ETV Bharat / bharat

ରାଜସ୍ଥାନ ରାଜନୀତି ରଣ: କଂଗ୍ରେସକୁ ଫେରିପାରନ୍ତି ବିଦ୍ରୋହୀ ବିଧାୟକ

author img

By

Published : Jul 28, 2020, 7:07 AM IST

ରାଜସ୍ଥାନ ରାଜନୀତି ରଣ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସ୍ବର ନରମ ପଡିଥିବା ଦେଖିବାକୁ ମିଳିଛି । ସୋମବାର କଂଗ୍ରେସ ବିଧାୟକ ଦଳ ବୈଠକରେ ବିଦ୍ରୋହୀ ବିଧାୟକମାନେ ଫେରିପାରନ୍ତି ବୋଲି ଇସାରା ଦେଇଛନ୍ତି ସେ । ଯାହାକି ଏବେ ଚର୍ଚ୍ଚାର କାରଣ ପାଲଟିଛି ।

ରାଜସ୍ଥାନ ରାଜନୀତି ରଣ : କଂଗ୍ରେସକୁ ଫେରିପାରନ୍ତି ବିଦ୍ରୋହୀ ବିଧାୟକ

ଜୟପୁର: ରାଜସ୍ଥାନ ରାଜନୀତିରେ ବଦଳୁଛି ରାଜନୈତିକ ପାଣିପାଗ । ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ନିକମା ଠାରୁ ଆରମ୍ଭ କରି ଅନେକ କଥା କହୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ନିଜ ସ୍ବରକୁ ନରମ କରିଥିବା ଦେଖିବାକୁ ମିଳୁଛି । ଯାହା ଫଳରେ କଂଗ୍ରେସକୁ ପୁଣି ଥରେ ବିଦ୍ରୋହୀ ବିଧାୟକମାନେ ଫେରିପାରନ୍ତି ବୋଲି ଆକଳନ କରାଯାଉଛି ।

ରାଜସ୍ଥାନରେ ଦେଖାଦେଇଥିବା କ୍ଷମତା ଯୁଦ୍ଧ ମଧ୍ୟରେ ସୋମବାର ମଧ୍ୟ ହୋଟେଲ ଫାୟାରମାଉଣ୍ଟରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ବିଧାୟକମାନଙ୍କୁ ଗଣତନ୍ତ୍ରର ଯୋଦ୍ଧା ବୋଲି ଅଭିହିତ କରିଛନ୍ତି ।

ସେହିପରି ଏ ସଂଘର୍ଷ ଗଣତନ୍ତ୍ରକୁ ବଞ୍ଚାଇବାକୁ ହୋଇଛି । ଯେଉଁମାନେ କଂଗ୍ରେସକୁ ବଞ୍ଚାଇବାକୁ ସାଥୀରେ ରହିଛନ୍ତି ସେ ସମସ୍ତ ବିଧାୟକଙ୍କ ପାଇଁ ଜଣେ ଅଭିଭାବକ ପରି କାମ କରିଚାଲିବି ବୋଲି ଗେହଲଟ କହିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି,‘ବିଦ୍ରୋହୀ ବିଧାୟକଙ୍କୁ ଦଳକୁ ପୁଣି ଫେରାଇଆଣିବା ନେଇ ଚର୍ଚ୍ଚା ନକରିବାକୁ କିଛି ଲୋକ କହୁଛନ୍ତି । ବିଧାୟକମାନେ ମୋତେ କହୁଛନ୍ତି ଏମାନଙ୍କୁ ଦଳକୁ ଆଣିବାକୁ ଭାବିବା ବି ଭୁଲ । ଦଳ ପାଇଁ ତଥା ଗଣତନ୍ତ୍ର ପାଇଁ ଯଦି ସୋନିଆ ଗାନ୍ଧୀ ସେମାନଙ୍କୁ କ୍ଷମା କରିଦିଅନ୍ତି ତେବେ ଆମେ ଅଧ୍ୟକ୍ଷାଙ୍କ କଥାକୁ ସମ୍ମାନ ଦେବା ଉଚିତ୍‌ ।’

19 ବିଧାୟକଙ୍କ ମଧ୍ୟରୁ 3 ବିଧାୟକଙ୍କ ସହିତ ସମ୍ପର୍କ କରାଯାଇଛି : ସୂର୍ଯେୱାଲା

ସେହିପରି 19 ବିଧାୟକଙ୍କ ମଧ୍ୟରୁ 3 ବିଧାୟକଙ୍କ ସହିତ ସମ୍ପର୍କ କରାଯାଇଛି । ସେମାନେ ଯଦି ଆସିବାକୁ ଇଚ୍ଛୁକ ସେମାନେ ଆସିପାରନ୍ତି ବୋଲି ବିଧାୟକ ଦଳ ବୈଠକରେ ଉପସ୍ଥିତ ଥିବା କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା କହିଛନ୍ତି ।

ସୂଚନାଥାଉକି, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖରେ 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.