ଲୀରୁ ଟ୍ରେନ୍(82502)ଟି 3.35ଘଣ୍ଟାରେ ବାହାରି ସେହିଦିନ ରାତି 10.05ରେ ଲକ୍ଷ୍ନୌରେ ପହଞ୍ଚିବ । ସେହିପରି ଲକ୍ଷ୍ନୌରୁ ଟ୍ରେନ୍(82501)ଟି ସକାଳ 6.10ରେ ବାହାରି ନୂଆଦିଲ୍ଲୀରେ ଦିନ 12.25ରେ ପହଞ୍ଚିବ ।