ନୂଆଦିଲ୍ଲୀ: ଭାରତ ସରକାର କୋଟି କୋଟି ରେଳ ଯାତ୍ରୀଙ୍କ ସମସ୍ୟାର ସମାଧାନ କରିବାକୁ ଯାଉଛନ୍ତି । ଏହା ଯାତ୍ରୀଙ୍କ ଓ ତାଙ୍କ ଜିନିଷର ସୁରକ୍ଷା ସହ ଯୋଡି ହୋଇ ରହିଛି । ରେଳର ଏହି ସୁବିଧା ଜରିଆରେ ଚଳନ୍ତା ଟ୍ରେନରେ ଚୋରି ହେବାନେଇ ଏଫଆଇଆର ଦେଇପାରିବେ । ଯାତ୍ରୀମାନେ ଏହି ସୁବିଧା ଅକ୍ଟୋବର 10 ରୁ ପାଇପାରିବେ । ଜିଆରପି ଏଥିପାଇଁ ଏକ ଆପ ପ୍ରସ୍ତୁତ କରିଛି ।
ଅନେକ ସମୟରେ ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ଠୁ ଲୁଟ ଓ ଚୋରି ହେବାର ଘଟଣା ସାମ୍ନାକୁ ଆସିଛି । ଖାସକରି ଚଳନ୍ତା ଟ୍ରେନରେ ଏହି ଘଟଣା ଅତି ସାଧାରଣ ହୋଇସାରିଛି । ଏହି ସମୟରେ ଯାତ୍ରୀଟି ଟ୍ରେନ ଚେନ ଭିଡିବା ବେଳକୁ ଚୋର ଉକ୍ତ ସ୍ଥାନ ଛାଡିସାରିଥାଏ । ଆଉ ଷ୍ଟେସନରେ ଓହ୍ଲାଇ ରିପୋର୍ଟ ଦେବାବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ । କିନ୍ତୁ ଏବେ ଆଉ ତାହା ଭୋଗିବାକୁ ପଡିବନି ।
ଏହିସବୁକୁ ଆଖିରେ ରଖି ଜିଆରପି 'ସହୟାତ୍ରୀ' ନାମରେ ଏକ ଆପ ଲଞ୍ଚ କରିବାକୁ ଯାଉଛି । ଏହି ଆପ ଆସନ୍ତାକାଲି(ଗୁରୁବାର) ଲଞ୍ଚ ହେବ । ଏହା ଦ୍ବାରା ଯଦି ଟ୍ରେନରେ ଚୋରି ହେଉଛି ତେବେ ଯାତ୍ରୀକୁ ବିନା ଚେନ ପୁଲିଂ କରି ଏହି ଆପ ଜରିଆରେ ଏଫଆଇଆର ଦେଇପାରିବ ଏବଂ ଟ୍ରେନରେ ଯାତ୍ରା କିପରି ରହିଲା ନିଜର ଅନୁଭବ ସେୟାର କରିପାରିବେ ।